Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଫିଲ୍ମରେ ସୋନୁ ସୁଦଙ୍କୁ ମାଡ ଦିଆଯାଉଥିବା ଦେଖି ଟିଭି ଭାଙ୍ଗିଦେଲା ପିଲା : ଭିଡିଓ ସେୟାର କଲେ ଅଭିନେତା

15/07/2021 at 11:43 AM

ନୂଆଦିଲ୍ଲୀ ୧୫/୦୭ : ବଲିଉଡ ଅଭିନେତା ସୋନୁ ସୁଦ ମହାମାରୀ ସମୟରେ ସମସ୍ତଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି। ଯେଉଁଥିପାଇଁ ତାଙ୍କୁ ଦେଶର ଲୋକମାନଙ୍କଠାରୁ ଆଶୀର୍ବାଦ ଓ ପ୍ରଶଂସା ମିଳୁଛି । ଏଥି ସହିତ, ସବୁ ବୟସର ଲୋକମାନେ ତାଙ୍କର ଅଦ୍ଭୁତ ପ୍ରଶଂସକ ହୋଇପାରିଛନ୍ତି । ସୋନୁ, ଯିଏ ପ୍ରାୟତଃ ଫିଲ୍ମରେ ଭିଲେନ୍ ଭୂମିକାରେ ଅଭିନୟ କରନ୍ତି, ସେ ପ୍ରକୃତ ଜୀବନରେ ଜଣେ ହିରୋ । ଏହି କାରଣରୁ ନିକଟରେ ସୋନୁଙ୍କର ଏପରି ଏକ ଛୋଟ ଫ୍ୟାନ୍ସ ସାମ୍ନାକୁ ଆସିଛନ୍ତି, ଯିଏକି ସୋନୁଙ୍କୁ ଫିଲ୍ମରେ ମାଡ ମରାଯାଉଥିବାର ଦେଖି ଖୁବ୍ ରାଗି ଯାଇ ନିଜର ଟିଭି ଭାଙ୍ଗିଦେଇଛନ୍ତି।

ନିକଟରେ ସୋନୁ ସୁଦ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ରିଟ୍ୱିକ୍ କରିଛନ୍ତି ଯେଉଁଥିରେ ଦର୍ଶାଯାଇଛି ଯେ କିପରି ଜଣେ ପିଲା ଟିଭିରେ ଫିଲ୍ମ ଦେଖୁଥିଲା, ଯେଉଁଥିରେ ଭିଲେନ୍ ଅଭିନୟରେ ଥିବା ସୋନୁଙ୍କୁ ହିରୋ ପିଟୁଥିବାର ଦେଖି ପିଲାଟିକୁ ଖୁବ୍ ରାଗ ଆସିଥିଲା ଏବଂ ସେ ବହୁତ ରାଗିଯାଇ ତାଙ୍କ ଘରର ଟିଭି ଭାଙ୍ଗିଦେଇଥିଲା । ଏହି ଭିଡିଓରେ ଭାଙ୍ଗିଯାଇଥିବା ଟିଭି ମଧ୍ୟ ପ୍ରଦର୍ଶିତ ହୋଇଛି । କୁହାଯାଉଛି ଯେ ଏହି ୭ ବର୍ଷର ପିଲା ସୋନୁ ସୁଦଙ୍କର ଜଣେ ବଡ଼ ପ୍ରଶଂସକ ।

ଏହି ଭିଡିଓ ସେୟାର କରି ସୋନୁ ସୁଦ ତାଙ୍କ ପୋଷ୍ଟରେ ଲେଖିଛନ୍ତି- ‘ଆରେ ତୁମର ଟିଭି ଭାଙ୍ଗ ନାହିଁ, ତୁମ ବାପା ମୋତେ ଅନ୍ୟ ଏକ ଟିଭି କିଣିବାକୁ କହିବେ’। ଏହି ଭିଡିଓରେ ସୋନୁ ସୁଦଙ୍କ ପ୍ରତିକ୍ରିୟାକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରୁଛନ୍ତି । ଏହି ପୋଷ୍ଟରେ ପ୍ରଶଂସକମାନେ ଅନେକ ପ୍ରତିକ୍ରିୟା ଦେଉଛନ୍ତି ଏବଂ ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓ ଖୁବ୍ ଭାଇରାଲ ହେଉଛି।

   Related Posts