ଗାଇବା ପାଇଁ ସୁଯୋଗ ନମିଳିବାରୁ ସୋନୁ ନିଗମ କହିଲେ ପାକିସ୍ତାନରେ ଜନ୍ମ ହୋଇଥିଲେ ଭଲ ହୋଇଥାନ୍ତା

Published By : Prameya-News7 Bureau | December 19, 2018 IST

ମୁମ୍ବାଇ ୧୯/୧୨ : ସୋନୁ ନିଗମ ଇଣ୍ଡଷ୍ଟ୍ରିର ଜଣେ ସୁନାମଧନ୍ୟ ଗାୟକ | ଏବେ ତାଙ୍କୁ ଇଣ୍ଡଷ୍ଟ୍ରିରେ କାମ ନମିଳିବାରୁ ସେ ଏକ ବୟାନ ଦେଇ ବିବାଦ ଘେରକୁ ଟାଣି ହୋଇଯାଇଛନ୍ତି | ଏକ ଚାନେଲ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ, ଏଠି ଗୀତ ଗାଇବା ପାଇଁ କମ୍ପାନୀକୁ ଟଙ୍କା ଦେବାକୁ ପଡୁଛି | କିନ୍ତୁ ଅନ୍ୟ ଦେଶରେ ଏମିତି କରିବାକୁ ପଡୁନାହିଁ | ସେ କହିଛନ୍ତି ପାକିସ୍ତାନରେ ଯଦି ଜନ୍ମ ହେଇଥାନ୍ତେ ତାହେଲେ ନିଶ୍ଚୟ କାମ ମିଳିଥାନ୍ତା | ଏଭଳି ବିବାଦପୂର୍ଣ ମନ୍ତବ୍ୟ ଦେବା ପରେ l ତାଙ୍କ ପ୍ରଶଂସକମାନେ ରାଗି ଯାଇଛନ୍ତି | ଏହାସହ ସୋନୁ ନିଗମଙ୍କୁ ଦେଶ ଛାଡିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି |

ସୋନୁ ନିଗମ କହିଛନ୍ତି "ଯଦି ପାକିସ୍ତାନରେ ଜନ୍ମ ହୋଇଥାନ୍ତି ତାହେଲେ ଭାରତରେ ଭଲ କାମ ମିଳିଥାନ୍ତା | କାହିଁକି ନା ଭାରତୀୟ ଗାୟକମାନେ ଶୋ ପାଇଁ ମ୍ୟୁଜିକ କମ୍ପାନୀକୁ ଟଙ୍କା ଦେଉଛନ୍ତି | ଏମିତି ନକଲେ ସେମାନେ ଆପଣଙ୍କ ଗୀତ ବଜେଇବେ ନାହିଁ କି ଆପଣଙ୍କୁ ଗୀତ ଗାଇବାକୁ ସୁଯୋଗ ମଧ୍ୟ ଦେବେ ନାହିଁ | କାହା ସହିତ ମଧ୍ୟ ଏଭଳି ବ୍ୟବହାର କରିବା କଥା ନୁହେଁ | ତେବେ ଆପଣ ଭାରତୀୟ ଗାୟକଙ୍କ ସହ କାହିଁକି ଏଭଳି କରୁଛନ୍ତି |" 

{"id":65242}

ସୋନୁ ଆହୁରି ଅଭିଯୋଗ କରି କହିଛନ୍ତି ଯେ, ଅତିଫ ଆସଲମ ତାଙ୍କର ଛୋଟ ଭାଇ ସଦୃଶ | ସେ ବହୁତ ଭଲ ଗୀତ ଗାଆନ୍ତି କିନ୍ତୁ ତାଙ୍କୁ ଗୀତ ଗାଇବା ପାଇଁ ଟଙ୍କା ଦେବାକୁ ପଡୁନାହିଁ | ରହାତ ଅଲ୍ଲୀଙ୍କୁ ମଧ୍ୟ ଟଙ୍କା ଦେବାକୁ ପଡୁନାହିଁ | ଯେଉଁମାନେ ପାକିସ୍ତାନୀ ଗାୟକ ସେମାନଙ୍କୁ ଟଙ୍କା ଦେବାକୁ ପଡୁନାହିଁ | କିନ୍ତୁ ଭାରତୀୟ ଗାୟକଙ୍କୁ ଟଙ୍କା ଦେବାକୁ ପଡୁଛି ବୋଲି ସେ ଅଭିଯୋଗ କରିଛନ୍ତି | ଏଭଳି ସ୍ଥିତିରେ କମ୍ପାନୀଗୁଡିକ ପାକିସ୍ତାନୀ ଗାୟକଙ୍କ ସହ ଆଇନଗତ ବୁଝାମଣା କରିଛନ୍ତି | ସେଥିପାଇଁ  ପାକିସ୍ତାନରେ ଜନ୍ମ ହୋଇଥିଲେ ଭଲ ହୋଇଥାନ୍ତା ବୋଲି ସେ କହିଛନ୍ତି |

ସୋନୁ ଅଭିଯୋଗ କରିଛନ୍ତି ଯେ, ପୂର୍ବରୁ ମ୍ୟୁଜିକ କାମ୍ପୋଜର ଗୀତ ତିଆରି କରୁଥିଲେ | କିନ୍ତୁ ଏବେ କମ୍ପାନୀ ନିଜ ହିସାବରେ ଗୀତ ତିଆରି କରୁଛି | ରିମିକ୍ସ ଗୀତ ପାଇଁ ବଲିଉଡ ଚାଲିଛି ଏବଂ ଭଲ ଆୟ ମଧ୍ୟ କରୁଛି | କିନ୍ତୁ ଲୋକେ ଏଭଳି ରିମିକ୍ସ ଗୀତକୁ ଅଧିକ ଦିନ ପର୍ଯ୍ୟନ୍ତ ମନେ ରଖୁନାହାନ୍ତି କି ଅଧିକ ଦିନ ଜଣେ ଶୁଣିବାକୁ ଭଲ ପାଉନାହାନ୍ତି | ଏପରିକି ଆଜିକାଲି ଗୀତଗୁଡା କେବଳ ଫିଲ୍ମର ପ୍ରମୋସନକୁ ଦୃଷ୍ଟିରେ ରଖି ତିଆରି କରାଯାଉଛି |

ସୋନୁଙ୍କ ଏଭଳି ମନ୍ତବ୍ୟ ପରେ ସୋସିଆଲ ମିଡ଼ିଆରେ ୟୁଜର୍ସ ସୋନୁଙ୍କ ଉପରେ ଅଭିମାନ ଜାହିର କରିଛନ୍ତି | କିଛି ଲୋକ ରାଗିଯାଇ ତାଙ୍କୁ ପାକିସ୍ତାନ ଯିବା ପାଇଁ ମଧ୍ୟ କହିଛନ୍ତି | ଏହାସହ ଲୋକେ ପ୍ରଶ୍ନ କରିଛନ୍ତି ଯେ, ଜଣେ ନାମୀ ଗାୟକଙ୍କୁ ଇଣ୍ଡଷ୍ଟ୍ରି ବିରୋଧରେ କାହିଁକି ଏଭଳି କହିବାକୁ ପଡିଲା | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.