ଟି-ସିରିଜ ମାଲିକ ଭୂଷଣ କୁମାରଙ୍କୁ ସୋନୁ ନିଗମଙ୍କ ଧମକ : ଭିଡିଓ ଜାରି କରି କହିଲେ 'ମୋ ପାଖେ ମରିନା କୁଁୱରର ଭିଡିଓ ଅଛି, ପଙ୍ଗା ନେଲେ...'

Published By : Prameya-News7 Bureau | June 22, 2020 IST

ମୁମ୍ବାଇ ୨୨/୦୬ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ବଲିଉଡ ଇଣ୍ଡଷ୍ଟ୍ରିର ଅନେକ କଳା ଚିଠା ଖୋଲିଦେଇଛି | ଇଣ୍ଡଷ୍ଟ୍ରିର ଲୋକେ ହିଁ ଗୁମର ଖୋଲୁଛନ୍ତି | ଗାୟକ ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ବଲିଉଡରେ ନେପୋଟିଜିମ ଓ ପାୱାରଫୁଲ ଲୋକଙ୍କୁ ଖୁବ ସମାଲୋଚନା କରାଯାଉଛି | ସୋନୁ ନିଗମ କିଛି ଦିନ ପୂର୍ବରୁ ମ୍ୟୁଜିକ ଇଣ୍ଡଷ୍ଟ୍ରିରୁ ଆତ୍ମହତ୍ୟା ଖବର ଆସିବା ପରେ ସମସ୍ତଙ୍କୁ ଚକିତ କରିଦେଇଥିଲେ | ବର୍ତ୍ତମାନ ସୋନୁ ନିଗମ ଏକ ତାଜା ଭିଡିଓ ଜାରି କରି ମ୍ୟୁଜିକ ଇଣ୍ଡଷ୍ଟ୍ରିର ମୁଗଲ ଟି-ସିରିଜ କମ୍ପାନୀର ମାଲିକ ଭୂଷଣ କୁମାରଙ୍କୁ ଧମକ ଦେଇଛନ୍ତି | ସୋନୁ ନିଗମ ନିଜର ଏହି ଭିଡିଓରେ ମଡେଲ ମରିନା କୁଁବରଙ୍କ ନାଁରେ ମଧ୍ୟ ଧମକ ଦେଇଛନ୍ତି | ସେ ଧମକ ଦେଇଛନ୍ତି ଯେ ଯଦି ତାଙ୍କ ସହ ପଙ୍ଗା ନିଅନ୍ତି ତାହେଲେ ମରିନାଙ୍କ ଭିଡିଓ ନିଜ ୟୁଟ୍ୟୁବ ଚାନେଲରେ ସେୟାର କରିଦେବେ | 

{"id":290046,"sizeSlug":"large"}

ସୋନୁ ନିଗମ ଗୁରୁବାର ଦିନ ନିଜ ଭିଡିଓରେ କହିଥିଲେ ଯେ କିଭଳି ମ୍ୟୁଜିକ ଇଣ୍ଡଷ୍ଟ୍ରି ଦୁଇଟି ମ୍ୟୁଜିକ କମ୍ପାନୀର ଇସାରାରେ କାମ କରନ୍ତି ଏବଂ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ମାଫିଆ କାମ କରନ୍ତି | ବର୍ତ୍ତମାନ ସୋନୁ ନିଜର ନୂଆ ଭିଡିଓରେ କହିଛନ୍ତି ଯେ, 'ମାଡ ଖିଆ ଭୁତ କଥା ଶୁଣନ୍ତିନି | ମୁଁ କାହା ନାଁ ନ ନେଇ ଭଲ ଭାବେ କହିଥିଲି ଯେ ଆପଣମାନେ ନୂଆ ଲୋକଙ୍କ ସହିତ ଭଲ ବ୍ୟବହାର କରନ୍ତୁ | ଜଣେ ଆତ୍ମହତ୍ୟା କରିବା ପରେ କୁମ୍ଭୀର କାନ୍ଦଣା କରିବାଠୁ ଭଲ ପୂର୍ବରୁ ହିଁ ପରିସ୍ଥିତି ସୁଧାରି ଦିଆଯିବ | କିନ୍ତୁ ମାଫିଆ ତ ମାଫିଆ ଭଳି ହିଁ କାମ କରିବ | ସେ ୬ ଜଣଙ୍କୁ କହିଛନ୍ତି ଯେ ସେମାନେ ମୋ ବିରୋଧରେ ଇନ୍ତରଭଯୁ ଦିଅନ୍ତୁ | ମୁଁ କାହାର ନାଁ ନେଇନଥିଲି କିନ୍ତୁ ତଥାପି ମୋ ନାଁ ଆସିଥିଲା | ଏମାନଙ୍କ ମଧ୍ୟରୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ମୋର ନିକଟତର |'

wp:core-embed/instagram {"url":"https://www.instagram.com/p/CBuhzliheli/","type":"rich","providerNameSlug":"instagram","className":""}
https://www.instagram.com/p/CBuhzliheli/
/wp:core-embed/instagram

ନିଜର ଏହି ଭିଡିଓରେ ପ୍ରଥମଥର ପାଇଁ ନାଁ ନେଇ ସୋନୁ ନିଗମ କହିଛନ୍ତି, ଭୂଷଣ କୁମାର, ଏବେ ତ ମୋତେ ତୁମ ନାଁ ସମସ୍ତଙ୍କ ସାମ୍ନାକୁ ଆଣିବାକୁ ପଡିବ | ଏବେ ତୁ 'ତୁ ତା' କରିବାର ଯୋଗ୍ୟ | ତୁ ଭୁଲ ଲୋକ ସହିତ ପଙ୍ଗା ନେଇଛୁ | ତୁ ଭୁଲି ଯାଇଛୁ ସେ ସମୟ, ଯେତେବେଳେ ମୋ ଘରକୁ ଆସି କହୁଥିଲୁ ଭାଇ ମୋ ଆଲବମ କରିଦିଅ, ଭାଇ ମୋତେ ସାହାରା ଶ୍ରୀଙ୍କ ସହ ସାକ୍ଷାତ କରାଇଦିଅ, ସ୍ମିତା ଠାକରେଙ୍କ ସହ ସାକ୍ଷାତ କରାଇଦିଅ, ବାଲ ଠାକରେଙ୍କ ସହ ସାକ୍ଷାତ କରାଇଦିଅ, ଅବୁ ସଲେମରୁ ରକ୍ଷା କର | ଏବେ ମୁଁ କହି ରଖୁଛି ମୋ ସଂଗେ ପଙ୍ଗା ନେନି | ସୋନୁ ଆଗକୁ କହିଛନ୍ତି ମରିନା କୁଁବର ମନେଅଛି ତ, ସେ କାହିଁକି କହିଲେ ଏବଂ କାହିଁକି ଵ୍ୟାକଆଉଟ ହେଲେ ..? ମୁଁ ଜାଣିନି, କିନ୍ତୁ ମିଡ଼ିଆ ଜାଣିଛି | ମାଫିଆ ଇସ୍ତର କାମ କରେ | ତାର ଭିଡିଓ ମଧ୍ୟ ମୋ ପାଖରେ ଅଛି | ଯଦି ଏବେ ତୁ ମୋ ସଂଗେ ପଙ୍ଗା ନେଲୁ ତାହେଲେ ତାର ଭିଡିଓ ମୁଁ ମୋର ୟୁଟ୍ୟୁବ ଚାନେଲରେ ଛାଡ଼ିଦେବି ଓ ଭଲ ଭାବେ ଲଢ଼ିବି | ସେଥିପାଇଁ ମୋ ସାଙ୍ଗେ ଲାଗନି...'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.