ମାୟାନଗରୀରେ କଣ ଚାଲିଛି, ବଡ ମାଫିଆଙ୍କ ଦାଦାଗିରିର କଥା କହିଲେ ସୋନୁ ନିଗମ, ନାଁ ନେଲେନି କିନ୍ତୁ ଇଙ୍ଗିତ ଥିଲା ସେହି ଖାନ୍‌ଙ୍କୁ

Published By : Prameya-News7 Bureau | June 19, 2020 IST

ମୁମ୍ବାଇ, ୧୯|୦୬:  ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ବଲିଉଡ୍ ଜଗତ ଶୋକରେ ବୁଡି ରହିଛି । ଏପରିକି ଅନେକ ସେଲିବ୍ରିଟି ଏହାକୁ ନେଇ ପ୍ରତିକ୍ରିୟା ରଖିବା ସହ ପରୋକ୍ଷରେ ବି-ଟାଉନର ଅନେକ ଗଡ୍ ଫାଦରଙ୍କୁ ଦାୟୀ କରୁଛନ୍ତି । ବି-ଟାଉନର ରାଜନୀତି ବାବଦରେ ମଧ୍ୟ ଧିରେଧିରେ ଗୁମର ଖୋଲିବାରେ ଲାଗିଛି । ଏବେ ପ୍ରସିଦ୍ଧ ସିଙ୍ଗର୍ ସୋନୁ ନିଗମ ମଧ୍ୟ ଭିଡିଓ ସେୟାର କରି ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବା ସହ ଅନେକ ଗୁମର ଖୋଲିଛନ୍ତି ।

ସାଢେ ୭ ମିନିଟର ଏହି ଭିଡିଓରେ ସୋନୁ ଭାରଚ-ଚୀନନ ବିବାଦକୁ ନେଇ ମଧ୍ୟ ଚର୍ଚ୍ଚା କରିଛନ୍ତି । ଏହାସହ ବି-ଟାଉନ୍‌କୁ ନେଇ ଉଠିଥିବା କେତେକ ପ୍ରଶ୍ନର ମଧ୍ୟ ଉତ୍ତର ରଖିଛନ୍ତି । ସେ କହିଛନ୍ତି ଯେ, ଆଜି ସୁଶାନ୍ତ ପ୍ରାଣ ହରାଇଛନ୍ତି । ଜଣେ କଳାକାର ଜୀବନ ହାରିଛନ୍ତି । ଆସନ୍ତାକାଲି ଆପଣ କୌଣସି ସିଙ୍ଗରଙ୍କ ବାବଦରେ ମଧ୍ୟ ଏପରି ଖବର ଶୁଣି ପାରନ୍ତି ।ମ୍ୟୁଜିକ ଇଣ୍ଡଷ୍ଟ୍ରୀର ଯାହା ମାହୋଲ ଅଛି, ଏଠାରେ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ମଧ୍ୟ ବଡ ମାଫିଆ ରହିଛନ୍ତି । ସମସ୍ତେ ବିଜନେସ୍ କରିବେ ବୋଲି ଭାବୁଛନ୍ତି ।ସେ ଭାଗ୍ୟବାନ ବୋଲି ବହୁତ କମ ବୟସରେ ବି-ଟାଉନରେ ଏଣ୍ଟ୍ରି କରିଥିଲେ ।ଏବେ ଯେଉଁମାନେ ଆସୁଛନ୍ତି ଅନେକ ଅସୁବିଧାର ସାମ୍ନା କରୁଛନ୍ତି ।

wp:html
View this post on Instagram

You might soon hear about Suicides in the Music Industry.

A post shared by Sonu Nigam (@sonunigamofficial) on

/wp:html

ସେ ଆହୁରି କହିଛନ୍ତି ଯେ, ଅନେକ ନୂଆ କଣ୍ଠଶିଳ୍ପୀ ଏନେଇ ତାଙ୍କ ସହ ଆଲୋଚନା କରୁଛନ୍ତି । ଅନେକ ନିର୍ମାତା, ନିର୍ଦ୍ଦେଶକ ଓ କମ୍ପୋଜନ କାମ କରିବାକୁ ଚାହୁଁଥିଲେ ମଧ୍ୟ ମ୍ୟୁଜିକ କମ୍ପାନୀ ସୁଯୋଗ ଦେଉନାହିଁ । ଏମାନେ ହିଁ ସବୁ ନିୟନ୍ତ୍ରଣ କରିଥାନ୍ତି । ରେଡିଓରେ କଣ ବାଜିବ ତାହା ମଧ୍ୟ ଏମାନେ ଚୟନ କରିଥାନ୍ତି । ଏହା କରିବା ଅନୁଚିତ । ଏହା ଠିକ ନୁହେଁ ବୋଲି ସୋନୁ କହିଛନ୍ତି ।

ସେ ଅଭିନେତା ସଲମାନ ଖାନଙ୍କୁ ପରୋକ୍ଷରେ ଟାର୍ଗେଟ୍ କରି କହିଛନ୍ତି ଯେ, ଭାଇଜାନଙ୍କ ପାଇଁ ଅନେକ ସଙ୍ଗୀତ ନିର୍ଦ୍ଦେଶକ ତାଙ୍କୁ ଆଉଟ୍ କରିଦେଇଥିଲେ । ଏପରିକି ଅରଜିତ ସିଂଙ୍କ ସହ ମଧ୍ୟ ଏପରି ହୋଇଥିବା ସେ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.