Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକରେ ଗୁଳିମାଡ଼ କରି ସୁନା ଓ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବରରୁ ଦିନକରେ ୨୦୩ କରୋନା ଆକ୍ରାନ୍ତ ଚିହ୍ନଟ, ୧୩୪ ସୁସ୍ଥ
  • ||
  • ପୂର୍ବତନ ବିଧାୟକ ଅରୁଣ ଦେ’ ଙ୍କ ପରଲୋକ, କରୋନାରେ ଆକ୍ରାନ୍ତ ପରେ ଚାଲିଥିଲା ଚିକିତ୍ସା
  • ||
  • ସାଗର ହତ୍ୟାକାଣ୍ଡରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚର ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ସୁଶୀଲ କୁମାର ମୁଖ୍ୟ ଅଭିଯୁକ୍ତ
  • ||
  • ଅନୁଗୋଳ : କାଲି ଜଣଙ୍କର, ଆଜି ଆଉ ଜଣଙ୍କର ମିଳିଲା ମୃତଦେହ : ଏବେବି ଜଣେ ନିଖୋଜ
  • ||
  • ଭୁବନେଶ୍ବର : ଓଡିଶାରେ କମ୍ ରହିଛି ଆର୍ ଭାଲ୍ୟୁ, ୧ ଉପରେ ରହିଲେ ବଢିବ ସଂକ୍ରମଣ : ଡିଏମଇଟି
  • ||
  • ସୋର : ଭୋଜି କରିବାକୁ ଯାଇ ଫେରିଲେନି ଯୁବକ, ମେଡିକାଲରେ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଯାଜପୁର : ଆସନ୍ତା ୪ରୁ ଖୋଲିବ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର, ଅନୁମତି ଦେଲେ ଜିଲ୍ଲାପାଳ
  • ||
  • ଖଲ୍ଲିକୋଟ : ଖୋଲିଲା ତମ୍ପରା ହ୍ରଦ, ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ଚାନ୍ଦବାଲି : ବିଦ୍ୟାଳୟ ବରଣ୍ଡାରେ ପଡିଛି ଅଚିହ୍ନା ବୃଦ୍ଧଙ୍କ ମୃତଦେହ, ତଦନ୍ତ ଆରମ୍ଭ କଲା ପୋଲିସ
  • ||

କଙ୍ଗନାଙ୍କ ଉପରକୁ ମହେଶ ଭଟ୍ଟ ଚପଲ ଫିଙ୍ଗିବା କଥାକୁ ସମର୍ଥନ କଲେ ସୋନୁ ନିଗମ, କହିଲେ- ଯଦି ସେ କହୁଛନ୍ତି ତେବେ ତାହା ଠିକ୍

26/07/2020 at 1:00 PM

ମୁମ୍ବାଇ ୨୬।୭: କଙ୍ଗନା ରନାଓ୍ବତ ବର୍ତ୍ତମାନ ଲଗାତର ଗୋଟିଏ ପରେ ଗୋଟିଏ ଅଭିଯୋଗ କରିଚାଲିଛନ୍ତି । ସେ ମହେଶ ଭଟ୍ଟଙ୍କ ବିରୋଧରେ ମଧ୍ୟ ଏପରି ଏକ ଅଭିଯୋଗ କରିଛନ୍ତି। କଙ୍ଗନା ଦାବି କରିଛନ୍ତି ଯେ ମହେଶ ଭଟ୍ଟ ତାଙ୍କ ଉପରେ ଚପଲ ଫିଙ୍ଗିଥିଲେ। ବର୍ତ୍ତମାନ ଏହି ପ୍ରସଙ୍ଗରେ କଙ୍ଗନା ରନାଓ୍ବତଙ୍କୁ ସମର୍ଥନ କରିଛନ୍ତି ସୋନୁ ନିଗମ । ସୋନୁ କହିଛନ୍ତି ଯେ ଯଦି କଙ୍ଗନା କହୁଛନ୍ତି, ତେବେ ତାହା ଠିକ୍ ହୋଇଥିବ ।

ସୋନୁ ନିଗମ ଏକ ଗଣମାଧ୍ୟକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ‘ଯେଉଁ ଲୋକମାନେ ତାଙ୍କ ପାଇଁ ଭୁଲ ହୋଇପାରନ୍ତି, ଏହାର ଅର୍ଥ ନୁହେଁ ଯେ ସେମାନେ ମୋ ପାଇଁ ମଧ୍ୟ ଭୁଲ୍ ହେବେ । ମୋ ୨୫-୩୦ ବର୍ଷ ଧରି ସେମାନଙ୍କ ସହ କାମ କରୁଛି । କିନ୍ତୁ ମୋର ସେପରି କୌଣସି ଅଭିଜ୍ଞତା ନାହିଁ । ମାତ୍ର ଯଦି ସେ କହୁଛନ୍ତି ସେହି ଲୋକମାନେ ତାଙ୍କ ପ୍ରତି କିଛି ଖରାପ କରିଛନ୍ତି, ତେବେ ମୁଁ ତାଙ୍କ ଉପରେ ବିଶ୍ବାସ କରିବି । କାରଣ ମୁଁ ଭାବୁନାହିଁ ଯେ ଲୋକମାନେ ଏତେ ପାଗଳ ଯେ ସେମାନେ ଏହିପରି କାହାଣୀ ତିଆରି କରିବେ।

ବାସ୍ତବରେ ମହେଶ ଭଟ୍ଟଙ୍କ ଝିଅ ପୂଜା ଭଟ୍ଟ ଏବଂ କଙ୍ଗନା ରନାଓ୍ବତ ଟ୍ବିଟରରେ ନେପୋଟିଜିମ୍ ପ୍ରସଙ୍ଗରେ ବିତର୍କ କରୁଥିଲେ । ଏହା ଉପରେ କଙ୍ଗନା ପୂଜାକୁ ଜବାବ ଦେଇ ଲେଖିଥିଲେ, ‘ପ୍ରିୟ ପୂଜା ଭଟ୍ଟ, ଅନୁରାଗ ବସୁଙ୍କୁ କଙ୍ଗନାଙ୍କ ଭିତରେ ପ୍ରତିଭା ନଜର ଆସିଥିଲେ । ସମସ୍ତେ ଜାଣନ୍ତି ଯେ ମୁକେଶ ଭଟ୍ଟ କଳାକାରମାନଙ୍କୁ ଟଙ୍କା ଦେବାକୁ ପସନ୍ଦ କରନ୍ତି ନାହିଁ । ଅନେକ ଷ୍ଟୁଡିଓ ପ୍ରତିଭାବାନ ଲୋକଙ୍କୁ ମାଗଣାରେ କାମ କରାଇବାକୁ ପସନ୍ଦ କରନ୍ତି । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣଙ୍କ ବାପା ସେମାନଙ୍କ ଉପରେ ଚପଲ ଫିଙ୍ଗିବା ଏବଂ ସେମାନଙ୍କୁ ପାଗଳ ବୋଲି କହି ଅପମାନିତ କରିବାର ଲାଇସେନ୍ସ ପାଇଛନ୍ତି।

ଗତ କିଛି ଦିନ ମଧ୍ୟରେ କଙ୍ଗନା କେବଳ ମହେଶ ଭଟ୍ଟଙ୍କୁ ଟାର୍ଗେଟ୍ କରିନାହାଁନ୍ତି, ବରଂ ଅନୁରାଗ କାଶ୍ୟପଙ୍କଠାରୁ ତାପସୀ ପନ୍ନୁଙ୍କ ପର୍ଯ୍ୟନ୍ତ କିଛି ନା କିଛି କହୁଛନ୍ତି । ସେ ସୋସିଆଲ ମିଡିଆ ଏବଂ ସାକ୍ଷାତକାର ମାଧ୍ୟମରେ ନେପୋଟିଜିମ୍ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି ।

   Related Posts