'ଇଣ୍ଡିଆନ୍ ଆଇଡଲ୍' ବିବାଦ: ଅମିତ କୁମାରଙ୍କ ସମର୍ଥନରେ ଆସିଲେ ସୋନୁ ନିଗମ, ମନୋଜ ମୁନ୍ତାଶିର-ଆଦିତ୍ୟଙ୍କୁ କଲେ ଟାର୍ଗେଟ୍

Published By : Prameya-News7 Bureau | June 02, 2021 IST

ମୁମ୍ବାଇ ୦୨/୦୬: ସିଙ୍ଗିଙ୍ଗ୍ ରିୟାଲିଟି ସୋ 'ଇଣ୍ଡିଆନ୍ ଆଇଡଲ୍' ଆଜିକାଲି ଅନେକ ଚର୍ଚ୍ଚାରେ ରହିଛି । ଅତୀତରେ କିଶୋର କୁମାରଙ୍କ ପୁଅ ଅମିତ କୁମାର ଏହି ସୋ’ରେ ଅତିଥି ଭାବରେ ଆସିଥିଲେ। ଯାହା ପରେ ତାଙ୍କର ବିବାଦୀୟ ବିବୃତ୍ତି ପାଇଁ ସେ ଚର୍ଚ୍ଚାକୁ ଆସିଥିଲେ । ଏବେ ସୋ’ର ଜଜ୍ ସୋନୁ ନିଗମ ଅମିତ କୁମାରଙ୍କ ସମର୍ଥନରେ ଆସିଛନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଗାୟକ ଏହି ଭିଡିଓରେ ଟ୍ରୋଲରମାନଙ୍କୁ ଟାର୍ଗେଟ୍ କରି ଏହି ପ୍ରସଙ୍ଗକୁ ଆଗକୁ ନବଢାଇବା ପାଇଁ କହିଛନ୍ତି ।

wp:html
/wp:html

ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ସୋନୁ ନିଗମ୍ କ୍ୟାପସନରେ ଲେଖିଛନ୍ତି, 'ଇଣ୍ଡିଆନ୍ ଆଇଡଲ୍ ଏବଂ ଅମିତ କୁମାରଙ୍କ ବିଷୟରେ ସମସ୍ତଙ୍କ ପାଇଁ ଏକ ବାର୍ତ୍ତା । କିଶୋର କୁମାରଙ୍କୁ ଅମିତ କୁମାରଙ୍କ ଠାରୁ ଅଧିକ କେହି ଜାଣନ୍ତି ନାହାଁନ୍ତି।' ଭିଡିଓରେ ସୋନୁ କହିଛନ୍ତି ଯେ 'ଇଣ୍ଡିଆନ୍ ଆଇଡଲ୍' କୁ ନେଇ କିଛି ଦିନ ଧରି ବିବାଦ ଲାଗି ରହିଛି। ମୁଁ ଏହା ଉପରେ ଚୁପ୍ ଥିଲି, କିନ୍ତୁ ମୁଁ ଭାବୁଛି ବର୍ତ୍ତମାନ ମୋର କହିବା ଉଚିତ୍ । ଅମିତ କୁମାର କିଶୋର କୁମାର ପୁଅ । ସେ ଜଣେ ବହୁତ ବଡ ମଣିଷ । ମୁଁ ଭାବୁଛି ତାଙ୍କ ବିବୃତ୍ତିକୁ ଭୁଲ ଭାବରେ ଉପସ୍ଥାପିତ କରାଯାଇଛି।

ଗାୟକ ଆହୁରି କହିଛନ୍ତି, 'ଅମିତ କୁମାର ଜଣେ ସରଳ ଏବଂ ସଚ୍ଚୋଟ ବ୍ୟକ୍ତି। ସେ କିଛି କୁହନ୍ତି ନାହିଁ, ଆପଣ ଏହାର ଫାଇଦା ଉଠାଉଛନ୍ତି ।  ମୁଁ 'ଇଣ୍ଡିଆନ୍ ଆଇଡଲ୍' ଟିମ୍କୁ କହିବାକୁ ଚାହେଁ ଯେ ଏହି ବିବାଦକୁ ସମାପ୍ତ କରିଦେବା ଉଚିତ୍।ଏ ହା ଇଣ୍ଡିଆନ୍ ଆଇଡଲର ଦୋଷ ନୁହେଁ କିମ୍ବା ଅମିତ କୁମାରଙ୍କର ଦୋଷ ନୁହେଁ, ଏହା ସେହି ଲୋକମାନଙ୍କର ଦୋଷ, ଯେଉଁମାନେ ମଝିରେ ଆସି କହୁଛନ୍ତି ଯେପରିକି ମନୋଜ ମୁନ୍ତାଶିର ଏବଂ ଆଦିତ୍ୟ । ମୁଁ ଏହି ସମସ୍ତ ଲୋକଙ୍କୁ କହିବାକୁ ଚାହେଁ ଯେ ଆପଣ ଅମିତ କୁମାରଙ୍କ ବିଷୟରେ କିଛି ନକୁହନ୍ତୁ, ସେ ଜଣେ ବରିଷ୍ଠ ବ୍ୟକ୍ତି ଏବଂ ଆମ ଇଣ୍ଡଷ୍ଟ୍ରୀରେ ବରିଷ୍ଠ ବ୍ୟକ୍ତିମାନଙ୍କୁ ସମ୍ମାନ ଦିଆଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.