ସୋନୁ ନିଗମ କଲେ ସିଙ୍ଗିଙ୍ଗ୍ ରିଆଲିଟି ସୋ’ର ପର୍ଦ୍ଦାଫାଶ: ଜାଣନ୍ତୁ କ’ଣ ରହିଛି ବାସ୍ତବତା

Published By : Prameya-News7 Bureau | May 27, 2021 IST

ନୂଆଦିଲ୍ଲୀ ୨୭/୦୫: ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ଗାୟକ ସୋନୁ ନିଗମ ଟିଭି ଜଗତର ରିଆଲିଟି ସୋ’ରେ କେତେ ସତ୍ୟତା ଅଛି ସେ ସମ୍ପର୍କରେ ଖୋଲା ସୂଚନା ଦେଇଛନ୍ତି। ବାସ୍ତବରେ ସୋନୁ ନିଗମ ସୋସିଆଲ ମିଡିଆରେ ସକ୍ରିୟ, କିନ୍ତୁ କିଛି ଦିନ ହେଲା ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ସିଙ୍ଗିଙ୍ଗ୍ ରିଆଲିଟି ସୋ’ର ସତ୍ୟତା କହୁଥିବାର ଦେଖାଯାଇଛି । କେବଳ ସୋନୁ ନିଗମ ନୁହଁନ୍ତି, ଅଭିଜିତ୍ ସାୱନ୍ତ ମଧ୍ୟ ସିଙ୍ଗିଙ୍ଗ୍ ରିଆଲିଟି ସୋ’ର ଖୁଲାସା କରିଛନ୍ତି।

{"width":690,"height":388}
Sonu Nigam to come out with his memoir | Celebrities News – India TV

ଏହି ଭିଡିଓରେ ସୋନୁ ନିଗମ ଫିଲ୍ମ ନିର୍ମାତା ବିବେକ ରଂଜନ ଅଗ୍ନିହୋତ୍ରୀଙ୍କ ସହ ସିଙ୍ଗିଙ୍ଗ୍ ରିଅଲିଟି ସୋ ବିଷୟରେ କହୁଥିବା ଦେଖିବାକୁ ମିଳିଛି। ସୋନୁ ନିଗମ କହିଛନ୍ତି, ଏପରି ଅନେକ ରିଆଲିଟି ସୋ ଅଛି ଯେଉଁଠାରେ ଡବିଂ କରାଯାଏ । ଏଭଳି ରିଆଲିଟି ସୋ ଖରାପ ହୋଇଥିବା ସିନ୍ ଦର୍ଶକଙ୍କଠାରୁ ଲୁଚାଇ ରଖିଥାନ୍ତି।

wp:html
/wp:html

ସିଙ୍ଗିଙ୍ଗ୍ ରିଅଲିଟି ସୋ ସହିତ ସୋନୁ ନିଗମ୍ ମ୍ୟୁଜିକ୍ କମ୍ପାନୀର ବାସ୍ତବତାକୁ ମଧ୍ୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ମ୍ୟୁଜିକ୍ କମ୍ପାନୀଗୁଡିକ ସେମାନଙ୍କ କଳାକାରମାନଙ୍କୁ ପ୍ରମୋଟ୍ କରିଥାନ୍ତି, ଅନ୍ୟ କଳାକାରମାନେ ମଧ୍ୟ ସମାନ ପ୍ରତିଭାବାନ ହୋଇଥିଲେ ସୁଦ୍ଧା ତାହା ସେ ଦେଖନ୍ତି ନାହିଁ ।

wp:html
/wp:html

ଏହା ପୂର୍ବରୁ ଅଭିଜିତ୍ ସାୱନ୍ତ କହିଥିଲେ ଯେ ହିନ୍ଦୀ ସିଙ୍ଗଙ୍ଗ୍ ରିଅଲିଟି ସୋ’ ପ୍ରତିଯୋଗୀମାନଙ୍କ ପ୍ରତିଭାରୁ ସେମାନଙ୍କ ଜୀବନ କାହାଣୀ ଉପରେ ଅଧିକ ଧ୍ୟାନ ଦେଇଥାଏ । ସେ କହିଥିଲେ ଯେ ଏହିପରି ସୋ ନିର୍ମାତାମାନେ ପ୍ରତିଯୋଗୀଙ୍କ ପ୍ରତିଭା ଉପରେ ଧ୍ୟାନ ଦିଅନ୍ତି ନାହିଁ ବରଂ ସେମାନଙ୍କର ଦାରିଦ୍ର ଉପରେ ଅଧିକ ଧ୍ୟାନ ଦିଅନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.