ପୁଣି ଥରେ କଂଠଶିଳ୍ପୀ ସୋନୁ ନିଗମ ଅସୁସ୍ଥ, ଭର୍ତ୍ତି ହେଲେ ମେଡିକାଲରେ
21/02/2019 at 1:09 PM

ନୂଆ ଦିଲ୍ଲୀ ୨୧|୨: ବଲିଉଡର ପ୍ରତିଷ୍ଠିତ ଗାୟକ ସୋନୁ ନିଗମଙ୍କ ସ୍ୱାସ୍ଥ ପୁଣି ଥରେ ଖରାପ ହୋଇଛି। କାଠମାଣ୍ଡୁରେ ସୋନୁ ନିଗମଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ଏମ ଆର ଆଇ ସହ କିଛି ଟେଷ୍ଟ ମଧ୍ୟ କରାଯାଇଛି। ଟେଷ୍ଚର ରିପୋର୍ଟ ଆସିଲା ପରେ ସୋନୁ ନିଗମଙ୍କ ଚିକିତ୍ସା ଆରମ୍ଭ ହେବ ବୋଲି ଡାକ୍ତରମାନେ କହିଛନ୍ତି। ଗତ କିଛି ଦିନ ତଳେ ଗୋଟେ କାର୍ଯ୍ୟକ୍ରମ ପାଇଁ ସୋନୁ ନେପାଲର ବୋଖାରା ଯାଇଥିଲେ। ହଠାତ୍ ସୋନୁଙ୍କ ଅଣ୍ଟାରେ ଯନ୍ତ୍ରଣା ହୋଇଥିଲା। ଯନ୍ତ୍ରଣାର କାରଣ ଜାଣିବା ପାଇଁ ଡାକ୍ତରଙ୍କ ଟିମ୍ ସୋନୁଙ୍କର ଚେକ୍ ଅପ କରିଥିଲେ ଯାହାର ରିପୋର୍ଟ ଆସିନାହିଁ।

ଡାକ୍ତରମାନେ କହିଛନ୍ତି ଯେ ମେଡିକାଲର ଭିଆଇପି ଲାଉଞ୍ଜ ସୋନୁ ନିଗମଙ୍କୁ ଭର୍ତ୍ତି କରାଯାଇଛି। ଡାକ୍ତରମାନେ ଏମଆରଆଇ ଟେଷ୍ଟ ରିପୋର୍ଟର ଅପେକ୍ଷାରେ ଅଛନ୍ତି । ରିପୋର୍ଟ ଏସିଲା ପରେ ଯନ୍ତ୍ରଣାର କାରଣ ଜଣା ପଡିବ। ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବରୁ ମଧ୍ୟ ସୋନୁ ନିଗମ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏହା ପୂର୍ବରୁ ଚେହେରାରେ ଏଲେର୍ଜି ହୋଇଥିବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ ସୋନୁ। ଏଲେର୍ଜି ପାଇଁ ପୁରା ମୁହଁ ଫୁଲିଯାଇଥିଲା। ମୁହଁରେ ଗୋଟେ ଆଖି ବହୁତ ଫୁଲିଯାଇଥିଲା।

ମେଡିକାଲରେ ଥିବା ସମୟରେ ଆଇସିୟୁର ୨ଟି ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ ସୋନୁ। ଫଟୋ ସେୟାର କରିବା ସହ ଦର୍ଶକ ଓ ତାଙ୍କ ଶୁଭଚିନ୍ତକଙ୍କୁ ତାଙ୍କ ପ୍ରତି ଥିବା ଭଲ ପାଇବା ପାଇଁ ଧନ୍ୟବାଦ ମଧ୍ୟ ଜଣାଇଥିଲେ। ଇଣଷ୍ଟାଗ୍ରାମରେ ସେୟାର କରାଯାଇଥିବା ଫଟୋରେ ସୋନୁଙ୍କ ମୁହଁରେ ଅକ୍ସିଜେନ ମାସ୍କ ଲାଗିଥିଲା। ସେ ଲେଖିଛନ୍ତି ଯେ “ଓଡିଶାର ଜେପୁରରୁ ଫେରିବା ପୂର୍ବରୁ ସେ ସୁସ୍ଥ ଥିଲେ। କିନ୍ତୁ କେବେ କେବେ ଲୋକଙ୍କୁ ଏଲେର୍ଜିର ପରିଣାମ ମଧ୍ୟ ଭୋଗିବାକୁ ପଡିଥାଏ। ସି ଫୁଡ ଖାଇଥିବାରୁ ତାଙ୍କୁ ଏଲେର୍ଜି ହୋଇଥିଲା।

ତେବେ ସେ ଲୋକଙ୍କୁ ଏହା ମଧ୍ୟ କହିଛନ୍ତି ଯେ ନିଜ ସ୍ୱାସ୍ଥକୁ ନେଇ କେବେ ରିସ୍କ ନେବା ଉଚିତ୍ ନୁହଁ। ସ୍ୱାସ୍ଥ ପାଇଁ ବିପଦଜ୍ଜନକ ଖାଇବା ଅନୁଚିତ୍। ନାନାୱତୀ ହସପିଟାଲ ପାଖରେ ଥିଲା ବୋଲି ସେ ସୁରକ୍ଷିତ ଅଛନ୍ତି। ହସପିଟାଲ ପାଖରେ ନଥିଲେ ତାଙ୍କ ଶ୍ୱାସନଳି ଫୁଲି ସେ ଆହୁରି ଅସୁସ୍ଥ ହୋଇଥାନ୍ତେ।