Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ସମ୍ପର୍କ ଉପରେ ଭୟର ବିଜୟ: ରୀତିନୀତି ଭୁଲି ବାପାଙ୍କ ଶବକୁ ଜେସିବି ମେସିନ୍‌ ଲଗାଇ ପୋତି ଦେଲେ କୁଳାଙ୍ଗାର ପୁଅ

30/05/2021 at 10:13 PM

ଲକ୍ଷ୍ନୌ ୩୦/୫: କରୋନା ଭୟରେ ମଣିଷପଣିଆ ଭୁଲୁଛି ମଣିଷ। ନିଜର ଲୋକଙ୍କ କୋକେଇରେ କାନ୍ଧ ଦେବା ତ ଦୂରର କଥା ପାଖ ବି ମାଡ଼ୁନାହାନ୍ତି ଲୋକେ। ଏମିତି ଅନେକ ମାମଲା ସାମ୍ନାକୁ ଆସୁଛି ସତ କିନ୍ତୁ କର୍ତ୍ତବ୍ୟ ଉପରେ ଭୟ ବିଜୟ ପାଇଛି। ସେମିତି ଏକ ଘଟଣା ଉତ୍ତରପ୍ରଦେଶର ସନ୍ଥ କବୀରନଗରରେ ଘଟିଛି। ବାପାଙ୍କ ଶବ ସଂସ୍କାର କରିବାକୁ ବି ପୁଅମାନେ ପଛଘୁଞ୍ଚା ଦେଇଛନ୍ତି। ରୀତିନୀତି କଥା ଛାଡ଼ନ୍ତୁ ବାପାଙ୍କ ଶବକୁ ମିଳିଲାନି ସମ୍ମାନ । ୩ ଭେଣ୍ଡିଆ ପୁଅ ଜେସିବି ମେସିନ୍‌ରେ ଗାତ ଖୋଳି ବୃଦ୍ଧଙ୍କ ଶବକୁ ପୋତି ଦେଇଛନ୍ତି।

ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଏବେ ସମ୍ପର୍କର ସତ ପଦାରେ ପଡ଼ିଛି। ମିଳିଥିବା ସୂଚନା ଅନୁସାରେ ୬୦ ବର୍ଷୀୟ ବୃଦ୍ଧ ରାମ ଲଳିତ ରୋଗରେ ପଡ଼ି ମୃତ୍ୟୁବରଣ କରିଥିଲେ। କିନ୍ତୁ ତାଙ୍କ ୩ ପୁଅକୁ ଲାଗିଲା ସେମାନଙ୍କ ବାପାଙ୍କ କରୋନାରେ ମୃତ୍ୟୁ ହୋଇଛି । କରୋନା ଭୟରେ ରୀତିନୀତି ଭୁଲି ବାପାଙ୍କ ଅନ୍ତିମ ସଂସ୍କାର କଲେ ନାହିଁ। ଶେଷରେ ଜେସିବି ମେସିନ୍‌ ଡକାଇ ଗାତ ଖୋଳି ପିତାଙ୍କ ମୃତଦେହ ପୋତି ଦେଇଛନ୍ତି।

ଏହି ଘଟଣାକୁ ଅନେକ ଲୋକ ଦେଖିଛନ୍ତି। ଭିଡିଓ ବି ସାମ୍ନାକୁ ଆସିଛି। କିନ୍ତୁ ୩ ପୁଅଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ ପୋଲିସ। ସେପଟେ ଗାଁ ଲୋକେ ଶବ ସଂସ୍କାର ପାଇଁ ସହାୟତା କରିବାକୁ କହିଥିଲେ। କାହା କଥାକୁ କର୍ଣ୍ଣପାତ ନକରି ୩ ପୁଅ ବାପାଙ୍କ ଶବକୁ ଗାତ ଖୋଳି ପୋତିଦେଇଛନ୍ତି ବୋଲି ଗାଁ ମୁଖିଆ କହିଛନ୍ତି।

ସେପଟେ ବୃଦ୍ଧଙ୍କ ପୁଅମାନେ ସଫେଇ ଦେଇଛନ୍ତି। ସେମାନଙ୍କ କହିବା କଥା ହେଲା ବୃଦ୍ଧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ମେଡିକାଲର ଡାକ୍ତର ତାଙ୍କୁ ଘରକୁ ପଠାଇଦେଇଥିଲେ । ଘରେ ପହଞ୍ଚିବା ପରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ତେଣୁ ତାଙ୍କ ଶବକୁ ଜେସିବି ମେସିନ୍‌ ଲଗାଇ ପୋତିଦେଇଥିବା କହିଛନ୍ତି ମୃତ ବୃଦ୍ଧଙ୍କ କୁଳାଙ୍ଗାର ପୁଅ।

   Related Posts