ଅଲୋଡ଼ା ବାପା – ପୁଇ ବୋହୂ ଥାଇ ପଞ୍ଚାୟତ ଅଫିସ୍ ବାରଣ୍ଡାରେ ବଞ୍ଚିବାକୁ କରୁଛନ୍ତି ସଂଘର୍ଷ

Published By : Prameya-News7 Bureau | November 19, 2019 IST

ବାଲେଶ୍ୱର ୧୯।୧୧ - ଦୁଇ ପୁଅ ବୋହୂ ଥାଇ ବି ପଞ୍ଚାୟତ ଅଫିସ ବାରଣ୍ଡାରେ ପଡ଼ି ରହିବାକୁ ବାଧ୍ୟ ହେଉଛନ୍ତି ଜଣେ ବୁଢ଼ା ବାପା । ବୟସର ଅପରାହ୍ଣରେ ରୋଗଗ୍ରସ୍ତ ଜୀବନ ବଞ୍ଚିବାକୁ ରାତିଦିନ ସଂଘର୍ଷ କରୁଛନ୍ତି । ପୁଅ ବୋହୂଙ୍କ ମନେ ପଡ଼ିଲେ କ’ଣ ଗଣ୍ଡାଏ ଖାଇବାକୁ ମିଳେ, ନହେଲେ ସେମିତି ଅଖିଆ ଅପିଆ ରହିବାକୁ ପଡ଼େ । ବାଲେଶ୍ବର ବାଲିଆ ପଞ୍ଚାୟତ ଅଫିସ ବାରଣ୍ଡାରେ ଏମିତି ଜଣେ ଅଲୋଡ଼ା ବାପାଙ୍କ ଉପରେ ପଡ଼ିଥିଲା ନ୍ୟୁଜ୍‌ ସେଭେନର ନଜର । ….

{"id":186770,"sizeSlug":"large"}

ଭଡ଼ା ଘରେ ବୁଢ଼ା ବାପାଙ୍କ ପାଇଁ ଯାଗା ନାହିଁ । ପଞ୍ଚାୟତ ଅଫିସ ବାରଣ୍ଡାରେ ପଲିଥିନ୍‌ ଖଣ୍ଡେ ବାନ୍ଧି ବାପାଙ୍କ ବାକି ଜୀବନ କାଟିବାକୁ ବାଧ୍ୟ କରିଛି ପୁଅ । ମସାରୀ ନାହିଁ କି କମ୍ବଳ ନାହିଁ । ଶୀତ କାକର ରାତିରେ ମଶାଙ୍କ ମେଳରେ ଏମିତି ପଡ଼ି ରହିଛନ୍ତି ଜଣେ ଅଲୋଡ଼ା ବାପା । ଦୁଇ ପୁଅ ବୋହୂ ଥାଇ ବି ସେ ଏବେ ବେସାହାରା । ପକ୍ଷାଘାତରେ ଆକ୍ରାନ୍ତ ହୋଇ ଡାହାଣ ହାତ, ଗୋଡ଼ ଚଳୁନି । ବାର୍ଦ୍ଧକ୍ୟର କୋରଡ଼ା ମାଡ଼ରେ ମାନସିକ ସ୍ଥିତି ବି ହରାଇବସିଲେଣି । ଏମିତିରେ ନିଜ ପରିଜନଙ୍କ ଠାରୁ ସେବା ପାଇବା ତ ଦୂରର କଥା ପଞ୍ଚାୟତ ଅଫିସ ବାରଣ୍ଡାରେ ମଳମୂତ୍ରରେ ଘାଣ୍ଟି ହେବାକୁ ପଡ଼ୁଛି ବାଲେଶ୍ବର ବାଲିଆ ଗାଁର ବୃଦ୍ଧ ଦେବେନ୍ଦ୍ର ସିଂହଙ୍କୁ ।

{"id":186771,"sizeSlug":"large"}

- ପୁଅ ବୋହୂଙ୍କ ମନେ ପଡ଼ିଲେ କ’ଣ ଗଣ୍ଡାଏ ଖାଇବାକୁ ମିଳେ, ନହେଲେ ସେମିତି ଅଖିଆ ଅପିଆ ରହିବାକୁ ପଡ଼େ । କେଉଁ ଦିନଠୁ ପତ୍ନୀ ଆରପାରିକୁ ଚାଲିଗଲେଣି । ଏଇ ଅବସ୍ଥାରେ ଯେଉଁମାନଙ୍କୁ ସାହାରା ଭାବେ ଏତେ କଷ୍ଟ ସହି ବଡ଼ କରିଥିଲେ ସେଇମାନେ ହିଁ ଆଜି ପର କରିଦେଇଛନ୍ତି । ଏବେ ଭାଗ୍ୟକୁ ଆଦରି ପଡ଼ି ରହିବା ଛଡ଼ା ଏହି ଅଲୋଡ଼ା ବାପାଙ୍କ ପାଖରେ ଆଉ କିଛି ଉପାୟ ବି ନାହିଁ ।

{"id":186772,"sizeSlug":"large"}

ପୁଅ ବୋହୂଙ୍କ ସେବା ଅପେକ୍ଷା ବାହାର ଲୋକଙ୍କ ଦୟା ଆଉ ସହାନୁଭୂତି ବୃଦ୍ଧ ଦେବେନ୍ଦ୍ରଙ୍କ ଜୀବନ ସଂଘର୍ଷର ସାହାରା ବନିଛି । ରକ୍ତ ସମ୍ପର୍କ ସିନା ପର କରିଦେଇଛି ହେଲେ ପର ଲୋକଙ୍କ ଆଖିକୁ ଏହି ଅସହାୟ ବାର୍ଦ୍ଧକ୍ୟ ଅଧିକ ଦୁଃଖ ଦେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.