Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ବେଙ୍ଗାଲୁରରେ ଭୀଷଣ ଶବ୍ଦ, ଭୂମିକମ୍ପ ନୁହେଁ ସ୍ପଷ୍ଟ କଲେ ପ୍ରଶାସନ

20/05/2020 at 3:44 PM

ବେଙ୍ଗାଲୁରୁ ୨୦।୫: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁର ବିସ୍ତୃତ ଅଞ୍ଚଳରେ ବୁଧବାର ଭୀଷଣ ଶବ୍ଦ ଶୁଣା ଯାଇଛି। ସହରରେ ଅନେକ ସ୍ଥାନରେ ଲୋକେ ଭୟଙ୍କର ଶବ୍ଦ ଶୁଣି ଘରୁ ପଦାକୁ ବାହାରି ଆସିଥିବା ବେଳେ କେତେକ ଏହାକୁ ଭୂମିକମ୍ପ ବୋଲି କହିଛନ୍ତି। ତେବେ ରାଜଧାନୀରେ ଭୂମିକମ୍ପ ହୋଇନଥିବା ବିପର୍ଯ୍ୟୟ ନିରୀକ୍ଷଣ କେନ୍ଦ୍ରର ଅଧିକାରୀ କହିଛନ୍ତି। ଯଦି ଭୂମିକମ୍ପ ନୁହେଁ ତେବେ ଏତେ ଭୀଷଣ ଶବ୍ଦ କ’ଣ ତାହା ହିଁ ଲୋକଙ୍କୁ ସନ୍ଦେହରେ ପକାଇଛି।

ମଧ୍ୟାହ୍ନ ପ୍ରାୟ ୧ଘଣ୍ଟା ୨୪ ମିନିଟ୍‌ ୪ ସେକେଣ୍ଡରେ ସହରର ପୂର୍ବ ଓ ଦକ୍ଷିଣ-ପୂର୍ବ ବେଙ୍ଗାଲୁରୁରୁ ଏହି ଶବ୍ଦ ଆସିଥିଲା। ଫଳରେ କିଛି କ୍ଷଣ ଲାଗି ସାରା ସହର ଥରି ଉଠିଥିଲା। କେତେକ ସ୍ଥାନରେ ଝରକା କବାଟ ମଧ୍ୟ କମ୍ପନରେ ଥରିବାକୁ ଲାଗିଥିଲା। ଲୋକେ ଭୂମିକମ୍ପ ଭାବି ଘରୁ ବାହାରକୁ ପଳାଇ ଆସିଥିଲେ। ବିସ୍ଫୋରଣ ଭଳି ଶବ୍ଦକୁ ନେଇ ବ୍ୟତିବ୍ୟସ୍ତ ଲୋକେ ଟ୍ୱିଟରରେ ବିଭିନ୍ନ ପୋଷ୍ଟ କରିବାରେ ଲାଗିଛନ୍ତି।

କର୍ଣ୍ଣାଟକ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ନିରୀକ୍ଷଣ କେନ୍ଦ୍ର (କେଏସ୍ଏନଡିଏମସି) ନିର୍ଦ୍ଦେଶକ ଶ୍ରୀନିବାସ ରେଡ୍ଡୀ ବୁଧବାର ରାଜଧାନୀର କୌଣସି ସ୍ଥାନରେ ଭୂମିକମ୍ପ ହୋଇନଥିବା ସ୍ପଷ୍ଟ କରିଛନ୍ତି। ଭୂମିକମ୍ପ ଗତିବିଧି ଗୋଟିଏ ଅଞ୍ଚଳରେ ସୀମିତ ହୋଇ ରହି ନଥାଏ। ଆମେ ବି ଆମର ସେନସର ଦେଖିଛୁ ଏଥିରେ କମ୍ପନର କୌଣସି ସୂଚନା ନଥିଲା ବୋଲି ରେଡ୍ଡୀ କହିଛନ୍ତି। ତେବେ ବିସ୍ଫୋରଣ ଯୋଗୁ କୌଣସି ସ୍ଥାନରେ କିଛି କ୍ଷୟକ୍ଷତି ନେଇ ଅଭିଯୋଗ ମିଳିନଥିବା ପୋଲିସ କମିଶନର ଭାସ୍କର ରାଓ କହିଛନ୍ତି।

   Related Posts