Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସକୁ ବଡ ଧରଣର ସଫଳତା, ଅବୈଧ ଅସ୍ତ୍ରଶସ୍ତ୍ର ସହ ୨ଜଣ ଗିରଫ
  • ||
  • ଗଣତନ୍ତ୍ର ଦିବସରେ ୩୮୪ଜଣଙ୍କୁ ମିଳିବ ବୀରତା ପୁରସ୍କାର, ଘୋଷଣା କଲେ ରାଷ୍ଟ୍ରପତି
  • ||
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||

ଖାଦ୍ୟ ସୁରକ୍ଷା ଆକ୍ଟରେ ଉପଭୋକ୍ତାଙ୍କୁ ମାଗଣା ଚାଉଳ ଦେବା ମୋଦୀ ସରକାରଙ୍କ ନିଷ୍ପତ୍ତିକୁ ସ୍ଵାଗତ କଲେ ସୋନିଆ ଗାନ୍ଧୀ

13/04/2020 at 9:27 PM

ନୂଆଦିଲ୍ଲୀ ୧୩।୦୪: କରୋନା ପରି ବିପତ୍ତି ସମୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆକ୍ଟ(NFSA) ଆଧାରରେ ଗରିବଙ୍କୁ ମାଗଣାରେ ୫ କିଲୋ ଚାଉଳ ଯୋଗାଇ ଦେବା କେନ୍ଦ୍ରର ମୋଦୀ ସରକାରଙ୍କ ନିଷ୍ପତ୍ତିକୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ପ୍ରଶଂସା କରିଛନ୍ତି। ଏହା ସହିତ କୋଭିଡ୍-୧୯ ପ୍ରତିରୋଧ ଲାଗି ଲାଗୁ ଲକ୍‌ଡାଉନ୍‌ ସମୟରେ ଉପୁଜିଥିବା ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି।

ମୋଦୀଙ୍କୁ ଲେଖିଥିବା ଚିଠିରେ ଏପ୍ରିଲ-ଜୁନ ସମୟରେ ଏନଏଫଏସଏ ଆଧାରରେ ମାଗଣାରେ ରାସନ ଯୋଗାଇ ଦେବା ପ୍ରାବଧାନକୁ ସ୍ଵାଗତ କରି ସୋନିଆ କହିଛନ୍ତି ଯେ, କରୋନା ଭାଇରସ୍‌ ବିପତ୍ତି ଫଳରେ ଅନେକ ପରିବାରକୁ ଗରିବିକୁ ଠେଲି ଦେଇଛି। ଲକ୍‌ଡାଉନ୍‌ କାରଣରୁ ଦୈନନ୍ଦିନ ଜୀବନ ଉପରେ ପଡିଥିବା ପ୍ରଭାବ ଦୂର କରିବା ପାଇଁ ସେ କିଛି ପ୍ରସ୍ତାବ ମଧ୍ୟ ଦେଇଛନ୍ତି।

ଲକ୍‌ଡାଉନ୍ କାରଣରୁ ସମଗ୍ର ଦେଶରେ ଲକ୍ଷାଧିକ ସଂଖ୍ୟା ଦୁର୍ବଳ ବର୍ଗର ଲୋକଙ୍କୁ ଦୁଇ ଓଳି ଖାଦ୍ୟ ପାଇଁ ସଂଘର୍ଷ କରିବାକୁ ପଡୁଛି। ଏହା ଦୁଃଖର କଥା ଯେ, ଭାରତ ପାଖରେ ସଂପ୍ରତି ମହାମାରୀ ବିପତ୍ତି ସମୟରେ ବଡ ଖାଦ୍ୟ ଭଣ୍ଡାର ଥାଇ ମଧ୍ୟ ଲୋକଙ୍କୁ ଖାଦ୍ୟ ପାଇଁ ସଂଘର୍ଷ କରିବାକୁ ପଡୁଛି।

ଏହି ସ୍ଥିତିରେ ୨୦୨୦ ଏପ୍ରିଲ-ଜୁନରେ ଖାଦ୍ୟ ସୁରକ୍ଷା ଅଧିନିୟମ ବ୍ୟତୀତ ଉପଭୋକ୍ତାଙ୍କୁ ୫ କିଲୋଗ୍ରାମ ମାଗଣା ଚାଉଳ ଦେବା ସରକାରଙ୍କ ନିର୍ଣ୍ଣୟକୁ ମୁଁ ସ୍ଵାଗତ କରୁଛି। ହେଲେ ସେମାନଙ୍କର ଆଜୀବିକା ଉପରେ ମଧ୍ୟ ସରକାର ବିଚାର କରନ୍ତୁ ବୋଲି ସୋନିଆ କହିଛନ୍ତି।

   Related Posts