ପଞ୍ଜାବ: କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ମନେଇବାକୁ ଏବେବି ଚେଷ୍ଟା କରୁଛି କଂଗ୍ରେସ! ନିଜେ ଉଦ୍ୟମ କରୁଛନ୍ତି ସୋନିଆ

Published By : Prameya-News7 Bureau | October 29, 2021 IST

ନୂଆଦିଲ୍ଲୀ ୨୯।୧୦: ପଞ୍ଜାବ କଂଗ୍ରେସରେ ଉଠିଥିବା ଝଡ଼ ହୁଏତ ପ୍ରସମିତ ହୋଇଛି। ହେଲେ ଏବେବି ସମ୍ପୂର୍ଣ୍ଣ ସମାଧାନ ହୋଇନି । କ୍ୟାପ୍ଟେନ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ନିଜେ ରାଜନୈତିକ ଦଳ ଗଠନ ଜିଦ୍‌ରେ ଏବେ ଅଡି ଯାଇଛନ୍ତି। ତେବେ ଯଦି ସେ ଦଳ ଗଠନ କରନ୍ତି ରାଜ୍ୟରେ କଂଗ୍ରେସର ହିଁ କ୍ଷତି ବୋଲି ସୁପ୍ରିମୋ ସୋନିଆ ଗାନ୍ଧି ଜାଣିଗଲେଣି। ଏଣୁ କେମିତିବି ହେଲେ ଅମରିନ୍ଦରଙ୍କୁ ମନେଇ ପୁଣି ଦଳକୁ ଆଣିବା ଲାଗି ସୋନିଆ ନିଜ ଆଡୁ ଉଦ୍ୟମ ଆରମ୍ଭ କରିଥିବାର ସୂଚନା ମିଳୁଛି।

ପଞ୍ଜାବ କଂଗ୍ରେସର ସମସ୍ୟା ସମାଧାନ ଲାଗି ହାଇକମାଣ୍ଡ ୩ ସଦସୀୟ ଟିମ୍‌ ପଠାଇଥିଲେ। ଯାହାର ଫଳାଫଳ ଅମରିନ୍ଦର ମୁଖ୍ୟମନ୍ତ୍ରୀପଦରୁ ଇସ୍ତଫା ଦେଲେ। କଥା ଏତିକିରେ ଅଟକିଲାନି। ଅମରିନ୍ଦର କଂଗ୍ରେସରୁ ଇସ୍ତଫା ମଧ୍ୟ ଦେଲେ ଓ ଏବେ ନିଜେ ଦଳ ଗଢିବେ ବୋଲି ଖୋଲାଖୋଲି ଘୋଷଣା କରୁଛନ୍ତି। ସେପଟେ ବିଜେପି ଅମରିନ୍ଦରଙ୍କ ନିକଟତର ହେବାକୁ ପ୍ରୟାଶ ଆରମ୍ଭ କରିଛି। ଏପରି ହେଲେ ଆଗାମୀ ବିଧାନସଭା ନିର୍ବାଚନ ଉପରେ ଏହାର ପ୍ରଭାବ ପଡିବା ଏକ ପ୍ରକାର ନିଶ୍ଚିତ ଦେଖାଯାଉଛି।

{"id":535335,"width":842,"height":472,"sizeSlug":"full","linkDestination":"none"}

୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନ କଂଗ୍ରେସ ଲାଗି ଏତେ ସହଜ ହେବନି ବୋଲି ପାର୍ଟିକୁ ଫିଡବ୍ୟାକ୍ ମିଳିଗଲାଣି। ଏଥିରେ ଯଦି ବିଜେପିକୁ ପଞ୍ଜାବରେ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଭଳି ଏକ ଶିଖ ଚେହେରା ସହଜରେ ମିଳି ଯାଆନ୍ତି ତେବେ ଦଳ ଲାଗି ଏହା ଦୋହରା କ୍ଷତିର କାରଣ ହେବ ବୋଲି ସୋନିଆ ଜାଣିଗଲେଣି। ଏଣୁ ଯେ କୌଣସି ପ୍ରକାରେ ଅମରିନ୍ଦର ସିଂହଙ୍କୁ ପୁଣି ଦଳରେ ଫେରାଇ ଆଣିବା ଲାଗି ସୋନିଆ ନିଜ ପକ୍ଷରୁ ଉଦ୍ୟମ ଆରମ୍ଭ କରିଛନ୍ତି।

ତେବେ ଏଥିରେ ନୂଆ ପିସିସି ସଭାପତି ନଭଜ୍ୟୋତ ସିଂହ ସିଦ୍ଧୁ ସବୁଠୁ ବଡ଼ ବାଧା ଭାବେ ଛିଡା ହୋଇଛନ୍ତି। ଏଣୁ ରାଜ୍ୟରେ ପାର୍ଟିକୁ ୨ ଜଣଙ୍କ ମଧ୍ୟରୁ ଏବେ ଜଣକୁ ବାଛିବାକୁ ହେବ। ହୁଏତ ଏଥିପାଇଁ ସୋନିଆ ଏବେ ସିଦ୍ଧୁଙ୍କୁ ବି ଛାଡି ପାରନ୍ତି ବୋଲି ଆକଳନ କରାଗଲାଣି। ସେପଟେ ସିଦ୍ଧୁଙ୍କ ଉପରେ କ୍ୟାପ୍ଟେନ ପ୍ରଥମରୁ ପଞ୍ଚମ। ଗତ  ୨୭ ଅକ୍ଟୋବର ସାମ୍ବାଦିକ ସମ୍ମିଳନୀରେ ସିଦ୍ଧୁ ଯେଉଁଠୁ ପ୍ରାର୍ଥୀ ହେବେ ସେ ସେଠାରୁ ନିଜେ  ତାଙ୍କ ବିରୋଧରେ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି। ଏଣୁ ଅମରିନ୍ଦରଙ୍କ ବିପକ୍ଷରେ ସିଦ୍ଧୁଙ୍କ ଆଗାମୀ ରାଜନୀତି ମଧ୍ୟ ଶୁନ ବୋଲି ଜଣାପଡିଗଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.