ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଗର୍ଜିଲେ ସୋନିଆ, କହିଲେ ରାଜକୋଷ ଭରିବା ପାଇଁ ବିପଦକୁ ଅବସରରେ ପରିଣତ କରିଛନ୍ତି ମୋଦି ସରକାର

Published By : Prameya-News7 Bureau | January 07, 2021 IST

ନୂଆଦିଲ୍ଲୀ ୭।୧: ଦେଶରେ କୃଷକ ଆନ୍ଦୋଳନକୁ ନେଇ ବିରୋଧୀ ଲଗାତାର ସରକାରଙ୍କୁ ଆକ୍ଷେପ କରୁଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଗୁରୁବାର ଚାଷୀଙ୍କ ଦାବି ଯୁକ୍ତିଯୁକ୍ତ ବୋଲି କହିଛନ୍ତି। ସେ କହିଛନ୍ତି ଯେ ସ୍ୱାଧୀନ ଭାରତ ଇତିହାସରେ ଦେଶ ପ୍ରଥମ ଥର ଏକ ଦୁଇଛକରେ ଛିଡା ହୋଇଛି। ଗୋଟିଏ ପଟେ ଚାଷୀମାନେ ଦିଲ୍ଲୀ ସୀମାରେ ନିଜ ଦାବିକୁ ନେଇ ଅଡି ବସିଥିବା ବେଳେ ଅନ୍ୟପଟେ କେନ୍ଦ୍ର ସରକାର ଗରିବ ଚାଷୀଙ୍କ ସାଙ୍ଗରେ ମଧ୍ୟମ ବର୍ଗଙ୍କ ଅଣ୍ଟା ଭାଙ୍ଗିବାରେ ଲାଗିଛନ୍ତି।

ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟବୃଦ୍ଧିକୁ ନେଇ ସୋନିଆ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ କରୋନାରେ ଧ୍ୱଂସ୍ତ ଅର୍ଥନୀତିକୁ ସଜାଡିବା ବଦଳେ ମୋଦି ସରକାର ତାଙ୍କ ରାଜକୋଷ ଭରିବାରେ ବ୍ୟସ୍ତ। ଏଥିପାଇଁ ସରକାର ଜାତୀୟ ବିପଦକୁ  ରାଷ୍ଟ୍ରୀୟ ଅବସରରେ ପରିଣତ କରିଛନ୍ତି। ଏବେ ବିଶ୍ୱ ବଜାରରେ ଅଶୋଧିତ ତୈଳ ପ୍ରତି ବାରଲ ୫୦.୯୬ ଡଲାରରେ ବିକ୍ରି ହେଉଛି। ଅର୍ଥାତ ପ୍ରତି ଲିଟର ଅଶୋଧିତ ତୈଳ ଲାଗି ୨୩ଟଙ୍କା ୪୩ ପଇସା ଖର୍ଚ୍ଚ କରିବାକୁ ପଡୁଛି। ଏହା ସତ୍ତ୍ୱ ଡିଜଲ ଲିଟର ପିଛା ୭୪ଟଙ୍କା ୩୮ ଓ ପେଟ୍ରୋଲ ୮୪ଟଙ୍କା ୨୦ ପଇସା ଆଦାୟ କରାଯାଉଛି। ଦେଶରେ ଗତ ୭୩ ବର୍ଷରେ ପେଟ୍ରୋଲ ଓ ଡିଜିଲର ବିକ୍ରିଦର ଏବେ ସର୍ବକାଳୀନ ସୀମା ପାରକରିଛି। 

ଅନ୍ୟପକ୍ଷରେ ସରକାର ଦେଶରେ ଉପଭୋକ୍ତାଙ୍କ ଲାଗି ବଜାର ମୂଲ୍ୟ ନିୟନ୍ତ୍ରିତ କରିବାକୁ କେବେବି ଚାହିଁ ନାହାନ୍ତି।  ଅନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ସମୟରେ ସରକାର ଏହାର ଲାଭ ଉପଭୋକ୍ତାଙ୍କୁ ଦେବା ବଦଳେ ଏକ୍ସାଇଜ୍ ଡ୍ୟୁଟି ବଢାଇ ଲାଭ ଅସୁଲିର ରେକର୍ଡ ଭାଙ୍ଗିଛନ୍ତି। ଗତ ସାଢେ ୬ ବର୍ଷର ସରକାରରେ ମୁନାଫା ଅସୁଲିର ହିସାବ କଲେ ଏହି ସମୟରେ ଜନତାଙ୍କ ପକେଟରୁ ୧୯ଲକ୍ଷ କୋଟି ଟଙ୍କା ଲାଭ ବାହାର କରିନେଇଛନ୍ତି ମୋଦି।

କେବଳ ପେଟ୍ରୋଲ କି ଡିଜେଲ ନୁହେଁ ସରକାର ରୋଷେଇ ଗ୍ୟାସ ଦର ବୃଦ୍ଧି କରି ପ୍ରତ୍ୟେକ ପରିବାରର ରୋଷେଇ ଘର ବଜେଟ୍‌ ପ୍ରଭାବିତ କରିଛନ୍ତି। ଏଣୁ ତୁରନ୍ତ କେନ୍ଦ୍ର ସରକାର ୟୁପିଏ ସରକାର କାଲରେ ଦେଶରେ ପେଟ୍ରୋଲ ଓ ଡିଜେଲର ଉପରେ ଲାଗୁ ଏକ୍ସାଇଜ ଡ୍ୟୁଟି କାୟମ କରନ୍ତୁ ବୋଲି ସୋନିଆ ଦାବି କରିଛନ୍ତି। ଏହା ଦ୍ୱାରା ଦେଶରେ ମୂଲ୍ୟନିୟନ୍ତ୍ରଣ ସହ ତ୍ରସ୍ତ ଜନତାଙ୍କୁ ଆଶ୍ୱସ୍ତି ମିଳିପାରିବ ବୋଲି କହିଛନ୍ତି। ସେହିପରି ସଂଶୋଧିତ କୃଷି ଆଇନ ସମେତ ୩ଟି ଆଇନକୁ ମଧ୍ୟ ସରକାର ବାତିଲ କର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.