Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଯୁବକଙ୍କୁ ଅପହରଣ ପରେ କିନ୍ନର କରିଥିବା ସୋନିଆ ଗିରଫ…

3/10/2019 at 6:58 PM

ନୂଆଦିଲ୍ଲୀ୩|୧୦: ମୋହକମପୁରା ଥାନା ଅନ୍ତର୍ଗତ ନ୍ୟୁ ଦଶମେରା ନଗରରେ ଏକ ଅଜବ ପ୍ରକାରର ଘଟଣା ଦେଖିବାକୁ ମିଳିଛି। ସନ୍ଦୀପ କୁମାର ନାମକ ଜଣେ ଯୁବକଙ୍କୁ ଅପହରଣ କରି ତାଙ୍କୁ କିନ୍ନର କରାଯାଇଥିବା ଘଟଣାରେ ବାବା ସୋନିଆକୁ ପୋଲିସ ଗିରଫ କରିଛି। ସୋନିଆ ବି ଜଣେ କିନ୍ନର ।

ସୂଚନାଯୋଗ୍ୟ ଯେ, ଏକ ବର୍ଷେ ତଳେ ଯୁବକଙ୍କୁ ଅପହରଣ ଅଭିଯୋଗରେ ସୋନିଆକୁ ପୋଲିସ ଗିରଫ କରିଛି ।ସନ୍ଦୀପଙ୍କ ପଡୋଶୀ ହେଉଛନ୍ତି ସୋନିଆ। ପୀଡ଼ିତ ଯୁବକଙ୍କ କହିବା ଅନୁସାରେ କୌଣସି ଏକ ଘଟଣାକୁ ନେଇ ସୋନିଆ ଓ ସନ୍ଦୀପଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେ ରିକ୍ସାରେ ବସି ତାଙ୍କ ଆଈଙ୍କ ଘରକୁ ଯିବାବେଳେ ​‌ସୋନିଆ ଓ ତାଙ୍କ ସାଥୀମାନେ ସନ୍ଦୀପଙ୍କୁ ଅପହରଣ କରିଥିଲେ।

 କିଛିଦିନ ପରେ ବେହୋସ ଅବସ୍ଥାରେ ସନ୍ଦୀପଙ୍କୁ ମେହତା ରୋଡ଼ ନ୍ୟୁ ଫୋକଲ ପଏଣ୍ଟରେ ସୋନିଆ ପିଙ୍ଗି ଦେଇଥିଲା । ହସ୍ପିଟାଲରେ ସନ୍ଦୀପଙ୍କ ଚିକିତ୍ସା ବେଳେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା। ସନ୍ଦୀପଙ୍କ ଗୁପ୍ତ ଅଙ୍ଗକୁ ସୋନିଆ କାଟି ତାଙ୍କୁ କିନ୍ନର କରି ଦେଇଥିଲା । ଏହି ଘଟଣା​‌ ପରେ ସୋନିଆ ଫେରାର ହୋଇଯାଇଥିଲା।

ଥାନା ଅଧିକାରୀ ଜଗଜିତଙ୍କ କହିବା ଅନୁସାରେ ସୋନିଆକୁ ଗିରଫ କରିବା ପାଇଁ ପୋଲିସ କମିଶନର ସୁଖଚୈନ ସିଂହଙ୍କ ନେତୃତ୍ବରେ ଏକ ଟିମ ଗଠନ ହୋଇଥିଲା। ସୋନିଆ ରହୁଥିବା ସ୍ଥାନରେ ପୋଲିସ ଚଢ଼ଉ କରି ତାକୁ ଗିରଫ କରିଛି।

   Related Posts