Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

‘ପୂର୍ବ ସରକାର ଉପରେ ଦୋଷ ଲଦନ୍ତୁ ନାହିଁ’: ତୈଳ ଦର ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀଙ୍କୁ ସୋନିଆ ଗାନ୍ଧୀଙ୍କ ପତ୍ର

21/02/2021 at 7:41 PM

ନୂଆଦିଲ୍ଲୀ ୨୧/୦୨: ଦେଶରେ ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଛି। ଅନେକ ସହରରେ ତେଲ ଦର ଶହେ ଟଙ୍କା ପାର କରିଛି। ଏହାକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଥିବା ବେଳେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ଚିନ୍ତା ଜାହିର କରିଛନ୍ତି।  ପେଟ୍ରୋଲ-ଡିଜେଲ୍‌ ଦର ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି ସୋନିଆ ଗାନ୍ଧୀ। ସେ ଲେଖିଛନ୍ତି ଦର ବୃଦ୍ଧି ଐତିହାସିକ ଏବଂ ଅବ୍ୟବହାରିକ।

ଏହା ସହ ଆହୁରି ଲେଖିଛନ୍ତି, ଡିଜେଲ-ପେଟ୍ରୋଲ ଦର କମାଇ ମଧ୍ୟମ ଏବଂ ଗରିବ ଲୋକଙ୍କୁ ସରକାର ଆଶ୍ବସ୍ତି ଦିଅନ୍ତୁ। ଗ୍ୟାସ ପାଖରୁ ପେଟ୍ରୋଲ ପର୍ଯ୍ୟନ୍ତ ଦର ବୃଦ୍ଧି ଯୋଗୁ ଦେଶର ପ୍ରତ୍ୟେକ ନାଗରିକ ସଙ୍କଟକୁ ଠେଲି ହୋଇଯାଇଛନ୍ତି। ଦେଶରେ ମିଡିଲ କ୍ଲାସ ଏବଂ ଗରିବ ପରିବାର କଠିନ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଘରୋଇ ଜିନିଷର ଦର ବୃଦ୍ଧି ସେମାନଙ୍କ ଚିନ୍ତାକୁ ବଢ଼ାଇଦେଇଛି।  ତୈଳ ଦରରେ ଐତିହାସିକ ବୃଦ୍ଧି ହୋଇଛି। ଏପରିକି ଦେଶରେ ଅନେକ ସ୍ଥାନ​‌ରେ ପେଟ୍ରୋଲ ଦାମ ୧୦୦ ପାର କରିଛି।

ସୋନିଆ ଆହୁରି ଲେଖିଛନ୍ତି, ଜିଡିପି ଯେଉଁଭଳି ଭାବେ ଖସୁଛି ଏବଂ ତୈଳ ଦର ବୃଦ୍ଧି  ହେଉଛି ସରକାର ନିଜର ଦୋଷକୁ ପୂର୍ବ ସରକାରଙ୍କ ଉପରେ ଲଦୁଛନ୍ତି। ଇନ୍ଧନ ଦାମ କମାଇ ଏହାର ଲାଭ ମଧ୍ୟମ, ବେତନଭୋଗୀ, କୃଷକ ଏବଂ ଗରିବଙ୍କୁ ଦିଅ ବୋଲି ସରକାରଙ୍କୁ ଜଣାଇଛନ୍ତି।

ୟୁପିଏ କାର୍ଯ୍ୟକାଳ ଅପେକ୍ଷା କ୍ରୁଡ ଅଏଲର ଦାମ ପାଖାପାଖି ଅଧା ରହିଛି। ଏହା ପରେ ବି ଆପଣଙ୍କ ସରକାର ତୈଳ ଦର ଲଗାତାର ୧୨ ଦିନ ପର୍ଯ୍ୟନ୍ତ ବଢ଼ାଇଲେ। ସୋନିଆ ଗାନ୍ଧୀ ଲେଖିଛନ୍ତ, କିଭଳି ଏକ ସରକାର ଏଭଳି ବିଚାରହୀନ ନିଷ୍ପତ୍ତିକୁ ଉଚିତ ବୋଲି କହୁଛନ୍ତି ବୁଝି ହେଉନାହିଁ।  

   Related Posts