Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||

ଦଶହରା ଅବସରରେ ଦେଶବାସୀଙ୍କୁ ସୋନିଆ ଗାନ୍ଧିଙ୍କ ବାର୍ତ୍ତା, କହିଲେ ନେତୃତ୍ୱରେ ଅହଂକାର ଓ ମିଥ୍ୟା ପ୍ରତିଶ୍ରୁତିର ସ୍ଥାନ ନାହିଁ

25/10/2020 at 5:58 PM

ନୂଆଦିଲ୍ଲୀ ୨୫।୧୦: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦଶହରା ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏଥିରେ ସେ ବିଜୟାଦଶମୀର ଶୁଭକାମନା ଜଣାଇଛନ୍ତି। ସେ କହିଛନ୍ତି ଯେ  ବିଜୟାଦଶମୀ ଉତ୍ସବର ସବୁଠୁ ବଡ଼ ବାର୍ତ୍ତା ହେଲା ଶାସନରେ ଜନତା ସର୍ବେ ସର୍ବା ଓ ନେତୃତ୍ୱ କର୍ତ୍ତାଙ୍କ ଜୀବନରେ  ଅହଂକାର ଓ ମିଥ୍ୟା ପ୍ରତିଶ୍ରୁତିର କୌଣସି ସ୍ଥାନ ନାହିଁ।

ସୋନିଆ ଗାନ୍ଧି କହିଛନ୍ତି ଯେ ଦଶହରା ଅନ୍ୟାୟ ଉପରେ ନ୍ୟାୟ, ଅସତ୍ୟ ଉପରେ ସତ୍ୟ ଓ ଅହଂକାର ଉପରେ ବିବେକର ବିଜୟ ପର୍ବ। ଏଣୁ କଂଗ୍ରେସ ଅଧ୍ୟକ୍ଷା ଦଶହରା ଲୋକଙ୍କ ଜୀବନରେ ଶାନ୍ତି, ସମୃଦ୍ଧି ଓ ଅଫୁରନ୍ତ ଖୁସି ନେଇ ଆସୁ ବୋଲି କାମନା କରିଛନ୍ତି। ଲୋକଙ୍କ ମନରେ ସୌହାର୍ଦ୍ଦ୍ୟ ଓ ସାଂସ୍କୃତିକ ମୂଲ୍ୟବୋଧ ମଜଭୁତ ହେଉ ବୋଲି ସେ କାମନା କରିଛନ୍ତି। ତେବେ ଉତ୍ସବ ପାଳନ ଲାଗି ଯେପରି ଲୋକେ କୌଣସି ଠାରେ କୋଭିଡ-୧୯ ମାର୍ଗଦର୍ଶନ ନଭୁଲନ୍ତି ସେଥିଲାଗି ମଧ୍ୟ ସୋନିଆ ସତର୍କ କରାଇ ଦେଇଛନ୍ତି।

ସୋନିଆ ଗାନ୍ଧିଙ୍କ ସହ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି.ବେଣୁ ଗୋପାଲ, ମୁଖ୍ୟ ମୁଖପାତ୍ର ରଣଦୀପ ସୂରଜେୱାଲା ଓ ପ୍ରିୟଙ୍କା ୱାଡ୍ରା ମଧ୍ୟ ଦେଶବାସୀଙ୍କୁ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଛନ୍ତି। ଏହା ଛଡା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଟ୍ୱିଟ୍‌ ବାର୍ତ୍ତାରେ ଦେଶବାସୀଙ୍କୁ ଦୁର୍ଗା ପୂଜା ଶୁଭେଚ୍ଛା ଜଣାଇବା ସହ ଅନ୍ତରେ ସତ୍ୟର ବିଜୟ ନିୟତି ବୋଲିଉଲ୍ଲେଖ କରିଛନ୍ତି।

   Related Posts