ଉଦ୍ଧବଙ୍କ ଠାରୁ ଲିଖିତ ପ୍ରତିଶୃତି ଚାହିଁଥିଲେ ସୋନିଆ: ନିୟମ ଭାଙ୍ଗିଲେ ଓହରିଯିବ କଂଗ୍ରେସ, ବିଜେପି କହିଲା- ସ୍ପଷ୍ଟ କରୁ ଶିବସେନା

Published By : Prameya-News7 Bureau | January 27, 2020 IST

ମୁମ୍ବାଇ ୨୭/୦୧- ମହାରାଷ୍ଟ୍ର ସରକାର ଏବଂ କ୍ଷମତାସୀନ ମହା ବିକାଶ ଅଗାଡ଼ି ସରକାର ସବୁବେଳେ ଚର୍ଚ୍ଚାରେ। ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ ଗଠିତ ଶିବସେନା-ଏନସିପି ଏବଂ କଂଗ୍ରେସ ମେଣ୍ଟ ସରକାର କେତେ ଦିନ ତିଷ୍ଠିବ ତାହା ହିଁ ବଡ ପ୍ରଶ୍ନ । କାରଣ ନେତାଙ୍କ ଅମାନିଆ ତୁଣ୍ଡ। ଶିବସେନା ନେତା ଉଦ୍ଧବ ଠାକରେଙ୍କ ସରକାରରେ ମନ୍ତ୍ରୀ ବି ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ। ତଥାପି ଏକ ମିଳିତ ନିଷ୍ପତ୍ତିରେ ଚାଲିଛି ସରକାର । ଆଉ ଏହି ସରକରାରର ଆରମ୍ଭ କିପରି ଆଉ କେବେ ଯାଏଁ ତିଷ୍ଠିବ ସେନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଭନଙ୍କ ବକ୍ତବ୍ୟ ବେଶ୍ ଚର୍ଚ୍ଚାର କାରଣ ହୋଇଛି ।

{"id":216761,"sizeSlug":"large"}

ଅକ୍ଟୋବର ୨୧ ମହାରାଷ୍ଟ୍ର ନିର୍ବାଚନରେ କୌଣସି ଦଳକୁ ସଂଖ୍ଯା ଗରିଷ୍ଠତା ମିଳିଲା ନାହିଁ। ସଂଖ୍ୟା ଥାଇ ବି ସରକାର ଗଠନ ନେଇ ବିଜେପି- ଶିବସେନା ବୁଝାମଣା ହେଲାନି। ଫଳରେ ମେଣ୍ଟ ଭାଙ୍ଗିଲା ଏବଂ ବିଜେପିକୁ କ୍ଷମତାରୁ ଦୂରେଇବାକୁ ଶିବସେନା ସହ ହାତ ମିଳାଇଲେ ଏନସିପି ଏବଂ କଂଗ୍ରେସ।

ତେବେ ଶିବସେନା ସହ ମିଶି ସରକାର ଗଠନ ପାଇଁ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି ସେତେ ଆଗ୍ରହୀ ନଥିଲେ । କିନ୍ତୁ ରାଜନୈତିକ ଦୃଶ୍ୟପଟକୁ ଦେଖି ସେ ଏଥିଲାଗି ଦଳୀୟ ନେତାଙ୍କୁ ଅନୁମତି ଦେବା ବେଳେ ପ୍ରଥମେ ଶିବସେନା ସୁପ୍ରିମୋଙ୍କ ଠାରୁ ଲିଖିତ ପ୍ରତିଶୃତି ଚାହିଁଥିଲେ । ଏହା ଆଣିବାକୁ ସେ ଦଳୀୟ ନେତାଙ୍କୁ କହିଥିଲେ ବୋଲି ପ୍ରକାଶ କରିଛନ୍ତି ଅଶୋକ ଚଭନ । 

ଉଦ୍ଧବ ଠାକରେଙ୍କ ସରକାରରେ ପିଡବ୍ଲ୍ୟୁଡି ମନ୍ତ୍ରୀ ଅଛନ୍ତି ଅଶୋକ ଚଭନ । ସେ କହିଛନ୍ତି, ସୋନିଆ ଗାନ୍ଧି ମଧ୍ୟ ସାମ୍ବିଧାନୀକ ନୀତି ନିୟମରେ ମହାରାଷ୍ଟ୍ର ସରକାର ଚାଲିବା ଚାହିଁଥିଲେ । ଉଦ୍ଧବ ଠାକରେ ସରକାରଙ୍କ ଧର୍ମନିରପେକ୍ଷତାନେଇ ମଧ୍ୟ ପ୍ରତିଶୃତି ଦେଇଥିଲେ । ମହା ବିକାଶ ଅଗାଡି  ମେଣ୍ଟସରକାର ସାମ୍ବିଧାନୀକ ନୀତି ନିୟମ ଅନୁସାରେ ଚାଲିଛି ।

ଯେଉଁଦିନ ସରକାର ସାମ୍ବିଧାନୀକ ନୀତି ନିୟମ ଉଲଂଘନ କରିବ ସେହି ଦିନ କଂଗ୍ରେସ ସରକାରରୁ ଓହରିଯିବ ବୋଲି କହିଛନ୍ତି ଅଶୋକ ଚଭନ ।କାରଣ ସୋନିଆ ଗାନ୍ଧି ଦଳର ରାଜ୍ୟ ଶାଖା ନେତା ମାନଙ୍କୁ ଏନେଇ ପୂର୍ବରୁ ସାବଧାନ କରିଛନ୍ତି ଏବଂ ଏମଭିଏ ସରକାର  ସାମ୍ବିଧାନୀକ ନୀତି ନିୟମରୁ ଓହରିଲେ କଂଗ୍ରେସ ସରକାରରର ଓହରିଯିବା ଉଚିତ ହେବ ବୋଲି ସୋନିଆ ଦେଇଥିବା ନିର୍ଦ୍ଦେଶ ସଂପର୍କରେ ମଧ୍ୟ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କୁ ପୂର୍ବରୁ ଜଣାଇ ଦିଆଯାଇଥିବା ଏବଂ ଉଦ୍ଧବ ସେହି ସର୍ତ୍ତରେ ରାଜି ହେବା ପରେ ସରକାର ଗଠନ ହୋଇଥିବା କହିଛନ୍ତି  ବରିଷ୍ଠ କଂଗ୍ରେସ ନେତା ଅଶୋକ ଚଭନ ।

 ଏପଟେ ବରିଷ୍ଠ କଂଗ୍ରେସ ନେତା ତଥା ମନ୍ତ୍ରୀ ଅଶୋକ ଚଭନଙ୍କ ଏପରି ବୟାନ ପରେ ଶିବସେନା ନେତା ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନବିଶ । କେଉଁ ଆଧାରରେ ଏବଂ କ’ଣ ସର୍ତ୍ତରେ ସରକାର ଗଠନ କରାଯାଇଛି ତାହା ସ୍ପଷ୍ଟ କରିବାକୁ ଶିବସେନାକୁ ଆହ୍ୱାନ କରିଛନ୍ତି ଫଡନବିଶ୍ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.