ହସ୍ପିଟାଲରୁ ଡିଶ୍ଚାର୍ଜ ହେଲେ ସୋନିଆ ଗାନ୍ଧି, ରୁଟିନ ଚେକଅପ୍ ଲାଗି ହୋଇଥିଲେ ଭର୍ତ୍ତି

Published By : Prameya-News7 Bureau | August 02, 2020 IST

ନୂଆଦିଲ୍ଲୀ ୨।୮: ଏଆଇସିସି କାର୍ଯ୍ୟକାରୀ ଅଧ୍ୟକ୍ଷା ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀମତୀ ସୋନିଆ ଗାନ୍ଧି ରବିବାର ସନ୍ଧ୍ୟାରେ ହସ୍ପିଟାଲରୁ ଡିଶ୍ଚାର୍ଜହୋଇଛନ୍ତି। ସାର ଗଙ୍ଗାରାମ ହସ୍ପିଟାଲର ଡା.ଡି.ଏସ୍ ରାଣା ଏହି ସୂଚନା ଦେଇଛନ୍ତି। ସୋନିଆ ଗତ ଜୁଲାଇ ୩୦ ତାରିଖ ଦିନ ରୁଟିନ ଚେକଅପ୍ ଲାଗି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ଡା. ରାଣାଙ୍କ ଦ୍ୱାରା ଜାରି ସ୍ୱାସ୍ଥ୍ୟ ବୁଲେଟିନରେ ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚିତ କରିଛନ୍ତି। ଏଣୁ ତାଙ୍କୁ ହସ୍ପିଟାଲରେ ରଖିବାର କୌଣସି ଅବଶ୍ୟକତା ନାହିଁ ବୋଲି କୁହାଯାଇଛି। ଏହା ପୂର୍ବରୁ ଶୁକ୍ରବାର ଜାରି ବୁଲେଟିନରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ହେଉଥିବାର କୁହାଯାଇଥିଲା।

ପ୍ରାପ୍ତ ସୂଚନା ଅନୁସାରେ ଜୁଲାଇ ୩୦ ତାରିଖ ଦିନ ସୋନିଆଙ୍କୁ ଚେଷ୍ଟ ଏଣ୍ଡ ରେସିପ୍ରଟରୀ ମେଡିସିନ ବିଭାଗର ମୁଖ୍ୟ ଡା.ଅରୁପ କୁମାର ବସୁ ଓ ତାଙ୍କ ଟିମ୍‌ଙ୍କ ଦେଖରେଖରେ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା। ଏ ନେଇ କଂଗ୍ରେସ ପାର୍ଟି ପକ୍ଷରୁ ଏକ ପ୍ରସ୍ ବିଜ୍ଞପ୍ତିରେ ସୋନିଆ ରୁଟିନ ଚେକଅପ୍ ଲାଗି ହସ୍ପିଟାଲରେ ଭର୍ତ୍ତି ହୋଇଥିବାର ସୂଚନା ଦିଆଯାଇଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.