Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

କଂଗ୍ରେସର ନୂଆ ସଙ୍କଟମୋଚକ ପ୍ରିୟଙ୍କା ଗାନ୍ଧୀ, କଂଗ୍ରେସ ପ୍ରତିଷ୍ଠା ଦିବସରେ ସୋନିଆ ଓ ରାହୁଲଙ୍କ ଅନୁପସ୍ଥିତିରେ ସମ୍ଭାଳିଲେ ମୋର୍ଚ୍ଚା

29/12/2020 at 1:31 PM

ନୂଆଦିଲ୍ଲୀ,୨୯/୧୨:   ସୋମବାର କଂଗ୍ରେସ ନିଜର ପ୍ରତିଷ୍ଠା ଦିବସ ପାଳନ କରିଛି । କିନ୍ତୁ ଦଳର ଏହି ଗୁରୁତ୍ୱପୂର୍ଣ୍ଣ ଦିନରେ ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ଉପସ୍ଥିତ ନଥିଲେ । ସେ ପ୍ରତିଷ୍ଠା ଦିବସ ପୂର୍ବରୁ ବିଦେଶ ଗସ୍ତ କରିଥିଲେ । ଯାହାକୁ ନେଇ ବିରୋଧୀ ତାଙ୍କୁ କଡା କଟାକ୍ଷ ଓ ସମାଲୋଚନା କରିଛନ୍ତି ।ଦଳ ପକ୍ଷରୁ ଏନେଇ ସଫେଇ ଦିଆଯାଇଛି । କିନ୍ତୁ ଏହା ମଧ୍ୟରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦଳର ମୋର୍ଚ୍ଚା ସମ୍ଭାଳିବା ସହ ସଙ୍କଟମୋଚକ ସାବ୍ୟସ୍ତ ହୋଇଛନ୍ତି ।

ରାହୁଲଙ୍କ ଅନୁପସ୍ଥିତିରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଦଳର ମଙ୍ଗ ସମ୍ଭାଳିଛନ୍ତି । ସୋମବାର ଦଳର ୧୩୬ ତମ ପ୍ରତିଷ୍ଠା ଦିବସରେ ରାହୁଲ କିମ୍ବା ସୋନିଆ ଗାନ୍ଧୀ ଉପସ୍ଥିତ ନଥିଲେ । ରାହୁଲ ବିଦେଶରେ ଥିବା ବେଳେ ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ । ଏହି ସମୟରେ ପ୍ରିୟଙ୍କା  ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏପରିକି କୃଷକ ଆନ୍ଦୋଳନକୁ ନେଇ ଗଣମାଧ୍ୟମରେ ମତ ରଖିଥିଲେ ।

ଏତତ୍ ବ୍ୟତୀତ ପ୍ରିୟଙ୍କା କେନ୍ଦ୍ର ସରକାରଙ୍କୁ ମଧ୍ୟ ତୀବ୍ର ସମାଲୋଚନା କରିଥିଲେ । ସେ କହିଥିଲେ ଯେ, ସରକାର କୃଷକଙ୍କ ପାଇଁ ସମ୍ବେଦନଶୀଳ ନୁହଁନ୍ତି ।ସରକାର ସେମାନଙ୍କ କଥା ଶୁଣିବା ଦରକାର । ଏହି କାର୍ଯ୍ୟକ୍ରମରେ ସାମିଲ ଜଣେ ଦଳୀୟ ନେତା କହିଛନ୍ତି ଯେ, ପ୍ରିୟଙ୍କାଙ୍କୁ ମହାରାଷ୍ଟ୍ରର କିଛି ପ୍ରମୁଖ ନେତା ଭେଟିଥିଲେ । ଏହାପରେ ଉତ୍ତର ପ୍ରଦେଶର ଜଣେ ନେତା ମଧ୍ୟ ତାଙ୍କୁ ଭେଟିଥିଲେ । ପ୍ରିୟଙ୍କା ସେମାନଙ୍କ ସହ ଆଲୋଚନା କରିଥିଲେ ।

ଦଳୀୟ ସୂତ୍ରାନୁସାରେ, ରାଜସ୍ଥାନ ସଙ୍କଟ ବେଳେ ପ୍ରିୟଙ୍କା ହିଁ ସଙ୍କଟମୋଚକ ସାଜିଥିଲେ । ସେ ବ୍ୟକ୍ତିଗତ ଭାବେ ସଚିନ ପାଇଲଟଙ୍କ ସହ ଆଲୋଚନା କରିଥିଲେ । ଏହାସହ ସରକାର ରକ୍ଷା କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

   Related Posts