ସୋନିଆ ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି, ଚାଲିଛି ଚେକଅପ୍

Published By : Prameya-News7 Bureau | July 30, 2020 IST

ନୂଆଦିଲ୍ଲୀ, ୩୦|୦୭ :   କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦିଲ୍ଲୀ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ରୁଟିନ୍ ଚେକ୍ ଅପ୍ ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା  ସୂଚନା ମିଳିଛି ।

ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଡିଏସ ରାନା ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କହିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷାଙ୍କୁ ଗୁରୁବାର ସନ୍ଧ୍ୟା ୭ଟାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ଏଠାରେ ରୁଟିନ୍ ଚେକଅପ୍ ଓ ସ୍ୱାସ୍ଥ୍ୟ ସହ ଜଡିତ କିଛି ଟେଷ୍ଟ୍ କରିବେ । ତାଙ୍କ ଅବସ୍ଥା ସ୍ଥିର ରହିବ ।

ସୋନିଆଙ୍କୁ ହସ୍ପିଟାଲର ଡିପାର୍ଟମେଣ୍ଟ ଅଫ୍ ଚେଷ୍ଟ ଆଣ୍ଡ ରେସ୍ପିରୋଟୋରୀ ମେଡିସିନ୍ ବିଭାଗର ଅଧ୍ୟକ୍ଷ ଡାକ୍ତର ଅରୁପ କୁମାରଙ୍କ ତତ୍ୱାବଧାନରେ ଭର୍ତ୍ତି କରାଯାଇଛି । କଂଗ୍ରେସ ମଧ୍ୟ ସୋନିଆଙ୍କୁ ରୁଟିନ୍ ଚେକଅପ୍ ପାଇଁ ଭର୍ତ୍ତି କରାଯାଇଥିବା କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.