ରାୟ ବରେଲିରେ ସୋନିଆ ଏବଂ ଆମେଥିରେ ସ୍ମୃତି ଇରାନୀ କଲେ ପ୍ରାର୍ଥୀପତ୍ର ଦାଖଲ: ପରସ୍ପରକୁ ବିନ୍ଧିଲେ ତୀର, ୨୦୦୪ ମନେ ପକାଅ ବୋଲି ବିଜେପିକୁ କହିଲେ ସୋନିଆ

Published By : Prameya-News7 Bureau | April 11, 2019 IST

ନୂଆଦିଲ୍ଲୀ୧୧|୪: ଗୋଟିଏ ପଟେ ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ଚାଲିଛି ସେପଟେ ଆଜି ଆମେଥି ଆଉ ରୟବରେଲି ଉଠୁଥିଲା ପଡୁଥିଲା। ରୟବରେଲି ଆସନ ପାଇଁ ଆଜି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆଉ ବିଜେପିକୁ ୨୦୦୪ ମନେ ପକାଇବାକୁ ଚେତାବନୀ ଦେଇଛନ୍ତି। ସେପଟେ ରାହୁଲଙ୍କୁ ଚେତାବନୀ ଦେଇଛନ୍ତି ସ୍ମୃତି ଇରାନୀ। ସେ ଆମେଥିରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

{"id":102560}

ଚାରିଆଡୁ ଗୋଲାପ ପାଖୁଡ଼ା ବର୍ଷୁଥିଲା। ଆଉ ଆଗକୁ ବଢୁଥିଲା ସୋନିଆ ଗାନ୍ଧିଙ୍କର ଶୋଭାଯାତ୍ରା। ପାଖରେ ଥିଲେ କଂଗ୍ରେସ ମୁଖ୍ୟ ତଥା ପୁଅ ରାହୁଲ ଗାନ୍ଧି। ଏହା ପୂର୍ବରୁ ରୟବରେଲି କଂଗ୍ରେସ କାର୍ଯ୍ୟାଳୟରେ ସୋନିଆ କରିଥିଲେ ହୋମ ଯଜ୍ଞ। ଆଉ ତାପରେ ଚାଲିଥିଲା ରୋଡ଼ ସୋ। ଆଉ ରୟବରେଲି ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ ସୋନିଆ ଗାନ୍ଧି। ଏତିକିବେଳେ ୨୦୦୪କୁ ମନେରଖିବାକୁ ବିଜେପିକୁ ଚେତାବନୀ ଦେଇଛନ୍ତି ସୋନିଆ।

{"id":102561,"width":577,"height":384}

ରାହୁଲ ସୋନିଆଙ୍କ ଶୋଭାଯାତ୍ରାରେ ଥିଲେ ସେପଟେ ତାଙ୍କ ଆସନ ଆମେଥିରେ ଶକ୍ତି ପ୍ରଦର୍ଶନ କରିଥିଲେ ସ୍ମୃତି ଇରାନି। ଏଥର ରାହୁଲଙ୍କୁ  ସେ ଜିତିବାକୁ ଦେବେନି ଏମିତି କିଛି କହି ଆସୁଛନ୍ତି ସ୍ମୃତି ଇରାନି ।ସ୍ମୃତି ଇରାନୀ ବି ହୋମଯଜ୍ଞ କରି ଭଗବାନଙ୍କ ଆଶୀର୍ବାଦ ନେଇଥିଲେ ଆଉ ବିରାଟ ରୋଡ଼ ସୋରେ ସେ ଶକ୍ତି ପ୍ରଦର୍ଶନ କରିଥିଲେ।

{"id":102562,"width":577,"height":427}

ନିର୍ବାଚନରେ ଆଜି ବି ପ୍ରଚାର ମୈଦାନ ସରଗରମ ଥିଲା ।୨୦୧୪ ଯଦି ମୋଦି ଲହର ଥିଲା ଏଥର ସୁନାମି ଆସୁଛି ବୋଲି କହିବୁଲୁଛି ବିଜେପି। ଆଜି ପ୍ରଧାନମନ୍ତ୍ରୀ ଆସାମରେ ପ୍ରଚାର କରିଥିଲେ। ସେପଟେ, ରାଫେଲ ମାମଲାରେ ସୁପ୍ରିମକୋର୍ଟଙ୍କ ଫୈସଲାରେ ଉତ୍ସାହିତ ଥିବା ରାହୁଲ ଗାନ୍ଧି ମୋଦିଙ୍କୁ ଖୋଲା ବିତର୍କ ପାଇଁ ଆହ୍ବାନ ଦେଇଛନ୍ତି ।

{"id":102563,"width":575,"height":383}

 ପ୍ରଥମ ପର୍ଯ୍ୟାୟ ଭୋଟ ଶେଷ ହୋଇଛି। ସେହି ଅନୁସାରେ ପ୍ରଚାରରେ ବି ଧରିଛି ଉଷ୍ମତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.