ସ୍ୱାସ୍ଥ୍ୟ ଯାଞ୍ଚ ଲାଗି ବିଦେଶ ଗଲେ ସୋନିଆ ଗାନ୍ଧି, ସାଙ୍ଗରେ ଯାଇଛନ୍ତି ରାହୁଲ

Published By : Prameya-News7 Bureau | September 12, 2020 IST

ନୂଆଦିଲ୍ଲୀ ୧୨।୯: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ମେଡିକାଲ ଯାଞ୍ଚ ଲାଗି ଶନିବାର ବିଦେଶ ଗସ୍ତରେ ଯାଇଛନ୍ତି। ସାଙ୍ଗରେ ତାଙ୍କ ପୁଅ ରାହୁଲ ଗାନ୍ଧି ମଧ୍ୟ ଯାଇଛନ୍ତି। ତେବେ ରାହୁଲ ଆଗାମୀ ସପ୍ତାହରେ ଫେରିଆସିବାକୁ ଥିବା ବେଳେ ସୋନିଆ କିଛିକାଳ ବିଦେଶରେ ଅବସ୍ଥାନ କରିବେ ବୋଲି ଜଣାପଡିଛି। ଏଣୁ ସୋନିଆ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଥିବା ସଂସଦର ମୌସୁମୀ ଅଧିବେଶରେ ଯୋଗଦେଇ ପାରିବେନି।

wp:html /wp:html

ସୋନିଆ ଡାକ୍ତରୀ ପରୀକ୍ଷଣ ଲାଗି ବିଦେଶ ଗସ୍ତ କରିଥିବା ନେଇ ପାର୍ଟି ମୁଖପାତ୍ର ତଥା ସାଧାରଣ ସମ୍ପାଦକ ରଣଦୀପ ସୂରଜେୱାଲା ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସୂଚିତ କରିଛନ୍ତି। ଏଥିରେ ସୋନିଆଙ୍କ ମେଡିକାଲ ଟେଷ୍ଟ ଜରୁରି ଥିଲା ବୋଲି ଉଲ୍ଲେଖ କରିଛନ୍ତି। ତେବେ କୋଭିଡ-୧୯ ମହାମାରୀ ଲାଗି ଏହାକୁ ଟାଳି ଦିଆଯାଇଥିଲା ବୋଲି ସେ ସୂଚିତ କରିଛନ୍ତି।

ଏହା ପୂର୍ବରୁ ସୋନିଆ ଗାନ୍ଧି ଗତ ଅଗଷ୍ଟ ୩୦ ତାରିଖ ଦିନ ଦିଲ୍ଲୀ ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେତେବେଳେ ସେ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଲାଗି ହସ୍ପିଟାଲ ଆସିଥିଲେ ବୋଲି ହସ୍ପିଟାଲ ପକ୍ଷରୁ ଜାରି ହେଲଥ ବୁଲେଟିନରେ କୁହାଯାଇଥିଲା।

ସୂଚନା ଯୋଗ୍ୟଯେ ସୋନିଆ ଗାନ୍ଧି ତାଙ୍କ ବିଦେଶ ଗସ୍ତର ଦିନକ ପୂର୍ବରୁ ପାର୍ଟି ସଙ୍ଗଠନରେ ବଡ ଧରଣର ଅଦଳବଦଳ କରିଥିଲେ। ଏଥିରେ କଂଗ୍ରେସ ସାଧାରଣ ସମ୍ପାଦକ ପଦରୁ ଗୁଲାମନବୀ ଆଜାଦଙ୍କ ସମେତ ୪ ବରିଷ୍ଠ ନେତାଙ୍କୁ ଦାୟିତ୍ୱମୁକ୍ତ କରିଦେଇଥିଲେ। ସେହି କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ କଂଗ୍ରେସ କାର୍ଯ୍ୟକାରୀଣିର ମଧ୍ୟ ପନର୍ଗଠନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.