ସୋନିଆଙ୍କ ଦାବି : ଲକଡାଉନରେ ରୋଜଗାର ହରାଇଥିବା ଲୋକଙ୍କୁ ସରକାର ୭ ହଜାର ୫୦୦ ଟଙ୍କା ଲେଖାଏଁ ଦିଅନ୍ତୁ

Published By : Prameya-News7 Bureau | April 23, 2020 IST

ନୂଆଦିଲ୍ଲୀ ୨୩/୦୪ : କଂଗ୍ରେସ ୱାର୍କିଙ୍ଗ କମିଟିର ଭିଡିଓ କନ୍ଫରେନସିଂ ବୈଠକରେ କରୋନା ସଙ୍କଟ ଉପରେ ଚର୍ଚ୍ଚା ହୋଇଥିଲା | ବୈଠକରେ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଲକଡାଉନ ସମୟରେ ବେକାର ଥିବା ଲୋକ ତଥା ଚାକିରୀ ହରାଇଥିବା ଲୋକଙ୍କ ସମ୍ପର୍କରେ ଆଲୋଚନା କରିଥିଲେ | ସୋନିଆ ଗାନ୍ଧୀ ଗରିବ ଶ୍ରମିକ-ଚାଷୀଙ୍କ ଆକାଉଣ୍ଟକୁ ୭୫୦୦ ଟଙ୍କା ଟ୍ରାନ୍ସଫର କରିବାକୁ କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି |

ସୋନିଆ ଗାନ୍ଧୀ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟ ଲକଡାଉନ ସମୟରେ ୧୨ କୋଟି ଗରିବ ଶ୍ରମିକଙ୍କ ଚାକିରୀ ଚାଲିଯାଇଛି |  ବର୍ତ୍ତମାନ ସେମାନେ ବେକାର ଅଛନ୍ତି | ଏହି ସମସ୍ୟା ଆଗକୁ ଆହୁରି ବଢିବାକୁ ଯାଉଛି | ଏହିଭଳି ସ୍ଥିତିରେ ଏମାନଙ୍କୁ ସାହାଯ୍ୟ କରିବାକୁ ସରକାର ପଦକ୍ଷେପ ନେବା ଉଚିତ | ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ଲକଡାଉନରେ ଚାକିରୀ ହରାଇଥିବା ଲୋକଙ୍କ ଆକାଉଣ୍ଟକୁ ୭୫୦୦ ଟଙ୍କା ତୁରନ୍ତ ଟ୍ରାନ୍ସଫର କରନ୍ତୁ | ଯେପର୍ଯ୍ୟନ୍ତ ଲକଡାଉନ ଶେଷ ନ ହୋଇଛି ପରିସ୍ଥିତି ସ୍ଵାଭାଵିକ ହେବନାହିଁ | ସେ ପର୍ଯ୍ୟାନ୍ୱୟ ବେକାର ଥିବା ଲୋକଙ୍କୁ ସାହାଯ୍ୟ କରାଯିବ ଉଚିତ ବୋଲି କହିଛନ୍ତି ସୋନିଆ |

କରୋନା ସଙ୍କଟ ସହ ଲଢ଼ିବା ପାଇଁ ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଆଂଶିକ ପଦକ୍ଷେପ ନେଇଥିବା ଦାବି କରିବା ସହ ସୁକ୍ଷ୍ମ, ଲଘୁ ଏବଂ ମାଧ୍ୟମ ଉଦ୍ୟୋଗ ଏବଂ ଚାଷୀଙ୍କ ସାହାଯ୍ୟ ପାଇଁ ତତ୍କାଳ ସାହାଯ୍ୟ କରିବା ପାଇଁ ଘୋଷଣା କରନ୍ତୁ ବୋଲି କହିଛନ୍ତି | ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ଏମଏସଏମଇ କ୍ଷେତ୍ର ସହିତ ପାଖାପାଖି ୧୧ କୋଟି ଲୋକ ଜଡିତ | ଏମାନେ ଦେଶର ଜିଡିପିରେ ଏକ ତୃତୀୟାଂଶ ଯୋଗଦାନ କରିଥାନ୍ତି | ଏମାନଙ୍କୁ ଆର୍ଥିକ ସଙ୍କଟରୁ ରକ୍ଷା କରିବା ପାଇଁ ତତ୍କାଳ ବିଶେଷ ପ୍ୟାକେଜ ଘୋଷଣା କରାଯିବା ଉଚିତ | ୩ ସପ୍ତାହ ପୂର୍ବରୁ ଅନୁଷ୍ଠିତ ହୋଇଥିବା ସିଡବ୍ଳ୍ୟୁସି ବୈଠକ ପରେ ଏବେ ସୁଦ୍ଧା କରୋନା ମହାମାରୀ ଅଧିକ ବିସ୍ତାର କରିଛି ଏବଂ ଏହା ନିଶ୍ଚୟ ଚିନ୍ତାର ବିଷୟ | ସମାଜରେ ଗରିବ ବର୍ଗଙ୍କ ପାଇଁ ଏହା ଅତ୍ୟନ୍ତ କଠିନ ସମୟ |

ଚାଷୀଙ୍କ ସମ୍ପର୍କରେ ସୋନିଆ ଗାନ୍ଧୀ କହିଛନ୍ତି ଯେ, ଲକଡାଉନ ଯୋଗୁଁ ସବୁଠାରୁ ଅଧିକ ଦେଶର ଚାଷୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ଦୁର୍ବଳ କ୍ରୟ ନୀତି ଏବଂ ଯୋଗାଣ ବ୍ୟବସ୍ଥା ଯୋଗୁଁ ଚାଷୀଙ୍କୁ ଅନେକ ସମସ୍ୟା ଦେଇ ଗତି କରିବାକୁ ପଡୁଛି | ଚାଷୀଙ୍କ ସମସ୍ୟା ଅତି ଶୀଘ୍ର ଦୂର କରିବା ଉଚିତ | ଖରିଫ ଫସଲ ପାଇଁ ମଧ୍ୟ ଚାଷୀଙ୍କୁ ସୁବିଧା ମିଳିବ ଉଚିତ |

ସୋନିଆ ଗାନ୍ଧୀ କହିଛନ୍ତି ଯେ, କେନ୍ଦ୍ର ସରକାର ଏଯାଏଁ ଆଂଶିକ ପଦକ୍ଷେପ ଉଠାଇଛନ୍ତି ଏବଂ ଏହା ଦୁର୍ଭାଗ୍ୟପୂର୍ଣ୍ଣ | ବର୍ତ୍ତମାନ ପରିସ୍ଥିତି ଯେଉଁ କରୁଣା, ବଡ଼ପଣ, ସଜାଗତା ଦେଖାଇବା ଉଚିତ ତାର ଅଭାବ ରହିଛି | ସେ କହିଛନ୍ତି ସେ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଯେ କରୋନା ଭାଇରସ ଯାଞ୍ଚ ଛଡା ରୋଗୀଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ପତା କରିବା ଏବଂ ଆଇସୋଲେସନରେ ରଖିବା ଛଡା ଅନ୍ୟ କୌଣସି ବିକଳ୍ପ ନାହିଁ | ଏବେ ମଧ୍ୟ ବହୁତ କମ ଯାଞ୍ଚ ହେଉଛି | ଯାଞ୍ଚ କିଟ ସପ୍ଲାଏ ମଧ୍ୟ ବହୁତ କମ ରହିଛି ଏବଂ ଯାହା ଉପଲବ୍ଧ ତାହାର ମାନ ଖରାପ | ଏହା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ସୋନିଆ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.