Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଜି-୨୩ ନେତାଙ୍କୁ ସୋନିଆଙ୍କ କଡା ଜବାବ-‘ଫୁଲ୍ ଟାଇମ ଅଧ୍ୟକ୍ଷ ଭାବେ କାମ କରୁଛି, ଦଳର ହିତ ପାଇଁ ଏକତା ଜରୁରୀ’

16/10/2021 at 12:30 PM

ନୂଆଦିଲ୍ଲୀ, ୧୬|୧୦ :   ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଦୀର୍ଘ ଦିନ ପରେ ସିଡବ୍ଲୁସି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ କଂଗ୍ରେସର ଆଭ୍ୟନ୍ତରୀଣ ସଙ୍ଗଠନ ନିର୍ବାଚନ ନେଇ ଆଲୋଚନା ହୋଇପାରେ । ଏପରିକି ଦଳର ନୂଆ ଅଧ୍ୟକ୍ଷ ନେଇ ମଧ୍ୟ ଚର୍ଚ୍ଚା ହୋଇପାରେ । ତେବେ ବୈଠକରେ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସନ୍ତୁଷ୍ଟ ନେତାଙ୍କୁ ସମାଲୋଚନା କରିଛନ୍ତି ।

ତେବେ ସୋନିଆ ଗାନ୍ଧୀ ଦଳର ଫୁଲ୍ ଟାଇମ୍ ଅଧ୍ୟକ୍ଷ ବୋଲି ସଙ୍କେତ ଦେଇଛନ୍ତି । ବୈଠକରେ ସେ କହିଛନ୍ତି ଯେ, ଯଦି ସମସ୍ତେ ରାଜି ହୁଅନ୍ତି ତେବେ ସେ ସ୍ଥାୟୀ ଭାବେ ଦଳର ଅଧ୍ୟକ୍ଷ ହେବେ । ଏବେବି ସେ ଅନ୍ତରୀଣ ନୁହେଁ ବରଂ ପୂର୍ଣ୍ଣକାଳୀନ ସଭାପତି ଭାବେ କାର୍ଯ୍ୟ କରୁଛନ୍ତି । ସେ କେବେ ସାର୍ବଜନୀନ ପ୍ରସଙ୍ଗକୁ ଏଡାଇ ନାହାଁନ୍ତି । ଏହାସହ ବରିଷ୍ଠ ନେତାମାନେ ଗଣମାଧ୍ୟମ ଦ୍ୱାରା ତାଙ୍କ ସହ ଯୋଗାଯୋଗ କରିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।

ଦଳୀୟ ନିର୍ବାଚନକୁ ନେଇ ସେ କହିଛନ୍ତି ଯେ, ପୂର୍ବ ସାଙ୍ଗଠନାତ୍ମକ ନିର୍ବାଚନ ସମସ୍ତେ ଚାହୁଁଛନ୍ତି । ଗତ ଜୁନ ୩୦ ତାରିଖରେ ନିର୍ବାଚନୀ ରୋଡମ୍ୟାପକୁ ଅନ୍ତିମ ରୂପ ଦିଆଯାଇଥିଲା । କିନ୍ତୁ କରୋନା ପାଇଁ ନିର୍ବାଚନ ହୋଇପାରି ନଥିଲା । ନେତାମାନେ ସବୁ ସ୍ଥିର କରନ୍ତୁ । ଦଳ କେବଳ ଜଣଙ୍କ ଇଚ୍ଛାରେ ଚାଲିପାରିବ ନାହିଁ  । ପୁରା ସଙ୍ଗଠନ ଦଳକୁ ଆଗ ଭଳି ଛିଡା କରିବାକୁ ଚାହୁଁଛି । କିନ୍ତୁ ଏଥିପାଇଁ ଏକତା ଓ ସମସ୍ତଙ୍କୁ ହିତକୁ ଧ୍ୟାନ ଦେବା ଦରକାର । ଦଳୀୟ ଶୃଙ୍ଖଳାକୁ ସମସ୍ତେ ପ୍ରାଧାନ୍ୟ ଦେବା ଆବଶ୍ୟକ । ଏହାସହ ବୈଠକରେ ସୋନିଆ ଲକ୍ଷୀମପୁର ହିଂସାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେହିପରି କଂଗ୍ରେସର ସାଙ୍ଗଠନିକ ନିର୍ବାଚନ ଆସନ୍ତାବର୍ଷ ସେପ୍ଟେମ୍ବରରେ ହେବା ବୋଲି ସୂତନା ମିଳିଛି ।

କୁହାଯାଉଛି ଯେ, ସୋନିଆଙ୍କ ଏହି  ବୟାନ ଦଳର ଅସନ୍ତୁଷ୍ଟ ନେତାଙ୍କୁ ମୁହଁତୋଡ ଜବାବ ଦେଇଛି । ଏହାସହ ପରୋକ୍ଷରେ ଜି-୨୩ ନେତାଙ୍କୁ ସେ ସମାଲୋଚନା କରିଛନ୍ତି । ସୂଚନାଯୋଗ୍ୟ, ଦଳର ବରିଷ୍ଠ ନେତା କପିଲ ସିବ୍ବଲ କିଛି ଦିନ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ କଂଗ୍ରେସରେ ଦଳର ନୀତି ଓ କାର୍ଯ୍ୟକ୍ରମ ବାବଦରେ କିଏ ନିଷ୍ପତ୍ତି ନେଉଛି ତାହା ସେ ବୁଝିପାରୁ ନାହାଁନ୍ତି ବୋଲି କହିଥିଲେ ।  

   Related Posts