Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

କଂଗ୍ରେସ ଦଳର ହାଇକମାଣ୍ଡ ପଦ ଜାରି ରଖିବେ ସୋନିଆ ! ଜାଣନ୍ତୁ କ’ଣ ରହିଛି ଦଳର ଆଗାମୀ ରଣନୀତି

21/07/2021 at 6:39 PM

ନୂଆଦିଲ୍ଲୀ, ୨୧/୦୭: ଭାରତର ସବୁଠାରୁ ପୁରାତନ ରାଜନୈତିକ ଦଳ କଂଗ୍ରେସ୍‌ର ଅଧ୍ୟକ୍ଷ ପଦକୁ ନେଇ ଲାଗି ରହିଛି ଦ୍ୱନ୍ଦ । କେହି କେହି ଗାନ୍ଧୀ ପରିବାର ବଦଳରେ ଦଳର ଅନ୍ୟ ନେତାଙ୍କୁ ଏହି ପଦ ମିଳିବାକୁ ଦାବି କରୁଥିବା ବେଳେ କେହି କେହି ଗାନ୍ଧୀ ପରିବାରରୁ ଅଧ୍ୟକ୍ଷ ରହିଲେ ଭଲ ବୋଲି କହୁଛନ୍ତି । ଏହାରି ମଧ୍ୟରେ ଆଶା କରାଯାଉଛି ଯେ, ସୋନିଆ ଗାନ୍ଧୀ ୨୦୨୪ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଏହି ପଦରେ ରହିବେ । ଦଳର ଯୁବନେତାଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରଖାଯିବା ନେଇ ଜଣାପଡ଼ିଛି ।

ଏକ ପ୍ରମୁଖ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ, ରାହୁଲ୍‌ ଗାନ୍ଧୀଙ୍କୁ ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରାଯିବ ନାହିଁ । କିନ୍ତୁ ତାଙ୍କୁ ଏକ ବଡ଼ ପଦବୀରେ ରଖାଯିବ । ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଏହି ପୁରୁଖା ଦଳ ଯୁବ ନେତାଙ୍କୁ ସୁଯୋଗ ଦେବା ସହ ଗାନ୍ଧୀ ପରିବାରକୁ ମଧ୍ୟ ଦଳୀୟ ଗୁରୁତ୍ୱପୂର୍ଣ୍ଣ ପଦବୀ ଦିଆଯିବ ।

ସୂତ୍ର ଅନୁଯାୟୀ, ଦଳ ୪ ଜଣ ଏପରି ନେତାଙ୍କୁ କାର୍ଯ୍ୟକାରୀ ସଭାପତି ପଦରେ ଅବସ୍ଥାପିତ କରିବ ଯେଉଁମାନେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ବିଭିନ୍ନ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବେ । ତେବେ ଏହି ରେସ୍‌ରେ ଗୁଲାମ୍‌ ନବୀ ଆଯାଦ, ସଚିନ୍‌ ପାଇଲଟ୍‌, କୁମାରୀ ସେଲିଜା, ମୁକୁଲ ୱାସିଙ୍କ ଏବଂ ରମେଶ ଚେନ୍ନିଥଳାଙ୍କ ଭଳି ପୁରୁଣା ନେତା ରହିଥିବା ଜଣାପଡ଼ିଛି । ଯେଉଁମାନଙ୍କୁ କର୍ଯ୍ୟକାରୀ ସଭାପତି କରାଯିବ ।

 ହେଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ କେଉଁ ଦ୍ୱାୟିତ୍ୱ ଦିଆଯିବ ସେ ନେଇ କୌଣସି ସୂଚନା ମିଳିନାହିଁ । ସେ ବର୍ତ୍ତମାନ କଂଗ୍ରେସର ସାଧାରଣ ସଂପାଦକ ଥିବା ବେଳେ ଆଗାମୀ ବର୍ଷ ହେବାକୁ ଥିବା ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ସେ ଦଳ କଥା ବୁଝୁଛନ୍ତି । ତେବେ ୨୦୧୯ ନିର୍ବାଚନରେ ଦଳର ଭଲ ପ୍ରଦର୍ଶନ ନହେବା କାରଣରୁ ରାହୁଲ୍‌ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସୋନିଆ ଗାନ୍ଧୀ ଦୀର୍ଘ ଦୁଇ ବର୍ଷ ଧରି ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦଳର ଦ୍ୱାୟିତ୍ୱ ତୁଲାଉଛନ୍ତି।    

   Related Posts