Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ଉପରେ ମୋଦୀଙ୍କୁ ଘେରିବେ ସୋନିଆ, ସାଥିରେ ୨୮ ଦଳ

19/05/2020 at 9:19 PM

ନୂଆଦିଲ୍ଲୀ ୧୯।୦୫: କରୋନା ସଙ୍କଟ ସମୟରେ ଦେଶରେ ଉପୁଜିଥିବା ସ୍ଥିତି ଉପରେ ଆଲୋଚନା ପାଇଁ ଆଗାମୀ ଶୁକ୍ରବାର ଅର୍ଥାତ ମେ ୨୨ରେ ଦେଶର ସମସ୍ତ ରାଜନୈତିକ ଦଳ ଏକାଠି ବୈଠକ କରିବାକୁ ଯାଉଛନ୍ତି। କଂଗ୍ରେସ ପକ୍ଷରୁ ଆହୂତ ଏହି ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ହେବ। ବୈଠକର ଅଧ୍ୟକ୍ଷତା କରିବେ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ।

ସୂତ୍ର ମୁତାବକ, କଂଗ୍ରେସ ଏହି ବୈଠକ ପାଇଁ ଦେଶର ସମସ୍ତ ରାଜନୈତିକ ଦଳକୁ ସନ୍ଦେଶ ପଠାଇଛି। ପାର୍ଟି ପକ୍ଷରୁ ଏଥିରେ ସମସ୍ତ ଅଣ ଏନଡିଏ ଦଳକୁ ସାମିଲ ହେବା ପାଇଁ କୁହାଯାଇଛି। ସୂତ୍ର ଅନୁଯାୟୀ ଏହି ବୈଠକରେ ୨୮ ରାଜନୈତିକ  ଦଳ ସାମିଲ ହୋଇ ପାରନ୍ତି।

କୁହାଯାଉଛି ବୈଠକରେ ମୁଖ୍ୟ ଏଜେଣ୍ଡାରେ କୋଭିଡ୍-୧୯ରେ ଉପୁଜିଥିବା ସ୍ଥିତିର ମୁକାବିଲା କରିବାରେ ସରକାରଙ୍କ ବିଫଳତା, ପ୍ରବାସୀ ଶ୍ରମଜୀବୀଙ୍କ ଦୁର୍ଦ୍ଦଶା ଏବଂ ସେମାନଙ୍କର ସମସ୍ୟା ଓ ସରକାରଙ୍କ ଦ୍ଵାରା ନିରାକରଣ ନହେବା, ମୋଦୀ ସରକାରଙ୍କ ୨୦  ଲକ୍ଷ କୋଟି  ଟଙ୍କାର ଆର୍ଥିକ ପ୍ୟାକେଜ୍‌ର ବାସ୍ତବତା ପରି ସମସ୍ତ ପ୍ରସଙ୍ଗ ସାମିଲ। ଉଲ୍ଲେଖନୀୟ, କଂଗ୍ରେସ ପ୍ରବାସୀ ଶ୍ରମିକଙ୍କ ସମସ୍ୟା, କୋଭିଡ୍-୧୯ ରୋଗ ମୁକାବିଲାରେ ସରକାରଙ୍କ ରଣନୀତି ଓ ଆର୍ଥିକ ପ୍ୟାକେଜ୍‌କୁ ନେଇ କ୍ରମାଗତ ସରକାରଙ୍କୁ ଟାର୍ଗେଟ୍ କରି ଆସୁଛି।

ଶୁକ୍ରବାର ଅପରାହ୍ନ ୩ଟାରେ ଡକା ଯାଇଥିବା ଏହି ବୈଠକ ବିଷୟରେ ଲେଫ୍ଟର ଏକ  ବରିଷ୍ଠ ନେତାଙ୍କ କହିବା କଥା ଏଥିରେ କୋଭିଡ୍-୧୯ କାରଣରୁ ଦେଶରେ ସୃଷ୍ଟି ଅବସ୍ଥାକୁ ନେଇ ଦେଶର ରାଜନୈତିକ ଏବଂ ଆର୍ଥିକ ମାମଲା ପ୍ରସସଙ୍ଗରେ ଆଲୋଚନା ହେବ। ଏଥିରେ ଏନସିପି, ଡିଏମକେ, ଆରଜେଡି, ଲେଫ୍ଟ, ଶିବସେନା, ଏସପି, ବିଏସପି, ନ୍ୟାସନାଲ କନଫରେନ୍ସ, ଟିଡିପି, ଟିଏମସି, ଆଇୟୁଏମଏଲ, ଲୋକତାନ୍ତ୍ରିକ ଜନତା ଦଳ, ଆରଏଲଡି, ଆରଏଲଏସପି ପରି ଦଳ ସାମିଲ ହୋଇ ପାରନ୍ତି।

   Related Posts