Wednesday, September 18, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜ୍ୟ କଂଗ୍ରେସ ନେତାଙ୍କୁ ୨୨ତାରିଖରେ ଦିଲ୍ଲୀ ଡାକିଲେ ସୋନିଆ, ହୋଇପାରେ ନବକଳେବର !

ଭୁବନେଶ୍ବର୨୦|୮: କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକରା । ୨୨ ତାରିଖରେ ଅଧ୍ୟକ୍ଷା ସୋନିଆ ଗାନ୍ଧି ରାଜ୍ୟ କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡକାଇଛନ୍ତି । ପୁଣି କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ସୋନିଆଙ୍କ ସହ ରାଜ୍ୟ କଂଗ୍ରେସ ନେତାଙ୍କର ଏହା ହେବ ପ୍ରଥମ ବୈଠକ ।

ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ କେନ୍ଦ୍ରରେ ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟର ପିସିସି ସଭାପତି ମାନେ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଓଡିଶାରେ ମଧ୍ୟ ନିରଞ୍ଜନ ପଟ୍ଟନାୟକ ସଭାପତି ପଦରୁ ଇସ୍ତାଫା ଦେଇଛନ୍ତି । ତେଣୁ ସୋନିଆଙ୍କ ଡାକରା ପରେ ଏବେ ରାଜ୍ୟ ପିସିସିରୁ ନେଇ ଅନ୍ୟାନ୍ୟ ସାଂଗଠନିକ ପଦ ପଦବୀ ବଦଳିବା ନେଇ ଚର୍ଚ୍ଚା ଆରମ୍ଭ ହେଇଯାଇଛି ।  

କଂଗ୍ରେସର ହେବ ନବକଳେବର, ବଦଳିପାରନ୍ତି କଂଗ୍ରେସ ମୁଖିଆ । କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ସୋନିଆ ଆସନ୍ତା ୨୨ ତାରିଖ ରାଜ୍ୟ ନେତୃବୃନ୍ଦଙ୍କୁ ଦିଲ୍ଲୀ ଡାକିଛନ୍ତି । ଏହି ବୈଠକରେ ପିସିସି ସଭାପତି  ନିରଞ୍ଜନ ପଟ୍ଟନାୟକଙ୍କ ସହ ସମସ୍ତ ନିର୍ବାଚିତ ବିଧାୟକ, ସାଂସଦ, ବରିଷ୍ଠ ପଦାଧିକାରୀ ଏବଂ ସବୁ ଜିଲ୍ଲାର ସଭାପତିଙ୍କୁ ଡାକରା ଦିଆଯାଇଛି ।

ଏଥିରେ ରାଜ୍ୟ ସାଂଗଠନିକ ସ୍ଥିତି ସଂପର୍କରେ ଆଲୋଚନା କରାଯିବ । ନିରଂଜନ ପଟ୍ଟନାୟକ ଆଉ ପିସିସି ସଭାପତି ପଦରେ ରହିବାକୁ ଚାହୁଁନଥିବାରୁ ତାଙ୍କ ସ୍ଥାନରେ କିଏ ପିସିସି ମଙ୍ଗ ଧରିବ, କିପରି ରାଜ୍ୟ କଂଗ୍ରେସକୁ ସଜଡା ଯିବ ସେନେଇ ଦଳୀୟ ନେତାଙ୍କ ସହ ସୋନିଆ ଆଲୋଚନା କରିପାରନ୍ତି । ତେବେ କଂଗ୍ରେସରେ ସାଂଗଠନିକ ସ୍ତରରେ ବଡ ଧରଣର ଅଦଳ ବଦଳ ବାବଦରେ ଏହି ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳୁଛି । 

କଂଗ୍ରେସ ର ଦିଲ୍ଲୀରୁ ଡାକରା ପରେ ଜଣକ ପରେ ଜଣେ ନେତା ଏବେ ନିରଞ୍ଜନଙ୍କୁ ସମର୍ଥନ ଦେବା ଆରମ୍ଭ କରିଛନ୍ତି । ଆଗକୁ ପୌର ନିର୍ବାଚନ ଥିବାରୁ ସଭାପତି ପରିବର୍ତ୍ତନ ଉଚିତ ହେବନାହିଁ ବୋଲି କିଛି ନେତା କହିଛନ୍ତି । ୨୦୦୪ ଏବଂ୨୦୦୯ରେ ସୋନିଆ ଦଳର ସଭାପତି ଥିବାବେଳେ ଦଳ ସରକାର ଗଠନ କରିଥିଲା । ଏଥର ମଧ୍ୟ ସୋନିଆଙ୍କ ନେତୃତ୍ୱରେ ଦଳ ଓ ସଂଗଠନ ମଜବୁତ ହେବ ଏବଂ କଂଗ୍ରେସ ପୁଣିଥରେ ସରକାର କୁ ଫେରିବ ବୋଲି କଂଗ୍ରେସ ନେତା କହିଛନ୍ତି ।

ଏଥର ଓଡିଶାରେ କଂଗ୍ରେସ ର ଭାଗ୍ୟ ଭଦୟ ହେବ ବୋଲି କଂଗ୍ରେସ ନେତା ଆଶା ବାନ୍ଧିଥିବା ବେଳେ ଲୋକେ କଂଗ୍ରେସ କୁ କିଭଳି ଭାବେ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

309 Views

   ସମ୍ବନ୍ଧିତ ଖବର