Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ସୋନିଆଙ୍କ ହାତକୁ ଫେରିଲା କଂଗ୍ରେସ ମଙ୍ଗ : ନୂଆ ଅଧ୍ୟକ୍ଷ ଚୟନ ଯାଏଁ ଅନ୍ତରୀଣ ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଇବେ ସୋନିଆ ଗାନ୍ଧୀ

11/08/2019 at 8:08 AM

ନୂଆଦିଲ୍ଲୀ ୧୧/୮: ପୁଣି ସୋନିଆଙ୍କ ହାତକୁ ଫେରିଲା କଂଗ୍ରେସ ମଙ୍ଗ । ୨୦ ମାସ ପରେ ଫେରିଲେ ସୋନିଆ, କଂଗ୍ରେସର ଅନ୍ତରୀଣ ସଭାନେତ୍ରୀ ନିଯୁକ୍ତ । ଦଳର ନୂତନ ସଭାପତି ଚୟନ ହେବା ପର୍ଯ୍ୟନ୍ତ ସୋନିଆ ଏହି ପଦବିରେ ରହିବେ । ଦଳର ସର୍ବୋଚ୍ଚ ନୀତି ନିର୍ଧାରଣ ସଂସ୍ଥା କଂଗ୍ରେସ କାର୍ଯ୍ୟକାରିଣୀର ଦିନସାରା ବୈଠକ ପରେ ଗତକାଲି ରାତିରେ ଏହି ଘୋଷଣା କରାଯାଇଛି । ୧୯୯୮ରୁ ୨୦୧୭ ପର୍ଯ୍ୟନ୍ତ ଦଳର ସଭାପତି ରହିଥିବା ସୋନିଆ ୨୦ ମାସ ପୂର୍ବେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ରାହୁଲ ଗାନ୍ଧୀଙ୍କ ସ୍ଥାନରେ ନୂତନ ସଭାପତି ଚୟନ ପାଇଁ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ମାରାଥନ୍  ବୈଠକ ଦଳ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ।

ସବୁ ନେତା ରାହୁଲ ଗାନ୍ଧୀଙ୍କୁ ହିଁ ସଭାପତି ଭାବେ ପୁନଃ ଅବସ୍ଥାପିତ କରିବାକୁ ମତ ରଖିବାରୁ ଏହାକୁ ନେଇ ସସପେନ୍ସ ବଢ଼ି ଯାଇଥିଲା  । ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧୀ ଦୁଇ ମାସ ତଳେ ଦଳର ସଭାପତି ପଦରୁ ଇସ୍ତଫା ଦେଇଥିଲେ ଏବଂ ଗାନ୍ଧୀ ପରିବାର ବାହାରୁ ନୂତନ ସଭାପତି ବାଛିବାକୁ କହିଥିଲେ । ଗତକାଲି ସିଡବ୍ଲୁସିର ବୈଠକ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ବୈଠକକୁ ବିଭିନ୍ନ ରାଜ୍ୟ ଆଧାରରେ ୫ଟି ଗ୍ରୁପ୍ ରେ ବାଣ୍ଟି ଦିଆଯାଇଥିଲା । ଏଥିପାଇଁ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଏବଂ ଉତ୍ତର ପୂର୍ବ ରାଜ୍ୟର ନେତାମାନଙ୍କୁ ୫ଟି ସବ୍  କମିଟିରେ ବିଭକ୍ତ କରି ସେମାନଙ୍କ ମତାମତ ଲୋଡ଼ା ଯାଇଥିଲା । ସବୁ ସବ୍  କମିଟିର ମତାମତକୁ ସମୀକ୍ଷା କରାଯିବା ପରେ ନୂତନ ସଭାପତିଙ୍କ ନାମରେ ମୋହର ଲାଗିବ ବୋଲି କୁହାଯାଇଥିଲା ।

କିନ୍ତୁ ସମସ୍ତ କମିଟିର ମତାମତ ରାହୁଲଙ୍କୁ ହିଁ ସଭାପତି କରାଯିବା ସପକ୍ଷରେ ରହିଥିବାରୁ ନୂତନ ସଭାପତିଙ୍କ ନାମ ଘୋଷଣା ହୋଇପାରିନଥିଲା । ଗାନ୍ଧୀ ପରିବାର ବାହାରୁ କାହାକୁ ସଭାପତି କଲେ ଦଳରେ ବିଭାଜନ ସ୍ଥିତି ଆସିଯିବ ବୋଲି ମଧ୍ୟ ପୂର୍ବରୁ ବହୁ ନେତା ଆଶଙ୍କା ବ୍ୟକ୍ତି କରିଥିଲେ । ଏଭଳି ସ୍ଥିତିରେ ରାହୁଲ ଏବଂ ସୋନିଆ ଯାହାଙ୍କୁ ବାଛିବେ ସେ ହିଁ ସଭାପତି ହେବେ ବୋଲି କୁହାଯାଇଥିଲା । ଏହାପରେ ସୋନିଆଙ୍କୁ ପରବର୍ତ୍ତୀ ସଭାପତି ଚୟନ ପର୍ଯ୍ୟନ୍ତ ଅନ୍ତରୀଣ ସଭାପତି ଭାବେ ଘୋଷଣା କରାଯାଇଥିଲା।

   Related Posts