ଦେଶର କରୋନା ଯୁଦ୍ଧରେ ପ୍ରଧାନମନ୍ତ୍ରୀଙ୍କୁ ସୋନିଆଙ୍କ ପତ୍ର, ସମ୍ବଳ ଯୋଗାଡ ଲାଗି ପରାମର୍ଶ

Published By : Prameya-News7 Bureau | April 07, 2020 IST

ନୂଆଦିଲ୍ଲୀ ୭।୪: ଦେଶରେ ଦ୍ରୁତ ପ୍ରସାର ହେଉଥିବା କରୋନା ଭୂତାଣୁର ସଂକ୍ରମଣ ରୋକିବାକୁ ସାରା ଦେଶ ଏବେ ଏକଜୁଟ । ଏଥିରେ ଦେଶବାସୀ ପ୍ରଧାନମନ୍ତ୍ରୀଙ୍କ ନିବେଦନ ସ୍ୱୀକାର କରି ଲକଡାଉନ୍‌ ପାଳନ କରୁଥିବା ବେଳେ ଅନ୍ୟପଟେ ବିରୋଧୀ ଦଳମାନେ ମଧ୍ୟ ସଂଗ୍ରାମରେ ସରକାରଙ୍କ ସହ ଅଣ୍ଟାଭିଡି ଛିଡା ହେଲେଣି। ପ୍ରଧାନମନ୍ତ୍ରୀ ଅନେକବାର ବିରୋଧୀ ଦଳ ନେତାଙ୍କ ସହ ଟେଲିଫୋନ ମାଧ୍ୟମରେ ଆଲୋଚନା କରି କରୋନା ସଂକ୍ରମଣ ନେଇ ବିଭିନ୍ନ ପରାମର୍ଶ ବି ନେଇଛନ୍ତି।

{"id":250406,"sizeSlug":"large"}

ଏହି କ୍ରମରେ ପ୍ରଧାନମନ୍ତ୍ରୀ ଏଆଇସିସି କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ସୋନିଆ ମଙ୍ଗଳବାର ଏହି ମର୍ମରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି କରୋନା ବିରୋଧରେ ସଂଗ୍ରାମ ଲାଗି ୫ଟି ପରାମର୍ଶ ଦେଇଥିବା ଜଣାପଡିଛି। ଯାହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ସୋନିଆ ପ୍ରଧାନମନ୍ତ୍ରୀଙ୍କୁ  ଅପିଲ କରିଛନ୍ତି। ପତ୍ରରେ ସୋନିଆ ସାଂସଦମାନଙ୍କର ୩୦ ପ୍ରତିଶତ ବେତନ କାଟ୍ ନିଷ୍ପତ୍ତିକୁ ସମର୍ଥନ କରିଥିବା ବେଳେ କରୋନା ବିରୋଧରେ ସଂଗ୍ରାମ ଲାଗି ପାଣ୍ଠି ଯୋଗାଡ ଏବେ ସରକାରଙ୍କ ପ୍ରାଥମିକତା ହେବା ଉଚିତ ବୋଲି କହିଛନ୍ତି। 

{"id":250411,"width":581,"height":297,"sizeSlug":"large"}

ପାଣ୍ଠି ଯୋଗାଡ ଲାଗି ସୋନିଆ ଯେଉଁ ସବୁ ପ୍ରସ୍ତାବ ଦେଇଛନ୍ତି ସେଥିରେ କରୋନା ସଚେତନତା ଲାଗି ବିଭିନ୍ନ ଗଣମାଧ୍ୟମକୁ ଦିଆଯାଉଥିବା ବିଜ୍ଞାପନ ତୁରନ୍ତ ବନ୍ଦ କରିବାକୁ କହିଛନ୍ତି।  ଏ ବାବଦରେ ଟେଲିଭିଜନ, ପ୍ରିଣ୍ଟ ଓଅନଲାଇନ ମିଡିଆକୁ ଦିଆ ଯାଉଥିବା ବିଜ୍ଞାପନ ବାବଦ ବାର୍ଷିକ ଖର୍ଚ୍ଚ ଅନୁନ୍ୟ ୧ହଜାର ୨୫୦ କୋଟି ଟଙ୍କା ବଞ୍ଚିୟିବ ବୋଲି ଉଲ୍ଲେଖ କରିଛନ୍ତି। ଯାହାକୁ କରୋନା ମୁକାବିଲାରେ ଦେଶ ଉପଯୋଗ କରିପାରିବ ବୋଲି କହିଛନ୍ତି ସୋନିଆ। 

wp:html /wp:html

ସେହିପରି ଦ୍ୱିତୀୟ ପ୍ରସ୍ତାବରେ ପାଣ୍ଠି ଯୋଗାଡ ଲାଗି ସୋନିଆ ସରକାରଙ୍କ ନିର୍ମାଣଧୀନ କାମ ଆଗାମୀ କିଛି ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ କହିଛନ୍ତି। ଏଥିପାଇଁ ବଜେଟରେ ୨୦ ହଜାର କୋଟି ଟଙ୍କା ଆବଣ୍ଟିତ ହୋଇଛି। ଏବାବଦ ଅର୍ଥକୁ କରୋନା ମୁକାବିଲାରେ ଖର୍ଚ୍ଚ  ହୋଇପାରେ ବୋଲି ସୋନିଆ କହିଛନ୍ତି । ସାଂସଦଙ୍କ ପେନସନ୍ ଓ ଦରମା ବାବଦ କାଟ୍ ଅର୍ଥ ଶ୍ରମିକ, ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ସହଯୋଗ ଲାଗି ସରକାର ବ୍ୟୟ କରିପାରନ୍ତି। 

{"id":250415,"width":580,"height":872,"sizeSlug":"large"}

ସେହିପରି ପାଣ୍ଠି ଯୋଗାଡ ଲାଗି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଓ ଅଧିକାରୀଙ୍କ ବିଦେଶ ଗସ୍ତ କାର୍ଯ୍ୟକ୍ରମକୁ କିଛିକାଳ ଟାଳିବାକୁ ପରାମର୍ଶ ରେ ଉଲ୍ଲେଖ କରିଛନ୍ତି। ଏ ବାବଦରେ ହେବାକୁ ଥିବା ୩୯୩ କୋଟି ଟଙ୍କା କରୋନା ମୁକାବିଲାରେ ବ୍ୟବହାର ହୋଇପାରିବ।  ସେହିପରି ପିଏମ କେୟାର୍ସ ଫଣ୍ଡରେ ମିଳୁଥିବା ସହଯୋଗକୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକ ଟ୍ରାନ୍ସଫର କରନ୍ତୁ। ଏହା ଦ୍ୱାରା ପାଣ୍ଠିର ପାରଦର୍ଶିତା ରକ୍ଷା ସହ ଉପଯୁକ୍ତ ବ୍ୟୟ ହୋଇପାରିବ ବୋଲି କହିଛନ୍ତି ସୋନିଆ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.