ମୋଦୀଙ୍କୁ ସୋନିଆଙ୍କ ପତ୍ର: ବୟସ ପରିବର୍ତ୍ତେ ଆବଶ୍ୟକତା ଅନୁସାରେ କରୋନା ଟିକା ଦିଆଯାଉ

Published By : Prameya-News7 Bureau | April 12, 2021 IST

ନୂଆଦିଲ୍ଲୀ ୧୨/୪: ଦେଶରେ କରୋନା ମହାମାରୀ ଭୟାବହ ରୂପ ନେଇଥିବା ବେଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି। ଏଥିରେ ମାସିକ ଆୟ ଗ୍ୟାରେଣ୍ଟି ଯୋଜନା ଲାଗୁ କରି ଯୋଗ୍ୟ ନାଗରିକଙ୍କ ଖାତାକୁ ୬୦୦୦ ଟଙ୍କା ପଠାନ୍ତୁ ବୋଲି ସୋନିଆ ଲେଖିଛନ୍ତି। ଏହା ସହ ବୟସ ଅନୁସାରେ ନୁହେଁ ବରଂ ଆବଶ୍ୟକତା ଅନୁସାରେ କରୋନା ଟିକା ଦିଆଯାଉ। ଭାରତରେ କରୋନା ଟିକାର ଜରୁରୀ ବ୍ୟବହାର ପାଇଁ ଯେଉଁ କମ୍ପାନୀ ମଞ୍ଜୁରୀ ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ମଞ୍ଜୁରୀ ଦିଆଯାଉ ବୋଲି ଚିଠିରେ ଲେଖିଛନ୍ତି ସୋନିଆ ଗାନ୍ଧୀ।

କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିବା ଉଲ୍ଲେଖ କରି ସୋନିଆ ଲେଖିଛନ୍ତି, ଟିକା ଏକ ବଡ଼ ଆଶା। କିନ୍ତୁ ପରିତାପର ବଷୟ ବିଭିନ୍ନ ରାଜ୍ୟରେ କେବଳ ୩-୫ ଦିନ ଟିକା ଦେବା ପାଇଁ ଭ୍ୟାକସିନ୍‌ ବଞ୍ଚିଛି। ଏହାକୁ ନଜରରେ ରଖି ଦେଶରେ ଟିକା ପ୍ରସ୍ତୁତିକୁ ଖିପ୍ର କରିବାକୁ ପଡ଼ିବ। ଏହା ସହ ଅନ୍ୟ ଟିକାଗୁଡ଼ିକୁ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର ପାଇଁ ମଞ୍ଜୁରୀ ଦେବା ଆବଶ୍ୟକ।  ବୟସ ନଦେଖି ଆବଶ୍ୟକତା ଅନୁସାରେ ଟିକା ଦିଆଯିବା ଦରକାର ବୋଲି ସେ ଲେଖିଛନ୍ତି।

wp:embed {"url":"https://twitter.com/PTI_News/status/1381609253555687429","type":"rich","providerNameSlug":"twitter","responsive":true,"className":""}
https://twitter.com/PTI_News/status/1381609253555687429
/wp:embed

ରାଜ୍ୟଗୁଡ଼ିକରେ କରୋନା ସ୍ଥିତି ଏବଂ ଆଗାମୀ ଦିନରେ ପରିସ୍ଥିତିକୁ ଅନୁମାନ କରି ଟିକା ଉପଲବ୍ଧ କରାଯାଉ। ଏହା ସହ ସେ ଆହୁରି ଲେଖିଛନ୍ତି, କରୋନା ଚିକିତ୍ସା ସମ୍ବନ୍ଧୀୟ ଉପକରଣ , ଔଷଧ ଆଦିକୁ ଜିଏସଟି ମୁକ୍ତ କରାଯାଉ। କରୋନା ସଂକ୍ରମଣକୁ ନଜରରେ ରଖି ରାତ୍ରି କର୍ଫ୍ୟୁ ଭଳି କଟକଣା ଲଗାଯାଉଛି। ଏହି ପରିସ୍ଥିତିରେ ଗରିବ ଲୋକମାନଙ୍କୁ ୬ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉ ବୋଲି ଚିଠି ମାଧ୍ୟମରେ ଦାବି କରିଛନ୍ତି ସୋନିଆ ଗାନ୍ଧୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.