ବିଶ୍ୱ ସଂଗୀତ ଦିବସ ଉପଲକ୍ଷେ ଅଙ୍ଗ ନଦୀରେ ଆଦିଧୂନ ପରିବେଷିତ

Published By : Prameya-News7 Bureau | June 21, 2020 IST

ପଦ୍ମପୁର ୨୧।୦୬: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଠାରେ ବିଶ୍ୱ ସଂଗୀତ ଦିବସ ଉପଲକ୍ଷେ ସମ୍ବଲପୁରୀ ଫୋକ ଏକାଡେମୀ ତରଫରୁ ଅଙ୍ଗନଦୀରେ ଆଦିଧୂନ ପରିବେଷିତ ହୋଇଛି । ଆଦିଧୂନର ଅର୍ଥ ହେଉଛି ଆଦିମ ସଂଗୀତ ଯାହାର ଉପତ୍ତି କେମିତି ହୋଇଥିବା ତାହାର ତଥ୍ୟ ନାହିଁ । ଏମିତି ଅନେକ ପ୍ରାଚୀନ ପାରମ୍ପରିକ ଲୋକ ବାଦ୍ୟଯନ୍ତ୍ର ଭରି ରହିଛି,ସଂସ୍କୃତ ଗର୍ଭା ପଶ୍ଚିମ ଓଡ଼ିଶାରେ ସେ ସବୁର ମିଳିତ ପ୍ରତିଧ୍ୱନି ହେଉଛି ଆଦିଧୂନ।

ସମ୍ବଲପୁରୀ ଫୋକ ଏକାଡେମୀ ତରଫରୁ ରବିରତନ ସାହୁଙ୍କ ସଂଯୋଜନା ରେ ଆଦିଧୂନ ନାମରେ ଏକ ଫୋକ ବ୍ୟାଣ୍ଡ ଗଠନ ରହିଛି। ଯେଉଁଥିରେ ସାରଙ୍ଗୀ, ଖଞ୍ଜନି, ଘୁଡୁକା, ଭାଲୁବଂଶୀ, ବିରତୀଆ, ମୃଦଙ୍ଗ, ମାଦଲ, ମର୍ଦକ , ଢୋଲ, ନିଶାନ , ବ୍ରହ୍ମବିଣା,ତାସା,ମହୁରୀ ଏବଂ ଝାଞ୍ଜ ପରି ଅନେକ ପୁରାତନ ବାଦ୍ୟ ବ୍ୟବହାର କରାଯାଏ ସଂଗୀତ ପରିବେଷଣ । ବିଶ୍ବ ସଙ୍ଗୀତ ଦିବସ ଅବସରରେ ସମ୍ବଲପୁରୀ ଫୋକ ଏକାଡେମୀ ତରଫରୁ ସମ୍ବଲପୁରୀ ସଙ୍ଗୀତ ପରିବେଷଣ କରାଯାଇଛି । ଯେଉଁ ଥିରେ ଏହି ସବୁ ବାଦ୍ୟ ବ୍ୟବହାର କରି ଅଙ୍ଗ ନଦୀ ଭିତରେ ଗୀତ ପରିବେଷଣ କରଯାଇଛି । ଏହି ଦଳ ଦିଲ୍ଲୀ ସମେତ ଭାରତର ଅନେକ ପ୍ରାନ୍ତରେ ଆଦିଧୂନ ପରିବେଷଣ ପୂର୍ବରୁ କରିଛନ୍ତି । ନଦୀ ଭିତରେ ପରିବେଷଣ ହେତୁ ବେଶ ସୁନ୍ଦର ଲାଗୁଛି ଓ ଲୋକଙ୍କ ମନକୁ ପାଉଛି ସଂଗୀତ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.