Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଯାତ୍ରୀଙ୍କ ପାଇଁ ନୂଆ ନିୟମ, ଗୀତ-ଭିଡିଓ ଚଲାଇ​‌ଲେ ବସ୍‌ରୁ ହାତ ଧରି ଓହ୍ଲାଇଦେବ କଣ୍ଡକ୍ଟର

12/11/2021 at 7:34 PM

ବେଙ୍ଗାଲୁରୁ ୧୨/୧୧:  ଏଣିକି ବସ୍‌ରେ ଗୀତ କି ଭିଡିଓ ଚଲାଇବା ମହଙ୍ଗା ପଡ଼ିବ। କଣ୍ଡକ୍ଟର କିମ୍ବା ଡ୍ରାଇଭର ଯାତ୍ରୀଙ୍କୁ ବସ୍‌ରୁ ତଡ଼ି ଦେଇପାରନ୍ତି। ଏନେଇ ହାଇକୋର୍ଟ ମଧ୍ୟ ନିର୍ଦେଶ ଦେଇଛନ୍ତି। ଏହି ନିୟମ କେବଳ କର୍ଣ୍ଣାଟକ ସରକାରୀ ବସ୍‌ରେ ଯାତ୍ରୀଙ୍କ ପାଇଁ ଲାଗୁ ହେବ। କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦେଶାନୁସାରେ,  ରାଜ୍ୟ ସଡ଼କ ପରିବହନ ନିଗମ (କେଏସଆରଟିସି)ର ବସ ଯାତ୍ରୀଙ୍କୁ ନିଜ ମୋବାଇଲ୍‌ ଫୋନ୍‌ରେ ଗୀତ ବଜାଇବା ଉପରେ ରୋକ ଲଗାଇଦିଆଯାଇଛି ।

କୌଣସି ଯାତ୍ରୀ ଗୀତ ବଜାଇଲେ ପ୍ରଥମେ ବସ୍‌ର କଣ୍ଡକ୍ଟର ସ୍ପିକର ଅଫ କରିବାକୁ କହିବେ। ଯଦି ଯାତ୍ରୀ ଜଣଙ୍କ ଏପରି ନକରନ୍ତି ତେବେ କଣ୍ଡକ୍ଟର ତାଙ୍କୁ ବସ୍‌ରୁ ତଳକୁ ଓହ୍ଲାଇବାକୁ କହିପାରିବେ। ଏହା ସହ ଡ୍ରାଇଭର ମଧ୍ୟ ବସ୍‌କୁ ଅଟକାଇ ଉକ୍ତ ଯାତ୍ରୀଙ୍କୁ ତଳକୁ ଯିବାକୁ କହିପାରିବେ। ଯାତ୍ରୀ ବସ୍‌ରୁ ଓହ୍ଲାଇଯିବା ପରେ ପୂର୍ବରୁ ଦେଇଥିବା ଭଡ଼ା ମାଗିପାରିବେ ନାହିଁ।

ଏହି ନିୟମକୁ ଖୁବଶୀଘ୍ର ଲାଗୁ କରାଯିବ ବୋଲି କେଏସଆରଟିସିର ପିଆରଓ ଲତା ଟିଏସ୍‌ କହିଛନ୍ତି। ସେ କହିଛନ୍ତି, ‘ଯାତ୍ରୀଙ୍କ ଦ୍ବାରା ବସ୍‌ ଭିତରେ ଗୀତ ବଜାଇବା ଯୋଗୁଁ ଅନ୍ୟ ଯାତ୍ରୀଙ୍କୁ ଅସୁବିଧା ହେଉଛି। ତେଣୁ ଏହି ନିୟମକୁ ତୁରନ୍ତ ଲାଗୁ କରାଯିବ। ନୂଆ ନିୟମ ସମ୍ପର୍କରେ ସମସ୍ତ କଣ୍ଡକ୍ଟର ଏବଂ ଡ୍ରାଇଭରଙ୍କୁ ଅବଗତ କରାଯାଉଛି।’

   Related Posts