ବର୍ଷାରେ ସୋନପୁର ବେହାଲ, ୫୭ ନମ୍ବର ଜାତୀୟ ରାଜପଥରେ ୪ ଫୁଟର ପାଣି ପ୍ରବାହିତ

Published By : Prameya-News7 Bureau | September 14, 2021 IST

ସୋନପୁର, ୧୪|୦୯ : ଉପକୂଳ ପରେ ଅଭ୍ୟନ୍ତରୀଣରେ ଛେଚୁଛି ବର୍ଷା। ଲଘୁଚାପ ଫଳରେ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି । ସୋନପୁର ସହର ଅବସ୍ଥା ବେହାଲ ।

ସୋନପୁରରେ ୩୬ ଘଣ୍ଟା ଧରି ଲଗାଣ ବର୍ଷା ଜାରି ରହିଛି । ସହର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । କାହା ଘରେ ପାଣି ପଶିଲାଣି ତ କେଉଁଠି ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣିର ସୁଅ ଦେଖିବାକୁ ମିଳିଥିଲା । ସହର ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜ ପଥରେ ୪ ଉଚ୍ଚର ଫୁଟ ପାଣି ପ୍ରବାହିତ ହେଉଛି । ଏଭଳି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

ସେହିପରି ବୀରମହାରାଜପୁର ବ୍ଲକର ବୀରମହାରାଜପୁର-ଅମରପାଲି ରାସ୍ତାର ଘୁଙ୍ଗି ନାଳ ଉପରେ ୫ ଫୁଟ ପାଣି ପ୍ରବାହିତ ହେଉଛି । କେନ୍ଦୁପଲି ଗାଁରେ ବର୍ଷା ଜଳ ନିଷ୍କାସନ ହୋଇ ନ ପରି ଗାଁ ଭିତରକୁ ପାଣି ପଶିଛି । ସୁରୁବାଲି ଜୋରରେ ପାନୀୟ ଜଳ ପ୍ରକଳ୍ପ ଭାଙ୍ଗିଯାଇଛି । ସେହିପରି ବିରମାହାରାଜ ପୁର ସବ ଟ୍ରେଜେରୀ ଅଫିସ ଓ ସୋନପୁର ତହସିଲ ଅଫିସକୁ ପାଣି ପଶି ଯାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.