Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ବଦଳିଛି ବୁଣାକାରଙ୍କ ସ୍ଥିତି : ଓରମାସ ତରଫରୁ ବୁଣାକାରଙ୍କୁ ୩ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ

8/09/2018 at 4:23 PM

ସୁବର୍ଣ୍ଣପୁର ୮/୯ : ସୁବର୍ଣ୍ଣପୁର ଜିଲ୍ଲା ବାନ୍ଧକଳାରେ ଦେଶ ବିଦେଶରେ ବେଶ ନାଁ କରିଛି । ଏଠିକାର ବୁଣାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଅନେକ ଯୋଜନା ଓ ସହାୟତା ପ୍ରଦାନ କରିଛନ୍ତି । ହେଲେ ସରକାରୀ ସହାୟତାକୁ ସଠିକ ଭାବରେ ବିନିଯୋଗ କରି ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଟିକିରାପଡା ଗାଁରେ ଥିବା ନ୍ୟୁ ଲାଇଫ ପ୍ରଡୁସର ଗ୍ରୁପ ସାରା ଜିଲ୍ଲା ପାଇଁ ଏକ ଉଦାହରଣ ସାଜିଛି । ଅତ୍ୟାଧୁନିକ କୌଶଳରେ ଶାଢୀ ବୁଣି ବେଶ୍ ଦୁଇ ପଇସା ରୋଜଗାର କରି ଆର୍ଥୀକ ସ୍ଥିତିକୁ ସଦୃଢ କରିପାରିଛନ୍ତି ।
ଏହେଉଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଟିକିରାପଡା ଗାଁ । ଜିଲ୍ଲାର ବୁଣାକାର ଗାଁ ଭାବରେ ଏହି ଗାଁ ଟି ବେଶ ପରିଚିତ । ଏହି ଗାଁର ପ୍ରାୟ ସମସ୍ତ ପରିବାର ହସ୍ତଶିଳ୍ପକୁ ନେଇ ଜିବିକା ନିର୍ବ।ହ କରୁଥିବା ବେଳେ ସେମାନେ ହାତରେ ତନ୍ତ ବୁଣି ବିଭିନ୍ନ ପ୍ରକାର ଶାଢି ତିଆରି କରିବାରେ ବେଶ ସିଦ୍ଧହସ୍ତ । ପୁରୁଣା ଢାଂଚାରେ ମାସକୁ ଦୁଇରୁ ୩ ଖଣ୍ଡ ଶାଢି ବୁଣି ବହୁକଷ୍ଟରେ ଜିବିକା ନିର୍ବ।ହ କରୁଥିଲେ । ପରେ ପରେ ଗଁ।ରେ ନ୍ୟୁ ଲାଇଫ ପ୍ରଡୁସର ଗ୍ରୁପ ଗଠନ କରି ରାଜ୍ୟ ସରାକରଙ୍କ ସହାୟତା ତଥା ଜିଲ୍ଲା ଓରମାସ ପକ୍ଷରୁ ବିଭିନ୍ନ ଅତ୍ୟାଧୁନିକ ତନ୍ତ ଜାକାର୍ଟ (ବୁଣାଉପକରଣ) ପ୍ରଦାନ କରାଗଲା । ଏହି ସବୁ ସହାୟତା ରାଶି ଓ ଯନ୍ତ୍ରପାତିର ସଠିକ ଉପଯୋଗ ଓ ବିନିଯୋଗ କରି ଏବେ ସେମାନେ କମ୍ ସମୟରେ ମାସକୁ ପ୍ରାୟ ୭ ରୁ ୮ ଖଣ୍ଡ ଶାଢି ବୁଣି ବେଶ୍ ଲାଭବାନ ହୋଇପାରିଛନ୍ତି ।
ସରକାରୀ ସହାୟତା ଓ ତାର ସଠିକ ବିନିଯୋଗ କରି ରାଜ୍ୟରେ ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନ୍ୟୁ ଲାଇଫ ପ୍ରଡକସନ ଗ୍ରୁପ ଜିଲ୍ଲାର ଅବହେଳିତ ବୁଣାକାରମାନଙ୍କ ପାଇଁ ଏକ ଅନନ୍ୟ ଉଦାହରଣ ।

   Related Posts