Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ମମିତା ମେହେର ହତ୍ୟା ମାମଲା : ବିଜେପିର ୧୨ ଘଣ୍ଟିଆ ସୁବର୍ଣ୍ଣପୁର ବନ୍ଦ ଡାକରା, ମନ୍ତ୍ରୀଙ୍କ ବହିଷ୍କାର ଦାବି କଲା ଦଳ

25/10/2021 at 7:32 AM

ସୋନପୁର, ୨୫|୧୦: କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ରାଜନୀତି ଥମିବାର ନାଁ ନେଉନାହିଁ । ହତ୍ୟା ଓ ମହାଲିଙ୍ଗ କଲେଜରେ ଚାଲିଥିବା ଯୌନ କାରବାର ଏବଂ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ସବୁ ପ୍ରକାର ପ୍ରୋତ୍ସାହନ ଦେଇ ଆସୁଥିବା ଜୁନାଗଡ ବିଧାୟକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମନ୍ତ୍ରୀ ପଦରୁ ବହିଷ୍କାର ଦାବିରେ ସୁବର୍ଣ୍ଣପୁର ବନ୍ଦ ଡାକରା ଦିଆଯାଇଛି ।

ଏହାସହ ଘଚଣାର ସିବିଆଇ ତଦନ୍ତ ଦାବିରେ ସୋମବାର ସୁବର୍ଣ୍ଣପୁର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ  ବନ୍ଦ ପାଳନ କରୁଛି । ବନ୍ଦର ପ୍ରଭାବ ସକାଳୁ ସକାଳୁ ଦେଖିବାକୁ ମିଲିଛି । ଫଳରେ ବୀରମହାରାଜପୁରରେ  ଦୋକାନ ବନ୍ଦ ରହିଛି । ବିଜେପି କର୍ମୀମାନେ ପିକେଟିଂ କରି ଦୋକାନ ବଜାର ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରିଛନ୍ତି ।

ବୀରମହାରାଜପୁର ମୁଖ୍ୟ ଛକ ରାସ୍ତାରେ କର୍ମୀମାନେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ରେଢ଼ାଖୋଲ-ସୋନପୁର ରାସ୍ତା ଗାଡି ମଟର ଚଳାଚଳ ବନ୍ଦ ରହିଛି । ବନ୍ଦକୁ ଆଖି ଆଗରେ ରଖି ବ୍ୟାପକ ପୋଲିସ ମୃତୟନ କରାଯାଇଛି ।

   Related Posts