Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ପୋଲିସ ଜୁଲମର ପ୍ରତିବାଦ: ଜଳଖିଆ ଦୋକାନୀଙ୍କୁ ପୋଲିସ ମାଡ଼ ଅଭିଯୋଗରେ ରାସ୍ତାରୋକ, ସୋନପୁର-ରେଢାଖୋଲ ରାସ୍ତାରେ ଯାତାୟତ ଠପ୍

5/09/2020 at 9:51 AM

ସୋନପୁର ୦୫।୦୯:  ପୋଲିସର ମାତ୍ରାଧିକ ଜୁଲମକୁ ବିରୋଧ କରି ରାସ୍ତାରୋକ । ସୋନପୁର ଜିଲ୍ଲା ବୀରମହାରାଜପୁର ଠାରେ ରାସ୍ତାରୋକ । ସୋନପୁର -ରେଢ଼ାଖୋଲ ରାସ୍ତାରେ ଯାତାୟତ ଠପ୍‌ ହୋଇଛି ।

ଗତକାଲି ସନ୍ଧ୍ୟାରେ ବୀରମହାରାଜପୁର ଥାନା ଏସଆଇ ବିଜୟ ବାରିକ ଏବଂ ତାଙ୍କ ଟିମ୍ ସହ ଫିଲ୍ଡ ଭିଜିଟରେ ଯାଇଥିଲେ । ସ୍ଥାନୀୟ ସାମ୍ବାଦିକ ଭବନ ଛକରେ ଜଳଖିଆ ଦୋକାନ କରିଥିବା ସୁଦାମ ବିଶ୍ବାଳଙ୍କୁ କାହିଁ ମାସ୍କ ପିନ୍ଧି ନାହୁଁ ବୋଲି ପ୍ରଶ୍ନ କରିଥିଲେ । ଏହା ସହିତ ତାଙ୍କୁ ଗାଳିଗୁଲଜ କରିବା ସହ ଠେଲାଗାଡ଼ିକୁ ଫିଙ୍ଗା ଫୋପଡା କରିଥିଲେ । ଫଳରେ ତେଲ କଡ଼େଇରୁ ଗରମ ତେଲ ପଡ଼ି ସୁଦାମ ଆହତ ହୋଇଛନ୍ତି ।

ସେହିପରି ପୋଲିସ ତାଙ୍କୁ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି । ଘଟଣାକୁ ନେଇ ଆଜି ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି । ସେପଟେ ବୀରମହାରାଜପୁର ଥାନା ଅଧିକାରୀ ପ୍ରଭା ଧନଙ୍କୁ ଏ ବିଷୟରେ ପଚରା ଯିବାରୁ ପ୍ରଥମେ ସେ କହିଥିଲେ ଆମ ଷ୍ଟାଫ ସେମାନେ ନୁହଁନ୍ତି ପରେ କହିଛନ୍ତି କି ସୁଦାମ ପୋଲିସକୁ ଦେଖି ଠେଲାଗାଡ଼ି ଧରି ଦୌଡ଼ି ଯାଉଥିବା ବେଳେ ତେଲ ପଡ଼ି ଆହତ ହୋଇଛନ୍ତି ।

   Related Posts