ସୋନପୁର ଓ ବଲାଙ୍ଗୀରରେ ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ

Published By : Prameya-News7 Bureau | May 03, 2020 IST


ସୋନପୁର ୦୩।୦୫: ଲକ୍‌ ଡାଉନର ସୁଯୋଗ ନେଇ ସୋନପୁର ଜିଲ୍ଲାରେ ଖୁଲମ୍ ଖୁଲାମ୍ ଚାଲିଛି ଦେଶୀ ମଦ କାରବାର ଚାଲିଛି । ସୋନପୁର ଓ ବଲାଙ୍ଗୀର ଜିଲ୍ଲାର ସୀମାନ୍ତବର୍ତୀ ଡୁମେରଖୋଲ ଗ୍ରାମ ଜଙ୍ଗଲର ନାଳ ଅଞ୍ଚଳରେ ବେଆଇନ ଭାବରେ ଦେଶୀ ମଦ କାରବାର ବୃଦ୍ଧି ପାଇଛି । ଏହା ଖବର ପାଇ ସୋନପୁର ଓ ବଲାଙ୍ଗୀର ଅବକାରୀ ବିଭାଗ ମିଳିତ ଭାବେ ଯାଇ ଚଢାଉ କରିଥିଲେ । ସୋନପୁର ଅବକାରୀ ଅଧ୍ୟକ୍ଷକ ସାମୁଏଲ୍ ଏକ୍କା ନିର୍ଦ୍ଦେଶ କ୍ରମେ ଷ୍ଟାଫ୍ ଯାଇଥିଲେ । ବଲାଙ୍ଗୀର ଜିଲ୍ଲା ଅବକାରୀ ଅଧ୍ୟକ୍ଷକ ସିଦ୍ଧେଶ୍ୱର ବେସ୍ରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅବକାରୀ ଚଢଉରେ ସାମିଲ ଥିଲେ । ତେବେ ଏହି ଚଢାଉ କରି ୨୬୦୦ କେଜି ମହୁଲ ପୋଚ ନଷ୍ଟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.