Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଟିକାକରଣ ଏକ କୋଟି ପାର, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ
  • ||
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୪୫୮୭ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଡିସଚାର୍ଜ
  • ||
  • ଜୁନ ୨୪ରେ ବୈଠକ ଡାକିଲେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ଦଳୀୟ କନ୍ଦଳ ନେଇ ହେବ ମାନସମନ୍ଥନ
  • ||
  • ଭଦ୍ରକ : ବ୍ରାଉନସୁଗାର ସେବନକୁ ବିରୋଧ କରିବାରୁ ମାରଣାସ୍ତ୍ର ଧରି ଗୋଡାଇଲେ ଯୁବକ, ୩ ଗିରଫ, ୧୦ ଗ୍ରାମ ବ୍ରାଉନସୁଗାର ଜବତ
  • ||
  • ଭୁବନେଶ୍ବର : କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ – ଡିଏମଇଟି
  • ||
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଇଟ୍ଟାନଗର : ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍‌କା
  • ||
  • ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବହାର ହେବ ଷ୍ଟେରଏଡ୍ – ନିରଞ୍ଜନ ମିଶ୍ର
  • ||
  • ଭୁବନେଶ୍ବର : ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ୍, ତଥାପି ଜୋରଦାର କରିବାକୁ ପଡିବ ଟିକାକରଣ – ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ପାଟଣା : ଘରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ
  • ||

‘ସୋନଚିଡ଼ିଆ’ରେ ସୁଶାନ୍ତଙ୍କ ଡାକୁ ଲୁକ୍ : ରିଲିଜ ହେଲା ଟ୍ରେଲର : ଦେଖନ୍ତୁ ଭିଡିଓ

7/01/2019 at 1:33 PM

ମୁମ୍ବାଇ ୭/୧: ଚଳିତ ବର୍ଷ ରିଲିଜ ହେବାକୁ ଥିବା ବହୁପ୍ରତିକ୍ଷୀତ ଫିଲ୍ମ  ‘ସୋନଚିଡ଼ିଆ’ର ଟ୍ରେଲର ରିଲିଜ ହୋଇଯାଇଛି। ଏଥିରେ ସୁଶାନ୍ତ ସିଂହ ରାଜପୁତ ,ଭୂମି ପେଦନେକର,ମନୋଜ ବାଜପେୟୀ ଏବଂ ରଣବୀର ସୈାରୀ ମୁଖ୍ୟ ଭୂମିକାରେ ନଜର ଆସିବେ।

 ‘ସୋନଚିଡ଼ିଆ’ ଫିଲ୍ମର କାହାଣୀ ୧୯୭୦ମସିହାର,ଯେତେବେଳେ ଚମ୍ବଲର ପାହାଡ଼ିଆ ଘାଟିରେ ଡାକୁଙ୍କ ଆତଙ୍କ ଏବଂ ରାଜୁତି ଚାଲିଥିଲା। ଫିଲ୍ମର ଟ୍ରେଲର ଦେଖି କୁହାଯାଇପାରିବ ଯେ ଅଭିଷେକ ଚୈାବେଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମ ଡାକୁଙ୍କ କାହାଣୀ ଉପରେ ପ୍ରସ୍ତୁତ କରାଯାଇଥିବା ଏକ ବୋଳ୍ଡ ଏବଂ ପାଓ୍ବାର ପ୍ୟାକ୍ ନାଟକ। ଟ୍ରେଲରରେ ଦେଖାଯାଇଛି ଯେ ଚମ୍ବଲର ପାହାଡ଼ିଆ ଅଞ୍ଚଳରେ କିପରି ଡାକୁଙ୍କ ଆତଙ୍କ ଚାଲିଥିଲା। ଏଠାରେ ରାଜୁତି କରିବା ପାଇଁ ଦଳମାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଚାଲିଥିବାବେଳେ ସରକାର ଏହି ଡକାୟତଙ୍କ ରାଜୁତିକୁ ଅନ୍ତ କରିବା ପାଇଁ ଅଭିଯାନ ଆରମ୍ଭ କରୁଛନ୍ତି।

ଟ୍ରେଲରରେ ସୁଶାନ୍ତ ସିଂହ ରାଜପୁତ ଡାକୁଙ୍କ ଭୂମିକାରେ ନଜର ଆସିଛନ୍ତି ଏବଂ ତାଙ୍କ  ଏପରି ଜବରଦସ୍ତ ଅନ୍ଦାଜ ପର୍ଦ୍ଦା ଆଗରେ ପୂର୍ବରୁ କେବେ ଦେଖାଯାଇନଥିଲା। ସୁଶାନ୍ତ ନ୍ୟାୟକୁ ସମର୍ଥନ କରିବା ପାଇଁ ତାଙ୍କ ନିଜ ଦଳ ବିରୋଧରେ ହୋଇ ଯାଉଛନ୍ତି। ଏହି ଫିଲ୍ମରେ ଭୂମି ପେଦନେକର ମଧ୍ୟ ଅଛନ୍ତି ଯିଏ ଡାକୁଙ୍କ ପରିବାରର ଅଂଶବିଶେଷ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମର ସମସ୍ତ ଚରିତ୍ର ଏହି ଫିଲ୍ମର ଥିମ୍ ଅନୁସାରେ ପୂରାପୂରି ଫିଟ୍ ଅଛନ୍ତି।

ଫିଲ୍ମର ଟିଜରରେ ମନୋଜ ବାଜପେୟୀ ମାନ ସିଂହର ଚରିତ୍ରରେ ନଜର ଆସିଛନ୍ତି। ଏବଂ ଠିକ୍ ଏହି ଚରିତ୍ର ଭୂମିକାରେ ସେ ୧୯୯୪ରେ ‘ବଣ୍ଡିଟ୍ କୁଇନ୍’ ଫିଲ୍ମରେ ନଜର ଆସିଥିଲେ। ଏହା ଫୁଲନ୍ ଦେବୀଙ୍କ ବାୟୋପିକ୍ ଥିଲା।  ସୋନଚିଡ଼ିଆ’ ଫିଲ୍ମ ଚମ୍ବଲର ବାସ୍ତବ ଅବସ୍ଥିତିରେ ସୁଟିଙ୍ଗ୍ କରାଯାଇଛି ଯାହା ଫିଲ୍ମକୁ ଅସଲୀ ଲୁକ୍ ଦେଇଛି।

ଅଭିଷେକ ଚୈାବେଙ୍କ ଫିଲ୍ମରେ ପ୍ରଯୋଜନା ରନି ସ୍କୃଓ୍ବାଲା ଦେଇଥିବାବେଳେ ଏହା ଫେବୃୟାରୀ ୮ତାରିଖରେ ରିଲିଜ ହେବାକୁ ଯାଉଛି।  

   Related Posts