Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

କହ୍ନେୟା କୁମାରଙ୍କୁ ନେଇ ବିଜେପି ସାଂସଦ ନାମଗ୍ୟାଲଙ୍କ ପତ୍ନୀ ସୋନମ୍ ଦେଲେ ଏହି ପ୍ରତିକ୍ରୟା…

19/08/2019 at 12:21 PM

ନୂଆଦିଲ୍ଳୀ୧୯|୮: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଲଦାଖର ସାଂସଦ ଜମୟାଙ୍ଗ ସେରିଙ୍ଗ ନାମଗ୍ୟାଲ ସଂସଦରେ ଦମଦାର ଭାଷଣ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଭାଷଣକୁ ପ୍ରଶଂସା କରିଥିଲେ। ସଂସଦରେ କାଶ୍ମୀରରୁ ଧାରା ୩୭୦ ହଟିବା ପ୍ରସଙ୍ଗରେ ଭାଷଣ ଦେବା ପରେ ମିଡିଆରେ ତାଙ୍କୁ ଲଗାତର ପ୍ରଶଂସା କରାଯାଇଥିଲା।ସେହିଭଳି କହ୍ନେୟା କୁମାରଙ୍କୁ ନେଇ ତାଙ୍କ ପତ୍ନୀ ସୋନମ ଓ୍ବାଙ୍ଗମୋ ମଧ୍ୟ ଏକ ପ୍ରତିକ୍ରିୟା ଦେଇଥିଲେ। ନାମଗ୍ୟାଲଙ୍କ ସଂପର୍କରେ ଅଧିକ ଜାଣିବା ପାଇଁ ଜଣେ ସାମ୍ବାଦିକ ତାଙ୍କ ଘରକୁ ଯାଇଥିଲେ। ସାମ୍ବାଦିକଙ୍କୁ ସାକ୍ଷାତକାର ଦେବା ସମୟରେ ତାଙ୍କ ପତ୍ନୀଙ୍କ ସଂପର୍କରେ ସେ କହିଥିଲେ ଯେ, ସବୁକ୍ଷେତ୍ରରେ ତାଙ୍କ ପତ୍ନୀ ସୋନମ ଓ୍ବାଙ୍ଗମୋ ତାଙ୍କୁ ସହଯୋଗ କରିଥାନ୍ତି।

ଜେଏନୟୁରେ ସୋନମ ପାଠ ପଢ଼ିଛନ୍ତି। କହ୍ନେୟା କୁମାରଙ୍କୁ ସମର୍ଥନ କରି ସୋନମ କହିଛନ୍ତି ଯେ,ତାଙ୍କ ଯାହା ​‌ଘଟିଛି ତାହା ସମ୍ପୂର୍ଣ୍ଣ ଭୁଲ୍‌। ଭିଡିଓ ଓ ଅଡିଓ ସବୁ ଫେକ୍‌ ଓ ଏହିସବୁ ଘଟଣା ତାଙ୍କ ହଷ୍ଟେଲ ସାମ୍ନାରେ ଘଟିଥିଲା ବୋଲି ସୋନମ କହିଛନ୍ତି।କହ୍ନେୟା କୁମାର ସେହି ସ୍ଥାନରେ ଉପସ୍ଥିତ ନଥିଲେ।କହ୍ନେୟା କୁମାର ଛାତ୍ର ନେତା ହୋଇଥିବାରୁ ତାଙ୍କୁ ଗିରଫ କରାଯାଇଥିଲା।

ରାଜନୈତିକ ବିଚାରଧାରକୁ ନେଇ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ସମୟରେ ଯୁକ୍ତିତର୍କ ଲାଗେ ବୋଲି ସୋନମ କହିଛନ୍ତି।ନାମଗ୍ୟାଲ ତାଙ୍କ ପତ୍ନୀକୁ ସବୁବେଳେ ବୁଝାଇ ଚେଷ୍ଟା କରିଥାନ୍ତି। ଭାଜପା ଦଳ ଆଡକୁ ଆକର୍ଷଣ କରିବା ପାଇଁ ନାମଗ୍ୟାଲ ସବୁବେଳେ ତାଙ୍କୁ ବୁଝାଇଥାନ୍ତି ବୋଲି ସୋନମ କହିଛନ୍ତି।

   Related Posts