ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧନ ବେଳେ ମୋଦି ଯେଉଁ ସୋନମ ବାଙ୍ଗଚୁକଙ୍କ ନାଁ ନେଇଥିଲେ ତାଙ୍କୁ ସେନାବାହିନୀ ମଧ୍ୟ ବେଶ ପସନ୍ଦ କରନ୍ତି, ଜାଣନ୍ତୁ କିଏ ସେ?

Published By : Prameya-News7 Bureau | August 09, 2019 IST

ନୂଆଦିଲ୍ଲୀ୯|୮:  ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ୩୫ଏ ଉଚ୍ଛେଦ ନେଇ ଗୁରୁବାର ରାତି ୮ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ୩୭୦ ଧାରା ଉଚ୍ଛେଦ ପ୍ରସଙ୍ଗରେ ଦେଶବାସୀଙ୍କୁ କହିବା ସମୟରେ ଇଂଜିନିୟରରୁ  ବୈଜ୍ଞାନିକ ସୋନମ ଓ୍ବାଙ୍ଗଚୁକଙ୍କୁ ସେ ମନେ ପକାଇଥିଲେ।ମୋଦି କହିଥିଲେ ଯେ, ଦେଶ ପାଇଁ ଓ୍ବାଙ୍ଗଚୁକଙ୍କ ବଡ ଯୋଗଦାନ ରହିଛି। ଓ୍ବାଙ୍ଗଚୁକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେମିତି ବହୁତ ପସନ୍ଦ କରନ୍ତି।ସେହିପରି ଭାରତୀୟ ସେନାବାହିନୀ ମଧ୍ୟ ତାଙ୍କୁ ବହୁତ ବେଶ ପସନ୍ଦ କରନ୍ତି।

ସୂଚନାଯୋଗ୍ୟ ଯେ, ସୋନମ ବାଙ୍ଗଚୁକଙ୍କ  ଜୀବନ ଧାରାରେ ପ୍ରଭାବିତ ହୋଇ ଲୋକପ୍ରିୟ ହିନ୍ଦୀ ଚଳଚ୍ଚିତ୍ର ଥ୍ରୀ ଇଡିଅଟ ନିର୍ମିତ ହୋଇଥିଲା । ‘ଥ୍ରୀ ଇଡିଅଟ’ ରେ ସୋନମ ଓ୍ବାଙ୍ଗଚୁକଙ୍କ ଚରିତ୍ରରେ ଅଭିନେତା ଅମିର ଖାନ ଅଭିନୟ କରିଥିଲେ।ଆସନ୍ତୁ ଜାଣିବା କିଏ ଏହି ସୋନମ ବାଙ୍ଗଚୁକ୍‌…

ଲଦାଖର ମୂଳବାସିନ୍ଦା  ସୋନମ ବାଙ୍ଗଚୁକ ଶ୍ରୀନଗର ଏନଆଇଟି କଲେଜରୁ ଇଞ୍ଜିନିୟରିଂ  ଡିଗ୍ରୀ ହାସଲ କରିଥିଲେ। ପାଠପଢ଼ା ସରିବା ପରେ ତାଙ୍କର ଚାକିରୀ ପ୍ରତି ଆଗ୍ରହ ନଥିଲା। ସେଥିପାଇଁ ୧୯୮୮ ମସିହାରେ ଷ୍ଟୁଡେଣ୍ଟସ୍ ଏଜୁକେସନ ଏଣ୍ଡ୍ କଲଚୁରାଲ ମୁଭ୍‌ମେଣ୍ଟ ଆଫ୍ ଲଦାଖ (ଏସଇସିଏମଏଲ) ନାମକ ଏକ ସଂସ୍ଥା ସେ  ସ୍ଥାପନ କରିଥିଲେ। ‘ଏସଇସିଏମଏଲ’ର ପରିସର ବିଶେଷ ଡିଜାଇନ ପାଇଁ ମଧ୍ୟ ବେଶ ଜଣାଶୁଣା।

ସୋନମ ସୋଲାର ଏନର୍ଜି ବା ସୌରଶକ୍ତିକୁ ନେଇ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବାରେ ଆଗ୍ରହ ରଖୁଥିଲେ ।ପ୍ରଦୂଷଣ ରୋକିବା ପାଇଁ ବିକଳ୍ପ ଶକ୍ତି ଭାବେ ସୌରଶକ୍ତିର ବଡ ଭୂମିକା ରହିଥିବା ସେ ହୃଦଙ୍ଗମ କରିସାରିଥିଲେ ।  ଖାଦ୍ୟ ପ୍ରସ୍ତୁତି, ଲାଇଟିଙ୍ଗ, ହିଟିଙ୍ଗ ପାଇଁ ସେ ଜିବାସ୍ମ ଇନ୍ଧନ ବଦଳରେ ସୌରଶକ୍ତି ଧାରଣ କ୍ଷମତା ଥିବା ମାଟିକୁ ବ୍ୟବହାର କରି  ବିଶେଷ ଢଂଗର କୁଡିଆ ତିଆରି କରିଥିଲେ ।

ଇଞ୍ଜିନିରରୁ ଇନୋଭେଟର ବନିଥିବା ଓ୍ବାଙ୍ଗଚୁକ ସୌରଶକ୍ତି ଧାରଣ କରିପାରୁଥିବା ମାଟିରେ ଛୋଟ ଛୋଟ କୁଢ଼ିଆ ନିର୍ମାଣ କରିଥିଲେ।ମାଟିରେ ବନିଥିବା ଏହି କୁଢ଼ିଆ ପରିବେଶ ପାଇଁ ବେଶ ଅନୁକୂଳ ।କେବଳ ମାଟିରେ ବିଶେଷ ଶୈଳୀରେ ନିର୍ମିତ ଏହି କୁଡିଆକୁ ଉଷ୍ମ ରଖିବା ପାଇଁ ବିଜୁଳି ବା ଅନ୍ୟ କୌଣସି ଇଂଧନର ଆବଶ୍ୟକତା ପଡିନଥାଏ । ଲଦାଖରେ ଅଧିକ ଥଣ୍ଡା ଅନୁଭୂତ ହେଉଥିବାରୁ ଏଭଳି ଘର ବେଶ ଉପଯୋଗୀ ହୋଇଥାଏ । ବାହାରେ ତାପମାତ୍ରା ୨୦ଡିଗ୍ରୀ ସେଲସିଅସ ଥିଲାବେଳେ ଘର ଭିତରର ତାପମାତ୍ରା ମଧ୍ୟ ୨୦ଡିଗ୍ରୀ ସେଲସିଅସ ହିଁ ରହିଥାଏ ।

 ଥଣ୍ଡା ଅଞ୍ଚଳରେ ରହୁଥିବା ଯବାନଙ୍କ ପାଇଁ ଏହିଭଳି ଘର ବେଶ ଉପଯୋଗୀ ଏବଂ ଆରାମପ୍ରଦ ହୋଇଥାଏ ।ତେଣୁ ଯବାନଙ୍କ ପାଇଁ ଏଭଳି ଅନ୍ୟୂନ ୧୦ହଜାର ଘର ନିର୍ମାଣ କରାଯାଇଛି । ଏହି ଘରର ଆଉ ଏକ ବିଶେଷତ୍ବ ହେଉଛି ଏହାକୁ ଯେଉଁଠିକୁ ଚାହିଁବେ ସେଠିକୁ ନେଇପାରିବେ । କହିବାକୁ ଗଲେ ଏହା ଏକ ପୋର୍ଟେବଲ ଘର ମଧ୍ୟ । ଯେଉଁ ସ୍ଥାନକୁ ମଧ୍ୟ ଏହାକୁ ନେଇ ଆସେମ୍ବ୍ଲ କରିହେବ ।  “ଥ୍ରି ଇଡିଅଟ’ ଫିଲ୍ମରେ ଓ୍ବାଙ୍ଗଚୁକଙ୍କ ଚରିତ୍ରରେ ବଲିଉଡ ଅଭିନେତା ଅମିର ଖାନ ଅଭିନୟ କରିଥିଲେ।ଓ୍ବାଙ୍ଗଚୁକଙ୍କ କହିବାନୁଯାୟୀ, ଲଦାଖରେ ଏକସୌର ଫ୍ଲାଟ ନିର୍ମାଣ କରିବା ତାଙ୍କର ଯୋଜନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.