ଲଣ୍ଡନରେ ଆଲିଶାନ୍ ବଙ୍ଗଳାର ଝଲକ ଦେଖାଇଲେ ସୋନମ୍ କପୁର : ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ..

Published By : Prameya-News7 Bureau | September 09, 2021 IST

ମୁମ୍ବାଇ ୦୯/୦୯  : ବଲିଉଡର ସୋନମ କପୁର ଗତ କିଛି ଦିନ ହେବ ଭଉଣୀ ରିୟା କପୁରଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କର ଏକ ଫଟୋ ସୁଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ନିକଟରେ ହିଁ ସୋନମ ନିଜର ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ନିଜ ଲଣ୍ଡନ ସ୍ଥିତ ଘରର ଈଂଟରିୟରକୁ ଡିଜାଇନ୍ ନେଇ ଏକ ଫଟୋ ସେୟାର କରିଛନ୍ତି ସୋନମ । ଯାହାକି ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହିତ ସେ ଏହି ଘରେ ରହୁଛନ୍ତି । ସେ ତାଙ୍କ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ଘରର ସାଜସଜ୍ଜା ଓ ସୌନ୍ଦର୍ଯ୍ୟ ବେଶ୍ ଆକର୍ଷିତ କରିବ ।

wp:html
/wp:html

ଫଟୋରେ ସେ ପରପଲ ରଙ୍ଗର ଡ୍ରେସ ସହ ବ୍ଲାକ ବୁଟସ ପିନ୍ଧିଥିବା ନଜର ଆସିଛନ୍ତି । ନିଜ ଅଂଟାରେ ହାତ ରଖି ଏକ ଈଷତ ନୀଳ ରଙ୍ଗର “Camaleonda” ସୋଫା ଉପରେ ଖୁବ ଷ୍ଟାଇଲ ଭାବରେ ଛିଡା ହୋଇଛନ୍ତି । Mario Beliniର ଏହି ଥ୍ରୀ ସିଟର କାଉଚର ମୂଲ୍ୟ ପାଖାପାଖି ୧୮ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି । ସୋନମଙ୍କ ଏହି ପୋଜକୁ ଅନେକ ୟୁଜର୍ସ ପସନ୍ଦ କରିଥିବା ବେଳେ ପତି ଆନନ୍ଦ ଆହୁଜାଙ୍କ କମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। 

wp:html
/wp:html

ସୋନମ ଏହି ଫଟୋର କ୍ୟାପ୍ସନରେ ଲେଖିଛନ୍ତି, “ପୂର୍ବରୁ ନିଜ ଘର ଓ ଅଫିସ ଦେଖେଇବାକୁ ମୋତେ ନର୍ଭସ ଲାଗୁଥିଲା । ତାପରେ ମୁଁ ଅନୁଭବ କଲି ଯେ ମୁଁ ଯୋଗ୍ୟ ଲୋକଙ୍କ ଗହଣରେ ହିଁ ଅଛି । ମୁଁ ନିଜ ଘରର ସୁନ୍ଦର ସୁନ୍ଦର ଫଟୋ ଗୁଡିକୁ ସେୟାର କରି ଖୁବ ଏକ୍ସଟାଇଡେଡ଼ ଅଛି ।

ଅନ୍ୟପଟେ ସୋନମଙ୍କ ଏହି ଫଟୋରେ ତାଙ୍କ ସ୍ୱାମୀ ଆନନ୍ଦ ଅହୁଜା କମେଣ୍ଟ ଦେଇ କହିଛନ୍ତି, ‘‘ଯେତେବେଳେ ବି ମୁଁ ଏହି ସୋଫାରେ ବସିବି, ଏହି ଫଟୋ ମନକୁ ଆସିବ।’’ ଆନନ୍ଦ ଆହୁଜାଙ୍କ ଏହି ପ୍ରତିକ୍ରିୟାରେ ସୋନମ କପୁର ହସି ହସି ଉତ୍ତର ଦେଇଛନ୍ତି, ‘‘ସରି ମୁଁ ନୂଆ ସଫୋରେ ଚଢ଼ିଗଲି’’ । ସୋନମଙ୍କ ଏହି ଫଟୋକୁ ପ୍ରଶଂସକମାନେ ମଧ୍ୟ ଖୁବ୍ କମେଣ୍ଟ କରୁଥିବାର ନଜର ଆସୁଛନ୍ତି ।

{"align":"center","id":508773,"sizeSlug":"full","linkDestination":"none"}

ତେବେ ସୋନମ, ଏକ ଲମ୍ବା ସମୟର ବ୍ୟବଧାନ ପରେ ନିଜ ଭଉଣୀ ରିୟା କପୁରଙ୍କ ବିବାହରେ ଭାରତ ଆସିଥିଲେ। ଏହି ଫଙ୍କସନରେ ପତି ଆନନ୍ଦ ଆହୁଜାବି ସାମିଲ ହୋଇଛନ୍ତି । ସୋନମ ଏବେ ନିଜ ପିତାମାତାଙ୍କ ଘରେ ରହୁଛନ୍ତି । ସୂଚନା ଅନୁଯାୟୀ ଆନନ୍ଦ ଏବେ ମୁମ୍ବାଇରେ ହିଁ ନିଜ ପାଇଁ ଏକ ନୂଆ ଘର ଖୋଜୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.