ସୁଶାନ୍ତ ସିଂହଙ୍କ ନିଧନରେ ଏମିତି କଥା କହିଲେ ସୋନମ କପୁର, ସୋସିଆଲ ମିଡ଼ିଆରେ ୟୁଜର୍ସ କହିଲେ...

Published By : Prameya-News7 Bureau | June 16, 2020 IST

ମୁମ୍ବାଇ ୧୬/୦୬ : ବଲିଉଡ ଜଗତ ପାଇଁ ୨୦୨୦ ଅତ୍ୟନ୍ତ ଖରାପ ବର୍ଷ | ୨୦୨୦ ରେ ବଲିଉଡର ନାମୀ ଏବଂ ଦକ୍ଷ କଳାକାରଙ୍କ ନିଧନ ହୋଇଛି | ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ କେବଳ ତାଙ୍କ ପରିବାର ପାଇଁ ନୁହେଁ ବରଂ ପୁରା ବଲିଉଡ ଏବଂ ସାରା ଦେଶ ପାଇଁ ଅତ୍ୟନ୍ତ ଦୁଃଖଦାୟକ ଘଟଣା | ଏହି ଘଟଣାକୁ ଭୁଲିବା ସହଜ ନୁହେଁ | ସୁଶାନ୍ତ ସିଂହଙ୍କ ନିଧନ ପରେ ଟିଭି ଓ ବଲିଉଡ ଜଗତର କଳାକାରମାନେ ତାଙ୍କୁ ସୋସିଆଲ ମିଡ଼ିଆରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି | ସୁଶାନ୍ତ ସିଂହଙ୍କ ନିଧନ ପରେ ସୋନମ କପୁର ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି | କିନ୍ତୁ ତାଙ୍କ ଟ୍ୱିଟ ପରେ ସୋସିଆଲ ମିଡ଼ିଆ ୟୁଜର୍ସ ତାଙ୍କୁ ଆକ୍ଷେପ କରିଛନ୍ତି | ସୋନମ କପୁର ଟ୍ୱିଟରରେ ଲେଖିଥିଲେ, କାହାର ମୃତ୍ୟୁ ପରେ ତାଙ୍କ ପ୍ରେମିକା, ପୂର୍ବତନ ପ୍ରେମିକା, ପରିବାର, ସହଯୋଗୀଙ୍କୁ ଦୋଷ ଦେବା ଅଜ୍ଞାନତା | ସୋନମଙ୍କ ଏହି ଟ୍ୱିଟ ପରେ ଟ୍ରଲର୍ସ ତାଙ୍କର କ୍ଲାସ ନେଇଥିଲେ |

{"id":286933,"sizeSlug":"large"}

ସୁଶାନ୍ତ ସିଂହ ଗତ କିଛି ମାସ ହେଲା ଡିପ୍ରେସନରେ ଥିଲା ଏବଂ ରବିବାର, ଜୁନ ୧୪ ତାରିଖରେ ସେ ଆତ୍ମହତ୍ୟା କରିବା ପରେ ପ୍ରଶଂସକଙ୍କ ମଧ୍ୟରେ ଅନେକ ଥିଓରୀ ଆଲୋଚନା ଚାଲିଛି | କିଛି ଲୋକଙ୍କ କହିବାନୁଯାୟୀ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ପୁରା ସପୋର୍ଟ ମିଳିନଥିଲା ସେଥିପାଇଁ ସେ ଏହିଭଳି ପଦକ୍ଷେପ ନେଇଛନ୍ତି | ଅପରପକ୍ଷରେ ଆଉ କିଛି ଲୋକ ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ ବଲିଉଡର ବଡ ପ୍ରଡକ୍ସନ ହାଉସ ଦାୟୀ ବୋଲି କହୁଛନ୍ତି ଏବଂ ତାଙ୍କ ଉପରେ ନେପୋଟିଜିମ ପ୍ରମୋଟ କରିବାର ଆରୋପ ଲଗାଇଛନ୍ତି | ବଲିଉଡର ଅଧିକାଂଶ ତାରକା ସୁଶାନ୍ତ ସିଂହଙ୍କ ନିଧନକୁ ନେଇ ଶୋକ ପ୍ରକାଶ କରିଛନ୍ତି | ସେ ଏହିଭଳି ଏକ ପଦକ୍ଷେପ ନେବେ ତାହା କେବେ କିଏ ବିଶ୍ୱାସ ବି କରି ପାରୁନାହାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.