ଡିଜିଟାଲ୍ ଡେବ୍ୟୁ କରିବେ ସୋନମ କପୁର, ଓଟିଟିରେ ରିଲିଜ୍ ହେବ ସୁଜୟ ଘୋଷଙ୍କ ଫିଲ୍ମ ‘ବ୍ଲାଇଣ୍ଡ୍’

Published By : Prameya-News7 Bureau | July 01, 2021 IST

ମୁମ୍ବାଇ ୦୧/୦୬: ସୋନମ କପୁର ଦୀର୍ଘ ସମୟ ଧରି ଫିଲ୍ମ ପରଦାରୁ ଦୂରେଇ ରହିଛନ୍ତି। ଲଣ୍ଡନରେ ରହୁଥିବା ସୋନମଙ୍କର ଶେଷ ଫିଲ୍ମ ଥିଲା 'ଦ ଜୋୟା ଫ୍ୟାକ୍ଟର୍' । ଯାହା ୨୦୧୯ ରେ ରିଲିଜ୍ କରିଥିଲା ​​। ବର୍ତ୍ତମାନ ଦୁଇ ବର୍ଷ ପରେ ସୋନମ ଫିଲ୍ମ ସ୍କ୍ରିନକୁ ଫେରୁଛନ୍ତି । ସୋନମ କପୁରଙ୍କ କ୍ରାଇମ୍ ଥ୍ରୀଲର ଡ୍ରାମା 'ବ୍ଲାଇଣ୍ଡ୍' ରିଲିଜ୍ ପାଇଁ ପ୍ରସ୍ତୁତ । ନିକଟରେ ସୋନମ 'ବ୍ଲାଇଣ୍ଡ୍'ର ସୁଟିଂ ଶେଷ କରିଛନ୍ତି। ଏହି ଫିଲ୍ମ ପାଇଁ ସୋନମ ବହୁତ ପରିଶ୍ରମ କରିଛନ୍ତି । ବର୍ତ୍ତମାନ 'ବ୍ଲାଇଣ୍ଡ୍' ସହ ଜଡିତ ଆଉ ଏକ ଖବର ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ,ସୋନମ କପୁରଙ୍କ ଏହି ଫିଲ୍ମ ବର୍ତ୍ତମାନ ଡିଜିଟାଲ୍ ରିଲିଜ୍ କରିବ । ନିର୍ଦ୍ଦେଶକ ସୁଜୟ ଘୋଷଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମଟି ହେଉଛି କୋରିଆର ମିଷ୍ଟ୍ରୀ ଥ୍ରୀଲରର ହିନ୍ଦୀ ରିମେକ୍ । ଫିଲ୍ମ ସହ ଜଡିତ ସୂତ୍ର ଅନୁଯାୟୀ, ଏହି ଫିଲ୍ମ ପ୍ରେକ୍ଷାଳୟରେ ରିଲିଜ୍ ହେବା ପାଇଁ ନିର୍ମିତ ହୋଇଥିଲା । ମହାମାରୀ ସମୟରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶକ ସୁଜୟ ଘୋଷ ବ୍ଲାଇଣ୍ଡକୁ ପ୍ରେକ୍ଷାଳୟରେ ରିଲିଜ୍ କରିବା ପରିବର୍ତ୍ତେ ଓଟିଟି ପ୍ଲାଟଫର୍ମରେ ଡିଜିଟାଲ୍ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସୋନମ କପୁରଙ୍କ ଅଭିନୀତ 'ବ୍ଲାଇଣ୍ଡ୍'କୁ ଡିଜିଟାଲ୍ ରିଲିଜ୍ କରିବାକୁ ତିନୋଟି ଡିଜିଟାଲ୍ ଷ୍ଟ୍ରିମିଂ କମ୍ପାନୀ ଆଲୋଚନା କରୁଛନ୍ତି ଏବଂ ଖୁବ୍ ଶୀଘ୍ର କୌଣସି ଗୋଟିଏ ଡିଲ୍ ଚୂଡାନ୍ତ ହେବ । ସୋନମ କପୁର ଡିଜିଟାଲ ଦୁନିଆରେ 'ବ୍ଲାଇଣ୍ଡ୍'ରୁ ଡେବ୍ୟୁ କରିବେ। 'ବ୍ଲାଇଣ୍ଡ୍'କୁ ଓଟିଟିରେ ରେ ରିଲିଜ୍ କରିବା ନିର୍ମାତାମାନଙ୍କ ପାଇଁ ଏକ ଭଲ ନିଷ୍ପତ୍ତି ହେବ ବୋଲି ବିଶ୍ୱାସ କରାଯାଉଛି । କାରଣ ବ୍ଲାଇଣ୍ଡ ଏକ ଛୋଟ ଫିଲ୍ମ ଏବଂ ନିର୍ମାତାମାନେ ଫିଲ୍ମର ମୂଲ୍ୟ ସହଜରେ ପୁନରୁଦ୍ଧାର କରିବାରେ ସକ୍ଷମ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.