ଦାଉଦ ଇବ୍ରାହୀମ୍ ସହ ଅନୀଲ କପୁର.… ଝିଅ ସୋନମ ବୁଝାଇଦେଲେ ଏମିତି…

Published By : Prameya-News7 Bureau | February 04, 2020 IST

ମୁମ୍ବାଇ ୦୪/ ୦୨- ଅଣ୍ଡର ୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହୀମଙ୍କ ସହ ଅନୀଲ କପୁର । ଏପରି ଏକ ଫଟୋକୁ ନେଇ ଚର୍ଚ୍ଚା ଜୋର । ଭାରତ ପାଇଁ ମୋଷ୍ଟ ୱାଣ୍ଟେଡ ଦାଉଦ ସହ ଏକାଠି କିପରି ଆସିଲା ଅନୀଲଙ୍କ ଫଟୋ । ବଲିଉଡ ସହ ଦାଉଦର ସଂପର୍କ ନେଇ ଚର୍ଚ୍ଚା ଆଲୋଚନା ବେଳେ ଅନୀଲଙ୍କ ସହ ଦାଉଦର କ’ଣ ଲିଙ୍କ୍ ? ତେବେ ଏହି ପ୍ରସଙ୍ଗରେ ଆଗକୁ ଆସିଛନ୍ତି ଅନୀଲ  ତନୟା ସୋନମ କପୁର । ଜଣେ ଜବରଦସ୍ତ ସୋସିଆଲ ମିଡିଆ ୟୁଜର ସୋନମ, ସେ  ତାଙ୍କୁ ଟ୍ରୋଲ କରୁଥିବା ଇଣ୍ଟରନେଟ ୟୁଜରଙ୍କୁ ଛାଡନ୍ତିନାହିଁ । ବେଶ୍‌ ସିଧା ଆଉ ସ୍ପଷ୍ଟ ଭାବେ ମତ ରଖିବାରେ ସୋନମ ପୁରା ମାହିର । ଆଉ ଏବେ ସେ ଡାଡ୍‌ ଅନୀଲଙ୍କ ସହ ଅଣ୍ଡର ୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହୀମ୍‌ର ଫଟୋ କୁ ନେଇ କରିଛନ୍ତି ଯୁକ୍ତି ।

{"id":220098,"sizeSlug":"large"}

ସୋସିଆଲ ମିଡିଆରେ ଦାଉଦ ସହ ଅନୀଲ କପୁରଙ୍କ ଏକ ଫଟୋ ସେୟାର କରି ଜଣେ ନେଟିଜେନ୍ ( ଇଣ୍ଟରନେଟ ବ୍ୟବହାରକାରୀ ) କରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ସୋନମ କପୁର । ପ୍ରଶ୍ନ କର୍ତ୍ତା , ଲେଖିଥିଲେ, “  ଆପଣ ତ ବେଶ୍‌ ତୀକ୍ଷଣ ଏବଂ ସ୍ପଷ୍ଟ ଭାବେ ଆପଣଙ୍କ ମତ ରଖୁଛନ୍ତି, କହିପାରିବେ ଆତଙ୍କୀ ଦାଉଦ ସହ ଆପଣଙ୍କ ଡାଡ୍‌ ଅନୀଲ ଜୀ ଏହି ଫଟୋରେ କେମିତି ଏକାଠି ଆସିଲେ ? “  ପୁଣି ସେ ପ୍ରଶ୍ନ ବି କରିଛନ୍ତି , ଏହି ସଂପର୍କ କ’ଣ ?  ଏହା କର୍ମ ନା ଧର୍ମ ?

wp:core-embed/twitter {"url":"https://twitter.com/ashokshrivasta6/status/1224174079172739072","type":"rich","providerNameSlug":"twitter","className":""}
https://twitter.com/ashokshrivasta6/status/1224174079172739072
/wp:core-embed/twitter

 ତେବେ କଥା ହେଲା , ଫଟୋଟି ବେଶ୍‌ ପୁରୁଣା । କିନ୍ତୁ ସୋସିଆଲ ମିଡିଆରେ ଖବରଟି ତାଜା । ତେବେ ସୋନମ କପୁର ବି ତାଙ୍କ ଟ୍ବିଟର ପେଜ୍‌କୁଯାଇ ରଖିଛନ୍ତି ଉତ୍ତର । ଲେଖିଛ ନ୍ତି ଏହା ଅନୀଲ କପୁରଙ୍କ କର୍ମ ନୁହେଁ କିମ୍ବା ଧର୍ମ ବି ନୁହେଁ । ଏହା କ୍ରିକେଟ । ଘଟଣାଟି ୧୯୯୦ ର ଏବଂ ସ୍ଥାନଟି ସାରଜା । ଏକ ଭାରତୀୟ କ୍ରିକେଟ ମ୍ୟାଚ୍‌ ଦେଖିବାକୁ ଯାଇଥିଲେ ଅନୀଲ କପୁର । ରାଜ କପୁର ଏବଂ କ୍ରିଷ୍ଣା କପୁରଙ୍କ ସହ ସେ ସେଠାକୁ ଯାଇଥିଲେ । ଫଟୋରେ ବି କ୍ରିଷ୍ଣା କପୁର ଦେଖାଯାଉଛନ୍ତି । ଏକ ଭାରତୀୟ କ୍ରିକେଟ ମ୍ୟାଚ୍‌ ଦେଖିବାକୁ ଯାଇଥିଲେ ସେମାନେ  । ଫଟୋରେ କିଏ ଅଛନ୍ତି , ନଅଛନ୍ତି  ସେନେଇ ସେମାନଙ୍କର କିଛି ଧାରଣା କିମ୍ବା ଆଗ୍ରହ ନଥିଲା । ତେବେ ସେଠାରେ ପହଞ୍ଚିଥିଲେ ଦାଉଦ । ଫଟେରେ ତାଙ୍କୁ ଦେଖାଯାଉଛି । କିନ୍ତୁ ଘଟଣାଟି ପୁରା କ୍ରିକେଟକୁ ନେଇ । ଏହା ଲେଖିବା ବେଳେ ଟ୍ରୋଲ କରୁଥିବା ବ୍ୟକ୍ତିଙ୍କୁ ବେଶ୍‌ ସ୍ପଷ୍ଟ ଭାବେ ବିଭେଦକାରୀ ବା ବିଦ୍ବେଷ ସୃଷ୍ଟିର ରଙ୍ଗ ନେଦେବାକୁ  ଲେଖିଛନ୍ତି ସୋନମ । ଲେଖିଛନ୍ତି, “ନିର୍ଦ୍ଦୋଷ ଏବଂ ସରଳ ଲୋକଙ୍କୁ କଷ୍ଟ ଦେଉଥିବା ତମଭଳି ବ୍ୟକ୍ତି ଙ୍କୁ ଭଗବାନ କ୍ଷମା କରିଦିଅନ୍ତୁ ।“  ସୋନମଙ୍କ ଏହି ୱାର୍ଡିଂ ତାଙ୍କ ଅସନ୍ତୋଷର ସ୍ପଷ୍ଟ ସଂକେତ ଦେଉଛି ।

wp:core-embed/twitter {"url":"https://twitter.com/sonamakapoor/status/1224177182949433346","type":"rich","providerNameSlug":"twitter","className":""}
https://twitter.com/sonamakapoor/status/1224177182949433346
/wp:core-embed/twitter

 ଅନ୍ୟ ଜଣେ ସୋସିଆଲ ମିଡିଆ ୟୁଜର ମଧ୍ୟ ସମାନ ଢଙ୍ଗରେ ସୋନମଙ୍କୁ ଅନୀଲଙ୍କ ସହ ଦାଉଦର ସଂପର୍କ ନେଇ ପ୍ରଶ୍ନ କରି ଜବାବ ମାଗିଥିଲେ । ଧର୍ମ ଏବଂ ସଂପର୍କର କଥା ଲେଖିଥିଲେ । ତାଙ୍କୁ ବି ସୋନମ କ୍ରିକେଟର କଥା ହିଁ ଲେଖିଛନ୍ତି ।

 ତେବେ ପ୍ରଶ୍ନ ହେଲା ପ୍ରାୟ ୩୦ ବର୍ଷ ତଳର ଫଟୋକୁନେଇ ସୋସିଆଲ ମିଡିଆରେ ଏପରି କଥା କଟାକଟି କାହିଁକି ?  ତେବେ ଉତ୍ତର ବି  ହୋଇପାରେ, ଏବେ ସୋସିଆଲ ମିଡିଆର ଟ୍ରେଣ୍ଡ । ଆଉ ବଲିଉଡ ସହ ଦାଉଦର ସଂପର୍କ ନେଇ ଅନେକ କଥା ଥିବା ବେଳେ , ପୁରୁଣା ଫଟୋଟି ପାଇ ନେଟିଜେନ ସୋନମଙ୍କୁ ଟାର୍ଗେଟ କରିବା ବି ଏକ ଚର୍ଚ୍ଚାର ଖୋରାକ ନୁହେଁ କି ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.