ହାପି ବାର୍ଥ ଡେ ସୋନମ୍ : ଅଭିନୟ ପାଇଁ ଯେତିକି ପ୍ରଶଂସା ଆକ୍ଷେପ ପାଇଁ ସେତିକି ବିବାଦ
9/06/2020 at 9:40 AM

ମୁମ୍ବାଇ ୯/୬: ବଲିଉଡ ଇଣ୍ଡଷ୍ଟ୍ରିରେ ସୋନମ୍ କପୁରଙ୍କୁ କାମ କରୁଥିବାର ଗୋଟିଏ ଦଶକରୁ ଅଧିକ ସମୟ ହୋଇଯାଇଛି। ସୋନମ୍ ଫିଲ୍ମରେ ନିଜ ପରଫର୍ମାନ୍ସ ବଳରେ ଅନେକ ପ୍ରଶଂସା ମଧ୍ୟ ପାଇଛନ୍ତି। ତାଙ୍କର କୌଣସି ଫିଲ୍ମ ସୁପରହିଟ୍ ନ ହୋଇଥିଲେ ମଧ୍ୟ ସେ ମୁଖ୍ୟ ଅଭିନେତ୍ରୀ ଭାବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି। ଏସବୁଠୁ ଭିନ୍ନ ଏହି ୧୩ବର୍ଷ ମଧ୍ୟରେ ସୋନମ୍ କପୁର ଏପରି ଅନେକ ଷ୍ଟେଟମେଣ୍ଟ୍ ଦେଇଛନ୍ତି ଯାହା ଫଳରେ ସେ ବିବାଦରେ ରହି ଆସିଛନ୍ତି। ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ଏପରି କିଛି ବିବାଦ ବିଷୟରେ

ଅଭିନେତ୍ରୀ ସୋନମ୍ କପୁରଙ୍କ ଜନ୍ମ ୧୯୮୫ମସିହା ଜୁନ୍ ୯ତାରିଖରେ ମୁମ୍ବାଇରେ ହୋଇଥିଲା। ସୋନମ୍ ୩୫ବର୍ଷରେ ପଦାର୍ପଣ କରିଛନ୍ତି। ଅନେକ ଥର ଏପରି ଦେଖାଯାଇଛି ଯେ ଅଜାଣତରେ ସେ ନିଜର କୌଣସି ଷ୍ଟେଟମେଣ୍ଟ ଯୋଗୁଁ ସମସ୍ୟାରେ ପଡ଼ିଛନ୍ତି।

ଥରେ ସୋନମ୍ କପୁର,ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ଆଣ୍ଟି କହି ଦେଇଥିଲେ। ଏହା ପରେ ଐଶ୍ବର୍ଯ୍ୟାଙ୍କ ପ୍ରଶଂସକ ଏଥିରେ ଖୁବ୍ ରାଗି ଯାଇଥିଲେ। ଏଥିରେ ସୋନମ୍ କପୁର ସଫେଇ ଦେଇ କହିଥିଲେ ଯେ ସେ ଜେନେରେସନ୍ ଗ୍ୟାପକୁ ଦେଖି ଏପରି କରିଥିଲେ। ଐଶ୍ବର୍ଯ୍ୟା ତାଙ୍କ ବାପାଙ୍କ ସହ ଫିଲ୍ମରେ କାମ କରିଛନ୍ତି। ତେଣୁ ସେ ତାଙ୍କୁ ଆଣ୍ଟି ହିଁ ଡାକିବେ ନା।

ସୋନମ୍ କପୁର ସବୁବେଳେ ନିଜ ଫ୍ୟାଶନ୍ ସେନ୍ସ,ସ୍ବାଗ୍ ଏବଂ ଷ୍ଟାଇଲ୍ ପାଇଁ ଜଣା ଯାଆନ୍ତି। କିନ୍ତୁ ସେ ଅନ୍ୟଙ୍କୁ ଫ୍ୟାଶନ ଟିପ୍ସ ଦେବାକୁ ମଧ୍ୟ ପଛାନ୍ତି ନାହିଁ। ଏପରି କରି ସେ ଅନେକ ଥର ସୋସିଆଲ୍ ମିଡିଆରେ ଟ୍ରୋଲ୍ ହୋଇଛନ୍ତି। ଥରେ ସୋନମ୍ କପୁର କଫି ଓ୍ବିଥ କରଣରେ ପହଞ୍ଚିଥିଲେ। ଏହି ସମୟରେ ସେ ପରିଣିତି ଚୋପ୍ରାଙ୍କ ବିଷୟରେ କହି ଦେଇଥିଲେ ଯେ ତାଙ୍କୁ ଟାଇଟ୍ ପୋଷାକ ପିନ୍ଧିବା କଥା ନୁହେଁ। ଏହା ବ୍ୟତୀତ ସେ ଆଲିଆ ଭଟ୍ଟଙ୍କ ବିଷୟରେ କହିଥିଲେ ଯେ ତାଙ୍କୁ ତାଙ୍କ ବୟସ ହିସାବରେ ପୋଷାକ ପିନ୍ଧିବା ଉଚିତ୍। ଆଲିଆଙ୍କ ପ୍ରଶଂସକଙ୍କୁ ବୋଧହୁଏ ସୋନମଙ୍କ ଏହି ପରାମର୍ଶ ପସନ୍ଦ ଆସିନଥିଲା ଏବଂ ତାଙ୍କୁ ଟ୍ରୋଲ୍ ମଧ୍ୟ କରାଯାଇଥିଲା।

ଲକଡାଉନରେ ସୋନମ୍ ଦିଲ୍ଲୀରେ ଆନନ୍ଦ ଆହୁଜାଙ୍କ ସହ କ୍ବାଲିଟି ଟାଇମ୍ ସ୍ପେଣ୍ଡ କରୁଛନ୍ତି। ବର୍ତ୍ତମାନ ସେ ନିଜ ବାର୍ଥଡେ ସେଲିବ୍ରେସନ୍ ପାଇଁ ମୁମ୍ବାଇରେ ନିଜ ଘରକୁ ପହଞ୍ଚିଛନ୍ତି। ସେ ଇନଷ୍ଟାଗ୍ରାମରେ ଏବିଷୟରେ ସୂଚନା ଦେଇଛନ୍ତି।
