ଦ୍ବିତୀୟ ବିବାହ ବାର୍ଷିକୀରେ ନିଜ ସ୍ବାମୀଙ୍କ ରାଜ ଖୋଲିଲେ ସୋନମ୍ କପୁର : ଫଟୋ ହେଲା ଭାଇରାଲ୍

Published By : Prameya-News7 Bureau | May 08, 2020 IST

ମୁମ୍ବାଇ ୮/୫: ବଲିଉଡ ଅଭିନେତ୍ରୀ ସୋନମ୍ କପୁର ଆଜି ନିଜ ଦ୍ବିତୀୟ ବିବାହ ବାର୍ଷିକୀ ସେଲିବ୍ରେଟ୍ କରୁଛନ୍ତି। ସେ ୨୦୧୮ମସିହା ମେ ୮ତାରିଖରେ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିଲେ। ବିବାହ ବାର୍ଷିକୀ ଅବସରରେ ସୋନମ୍ କପୁରଙ୍କ ବନ୍ଧୁ ଏବଂ ଫ୍ୟାନ୍ସ୍ ତାଙ୍କୁ ସୋସିଆଲ୍ ମିଡିଆ ଜରିଆରେ ଶୁଭେଚ୍ଚା ଜଣାଉଛନ୍ତି। ଲକଡାଉନ୍ ମଧ୍ୟରେ ସୋନମ୍ କପୁର ଏବେ ନିଜ ପରିବାର ସହ ଦିଲ୍ଲୀରେ ରହୁଛନ୍ତି। ଦ୍ବିତୀୟ ବିବାହ ବାର୍ଷିକୀରେ ସୋନମ୍ କପୁର ସୋସିଆଲ ମିଡିଆରେ ଖୁବ୍ ଖାସ୍ ପୋଷ୍ଟ ସେୟାର କରିଛନ୍ତି।

wp:core-embed/instagram {"url":"https://www.instagram.com/p/B_6TSsxFQ_c/?utm_source=ig_embed\u0026utm_campaign=loading","type":"rich","providerNameSlug":"instagram","className":""}
https://www.instagram.com/p/B_6TSsxFQ_c/?utm_source=ig_embed&utm_campaign=loading
/wp:core-embed/instagram

ଅଭିନେତ୍ରୀ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମରେ ସ୍ବାମୀ ଆନନ୍ଦ ଆହୁଜା ଏବଂ ନିଜ ୪ବର୍ଷ ପୁରୁଣା ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସୋନମ୍ କପୁର ଆନନ୍ଦଙ୍କ ଗାଲରେ କିସ୍ କରୁଥିବା ନଜର ଆସିଛନ୍ତି। ସ୍ବାମୀ ଆନନ୍ଦ ଆହୁଜା ଏବଂ ନିଜ ଫଟୋକୁ ସେୟାର କରି ସୋନମ୍ କପୁର ତାଙ୍କୁ ଅତ୍ୟନ୍ତ ଖାସ୍ ଅନ୍ଦାଜରେ ବିବାହ ବାର୍ଷିକୀର ଶୁଭକାମନା ଜଣାଉଛନ୍ତି। ସେ ତାଙ୍କ ପୋଷ୍ଟରେ ଆନନ୍ଦ ଆହୁଜାଙ୍କ ସହ ଜଡ଼ିତ ସ୍ମୃତି ବିଷୟରେ କହିଛନ୍ତି।

{"id":266596,"sizeSlug":"large"}

ସୋନମ୍ କପୁର ନିଜ ପୋଷ୍ଟରେ ଲେଖିଛନ୍ତି ଯେ,‘ ଏହା ଏକାଠି ଥିବା ଆମ ପ୍ରଥମ ଫଟୋ। ୪ବର୍ଷ ତଳେ ସେ ଜଣେ ନିରାମିଷାଶୀଙ୍କୁ ଭେଟିଥିଲେ,ଯିଏ କଷ୍ଟ ଯୋଗାଭ୍ୟାସ କରିପାରୁଥିଲେ ଏବଂ ସେତିକି ସହଜରେ ବ୍ୟବସାୟ ବିଷୟରେ କହିପାରୁଥିଲେ। ସେ ତାଙ୍କୁ ଅତ୍ୟନ୍ତ ବିଶ୍ବାସରେ କୁଲ୍ ଏବଂ ସେକ୍ସି ବୋଲି ଭାବିଥିଲେ। ଆନନ୍ଦ ଆହୁଜାଙ୍କୁ ସେ କୌଣସି ପ୍ରକାରର ତୁଳନା କରିପାରିବେ ନାହିଁ। ଆନନ୍ଦଙ୍କ ଦୟା,ଉଦାରତା ଏବଂ ସ୍ମାର୍ଟନେସ୍ ଅବିଶ୍ବସନୀୟ ଭାବେ ଆକର୍ଷଣୀୟ।

{"id":266598,"sizeSlug":"large"}

ସୋନମ୍ କପୁର ପୋଷ୍ଟରେ ଆଗକୁ ଲେଖିଛନ୍ତି ଯେ ,‘ ୪ବର୍ଷ ଧରି ତାଙ୍କ ପାର୍ଟନର ହେବା ପାଇଁ ଏବଂ ତାଙ୍କ ସହ ସବୁବେଳେ ଛିଡ଼ା ହେବା ପାଇଁ ଧନ୍ୟବାଦ। ସ୍ବାମୀଙ୍କୁ ବିବାହ ବାର୍ଷିକୀର ଶୁଭ କାମନା। ସେ ତାଙ୍କ ସ୍ବାମୀଙ୍କୁ ସବୁବେଳେ ରୋମାଞ୍ଚିତ କରିଛନ୍ତି ଏବଂ ପୂରା ଜୀବନ ଏପରି କରିବାକୁ ଚାହୁଁଛନ୍ତି। ସେ ତାଙ୍କ ସ୍ବାମୀଙ୍କୁ ବହୁତ ଭଲ ପାଆନ୍ତି ଏବଂ ସେ ଜାଣିଛନ୍ତି ଯେ ତାଙ୍କ ସ୍ବାମୀ ମଧ୍ୟ ତାଙ୍କୁ ବହୁତ ଭଲ ପାଆନ୍ତି। ତାଙ୍କୁ ସବୁଠୁ ବଡ଼ ଉପହାର ମିଳିଛି।’

{"id":266608,"sizeSlug":"large"}

ସୋସିଆଲ ମିଡିଆରେ ସୋନମ୍ କପୁରଙ୍କ ଏହି ପୋଷ୍ଟ ଖୁବ୍ ଭାଇରାଲ୍ ହେଉଛି। ସମସ୍ତ ସୋସିଆଲ ମିଡିଆ ୟୁଜର୍ସ ଏବଂ ତାଙ୍କ ଫ୍ୟାନ୍ସ ଏହି ପୋ​ଷ୍ଟକୁ ଖୁବ୍ ପସନ୍ଦ କରୁଛନ୍ତି ଏବଂ ତାଙ୍କ ପ୍ରତିକ୍ରିୟା ରଖୁଛନ୍ତି। ଆନନ୍ଦ ଆହୁଜା ସୋନମ୍ କପୁରଙ୍କୁ ଏଥର ବିବାହ ବାର୍ଷିକୀରେ ଏକ ଗେମ୍ ଡିଭାଇସ୍ ନିନଟେଣ୍ଡୋ ସ୍ବିଚ୍ ଦେଇଛନ୍ତି।

{"id":266613,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.