Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାତି ୯’ଟା ୯ ମିନିଟ୍: ବାଣ ଫୁଟାଇଥିବା ଲୋକଙ୍କ ଉପରେ ରାଗିଲେ ସୋନମ, କହିଲେ ମୂର୍ଖ..

6/04/2020 at 11:54 AM

ମୁମ୍ବାଇ ୦୬/୦୪ : କରୋନା ଜୀବାଣୁ ବିପଦ ମଧ୍ୟରେ ଏକତାର ବାର୍ତ୍ତା ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏପ୍ରିଲ ୫୭ ତାରିଖ ରାତି ୯ଟା ରେ ୯ ମିନିଟ ପାଇଁ ଦୀପ, ମହମବତୀ, ଟର୍ଚ୍ଚ କିମ୍ବା ମୋବାଇଲ ଲାଇଟ ଲଗାଇବାକୁ ଅପିଲ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପିଲକୁ ସମର୍ଥନ ଜଣାଇ ଦେଶବାସୀ ଗତକାଲି ରାତି୯ଟା ରେ ୯ ମିନିଟ ପାଇଁ ଦୀପ ଜଳିଥିଲେ | ଏହି ଅବସରରେ ଅମିତାଭ ବଚ୍ଚନ, ଆଲିଆ ଭଟ୍ଟ, ଦୀପିକା ପାଦୁକୋନ, ରଣଭୀର ସିଂ, କରଣ ଜୋହର, ଶିଳ୍ପା ଶେଟ୍ଟୀ, କାର୍ତ୍ତିକ ଆର୍ଯ୍ୟନ, କ୍ୟାଟ୍ରିନା କୈଫ, ଜାହ୍ନବୀ କପୁର, ଇଶା ଦେଓଲ, କଙ୍ଗନା ରାନାୱତ, ବିରାଟ କୋହଲି, ଅନୁଷ୍କା ଶର୍ମା ନିଜ ନିଜ ଘରର ଲାଇଟ ବନ୍ଦ କରି ଦୀପ ଜାଳି ମୋଦିଙ୍କୁ ସମର୍ଥନ କରିଥିଲେ ।

କିଛି ଲୋକ ଏହି ଅବସରରେ ଦୀପ ଜାଳି ବାଣ ମଧ୍ୟ ଲଗାଇଥିଲେ | ବାଣ ଯୋଗୁଁ ବାୟୁ ଏବଂ ଶବ୍ଦ ପ୍ରଦୂଷଣରେ ବୃଦ୍ଧି ଘଟିଥିଲା। ଏହି ଘଟଣାରେ ବଲିଉଡ ତାରକା ସୋନମ କପୁର ରାଗି ଯାଇଥିଲେ | ବାଣ ଫୁଟାଇଥିବା ଲୋକଙ୍କୁ ସେ ସୋସିଆଲ ମିଡ଼ିଆ ମାଧ୍ୟମରେ ଆକ୍ଷେପ କରି କହିଥିଲେ ଏହା ମୂର୍ଖାମୀ ଥିଲା | ସେ ନିଜ ଟ୍ୱିଟରେ ଲେଖିଛନ୍ତି ଯେ ଏହା ଏକ ଶାନ୍ତିର ମାହୋଲ ଥିଲା | କିନ୍ତୁ କିଛି ମୂର୍ଖ ଲୋକଙ୍କ ପାଇଁ ପକ୍ଷୀ ଓ କୁକୁରମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କେବଳ ଦୀପ ଜଳାଇବାକୁ କୁହାଯାଇଥିଲା କିନ୍ତୁ କିଛି ମୂର୍ଖ ଲୋକ ଦୀପାବଳି ଭଳି ବାଣ ଫୁଟାଇଥିଲେ | ସୋନମ ବର୍ତ୍ତମାନ ଦକ୍ଷିଣ ଦିଲ୍ଲୀରେ ରହିଛନ୍ତି।

ସୋନାମଙ୍କ ଟ୍ୱିଟ ଉପରେ ଅନେକ ଲୋକ ପ୍ରତିକ୍ରିୟା ରଖିଛନ୍ତି | କିଛି ଲୋକ ତାଙ୍କୁ ଟ୍ରୋଲ କରୁଛନ୍ତି ଏବଂ ସେ ଫ୍ରସଟ୍ରେଟେଡ ହୋଇ ଯାଇଛନ୍ତି ବୋଲି କହିଛନ୍ତି | ଅପରପକ୍ଷରେ ଅନେକ ଲୋକ ସୋନାମଙ୍କ କଥାକୁ ସମର୍ଥନ କରିଛନ୍ତି ଏବଂ ଶବ୍ଦ ପ୍ରଦୂଷଣ ଏବଂ ବାୟୁ ପ୍ରଦୂଷଣ ବୃଦ୍ଧି ହେତୁ ସେମାନେ ମଧ୍ୟ କ୍ଷତି ସହିଛନ୍ତି ବୋଲି ସ୍ୱୀକାର କରିଛନ୍ତି।

ସୋନମ କପୁର ପଶୁମାନଙ୍କ ଅଧିକାରକୁ ନେଇ ଅତ୍ୟନ୍ତ ସମ୍ବେଦନଶୀଳ | ସେ କିଛି ସମୟ ପୂର୍ବରୁ ଘୋଷଣା କରିଥିଲେ ଯେ ସେ ତାଙ୍କ କମ୍ପାନୀ ଭାନେର ସମସ୍ତ ଲାଭକୁ ପଶୁମାନଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟବହାର କରିବେ। ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି- ‘ଆମ ଭାନେର ମୁଖ୍ୟାଳୟ ସର୍ବଦା ବୁଲା ପଶୁମାନଙ୍କ ଦେଖରେଖ କରିଥାଏ | ବର୍ତ୍ତମାନ ଲକଡାଉନ୍ ହେତୁ ଏହି ପଶୁମାନଙ୍କର କିଛି ଖାଇବାକୁ ନାହିଁ | ଟିମ୍ ଭାନେ ନିଷ୍ପତ୍ତି ନେଇଛନ୍ତି ଯେ ସେ ତାଙ୍କ କମ୍ପାନୀର ୧୦୦ ପ୍ରତିଶତ ଲାଭ ଏହି ବୁଲା ପଶୁଙ୍କ ଭରଣ ପୋଷଣ ପାଇଁ ବ୍ୟବହାର କରିବେ |

   Related Posts