Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ବିବାହ ବନ୍ଧନରେ ବାନ୍ଧିହେଲେ ‘ସିଙ୍ଘମ୍ ରିଟର୍ନ୍ସ’ ଫେମ୍ ସୋନାଲି କୁଲକର୍ଣ୍ଣି,ଜନ୍ମ ଦିନରେ ଫ୍ୟାନ୍ସଙ୍କୁ ଦେଲେ ଖୁସି ଖବର

20/05/2021 at 8:37 AM

ନୂଆଦିଲ୍ଲୀ ୨୦/୦୫: ବଲିଉଡ ଅଭିନେତ୍ରୀ ସୋନାଲି କୁଲକର୍ଣ୍ଣି ଗତକାଲି ତାଙ୍କର ୩୩ ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ବିଶେଷ ଅବସରରେ ଅଭିନେତ୍ରୀ ତାଙ୍କ ବିବାହର ଖୁସି ଖବର ଫ୍ୟାନ୍ସମାନଙ୍କ ସହ ସେୟାର କରିଛନ୍ତି। ଅଭିନେତ୍ରୀ ଫ୍ୟାନ୍ସମାନଙ୍କୁ କହିଛନ୍ତି ଯେ ସେ କୁନାଲ ବେନୋଡେକରଙ୍କୁ ବିବାହ କରୁଛନ୍ତି। ଏହା ପରେ ଫ୍ୟାନ୍ସମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସୋନାଲି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହ ଫଟୋ ମଧ୍ୟ ସେୟାର କରିଛନ୍ତି। ଏହି ଅଭିନେତ୍ରୀ ଦୁବାଇରେ ଅତି ସରଳ ଭାବରେ ବିବାହ କରିଛନ୍ତି । ସୋନାଲି ଧୁମଧାମରେ ବିବାହ କରିବାକୁ ଚାହୁଁଥିଲେ, କିନ୍ତୁ କରୋନାର ଦ୍ୱିତୀୟ ଲହର ହେତୁ ଏହି ଦମ୍ପତି ଶୀଘ୍ର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ମେ ୭ ରେ ବିବାହ କରିଥିଲେ।

ବିବାହ ଫଟୋ ସେୟାର କରି ସୋନାଲି କହିଛନ୍ତି, ‘ଆମେ ଜୁନ୍ ମାସରେ ବ୍ରିଟେନରେ ବିବାହ କରିବାକୁ ଯାଉଥିଲୁ କିନ୍ତୁ କରୋନା ଭାଇରସ ହେତୁ ଆମେ ବିବାହକୁ ସ୍ଥଗିତ ରଖିଥିଲୁ। ସୁଟିଂ ଶେଷ କରିବା ପରେ, ମୁଁ ଦୁବାଇକୁ ବିବାହ ପ୍ରସ୍ତୁତି ଦେଖିବା ପାଇଁ ଆସିଥିଲି, ସେତେବେଳେ କରୋନାର ଦ୍ୱିତୀୟ ଲହର ଭାରତକୁ ଆସିଗଲା । ମୁଁ ଦୁବାଇରେ ଲକଡାଉନରେ ଫସି ଗଲି । ଏପ୍ରିଲରେ, କୋଭିଡ କାରଣରୁ ବ୍ରିଟେନ ଭାରତରୁ ଆସୁଥିବା ଲୋକଙ୍କୁ ବାରଣ କରିଥିଲା।‘

ଅଭିନେତ୍ରୀ ଆହୁରି ମଧ୍ୟ କହିଛନ୍ତି, ‘ଯାତ୍ରା ଉପରେ ପ୍ରତିବନ୍ଧକ ଏବଂ ପରିବାରର ବିପଦକୁ ଦୃଷ୍ଟିରେ ରଖି ଆମେ ଦୁହେଁ ଆମର ବିବାହ ସେଲିବ୍ରେସନକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛୁ। ଆମେ ଭାବୁଥିଲୁ ବର୍ତ୍ତମାନ ଆମେ ଗୋଟିଏ ଦେଶରେ ଅଛୁ, ତେବେ ଆମେ ମେ ମାସରେ ବିବାହ କରିନେବା ।‘

   Related Posts