ସୋନାଲି ବେନ୍ଦ୍ରେ ସେୟାର କଲେ କ୍ୟାନ୍ସର ଟ୍ରିଟମେଣ୍ଟର ଥ୍ରୋବ୍ୟାକ୍ ଫଟୋ: ହସ୍ପିଟାଲ୍ ବେଡରେ ପଡିଥିବା ନଜର ଆସିଲେ

Published By : Prameya-News7 Bureau | June 07, 2021 IST

ନୂଆଦିଲ୍ଲୀ ୦୭/୦୬: ବଲିଉଡର ଜଣାଶୁଣା ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ସୋସିଆଲ ମିଡିଆରେ ବେଶ ସକ୍ରିୟ । ଗତକାଲି ‘କ୍ୟାନ୍ସର ସର୍ଭାଇଭ୍ସ ଡେ’ ଅବସରରେ ସେ ତାଙ୍କ କ୍ୟାନ୍ସର ସହ ଲଢିବାକୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ ସେ କ୍ୟାନ୍ସର ଚିକିତ୍ସା ସମୟର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ, ସେ ହସ୍ପିଟାଲ ବେଡରେ କ୍ୟାନ୍ସର ରୋଗ ସହିତ ଲଢେଇ କରୁଥିବା ଦେଖିବାକୁ ମିଳିଛି । ତାଙ୍କର ଶେଷ ପୋଷ୍ଟରେ ସୋନାଲି କହିଛନ୍ତି ଯେ ସେ କିପରି ତାଙ୍କ ଯାତ୍ରାକୁ ମନେ ପକାଇଛନ୍ତି।

wp:html
/wp:html

ସୋନାଲି ବେନ୍ଦ୍ରେ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ କୋଲାଜରେ ତାଙ୍କର ଦୁଇଟି ଫଟୋ ଦୃଶ୍ୟମାନ ହେଉଛି। ଏହି ଫଟୋଗୁଡ଼ିକ ମଧ୍ୟରୁ ଗୋଟିଏ ତାଙ୍କ କ୍ୟାନ୍ସର ଚିକିତ୍ସା ସମୟର । ଯେଉଁଥିରେ ସେ ବେଡ୍ ଉପରେ ପଡ଼ିଥିବାର ନଜର ଆସିଛନ୍ତି । ଏହି ଫଟୋ ଦେଖି ଜଣା ପଡୁଛି ଯେ ସୋନାଲିଙ୍କ ଅବସ୍ଥା କିପରି ଥିଲା ।

ସୋନାଲି ଲେଖିଛନ୍ତି, ସମୟ କିପରି ଅତିବାହିତ ହୋଇଥାଏ ... ଆଜି ଯେତେବେଳେ ମୁଁ ପଛକୁ ଚାହିଁ ଦେଖେ, ମୁଁ ଶକ୍ତି ଏବଂ ଦୁର୍ବଳତା ଦେଖେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ମୋ ଜୀବନ ଏହା ପରେ କିପରି ହେବ ତାହା ‘ସି’ ଶବ୍ଦ ସ୍ଥିର କରେ ନାହିଁ । ତୁମେ ବାଛିଥିବା ଜୀବନକୁ ତୁମେ ତିଆରି କର । ତେଣୁ ମନେରଖ #OneDayAtATime ଏବଂ #SwitchOnTheSunshine ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.